ସିଆର୍‌ପିଏଫ୍‌ର ୧୪୧୨ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଯୋଗ୍ୟତା ଯୁକ୍ତ ଦୁଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ବା ସିଆର୍‌ପିଏଫ୍‌ରେ ଖାଲି ପଡ଼ିଥିବା ୧୪୧୨ଟି ହେଡ୍‌ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ପୁରୁଷ ଓ ମହିଳା ଏଥିପାଇଁ ଆବେଦନ କରିପାରିବେ। ଏଥିରେ ପୁରୁଷଙ୍କ ପାଇଁ ୧୩୩୧ଟି ଓ ମହିଳାଙ୍କ ପାଉଁ ୮୧ଟି ପଦବୀ ରହିଛି। ମନେ ରଖନ୍ତୁ କେବଳ ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଥିବା କର୍ମଚାରୀ ହିଁ ହେଡ୍‌ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ […]

crpf

Puspanjali Panda
  • Published: Monday, 10 February 2020
  • , Updated: 10 February 2020, 12:07 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ବା ସିଆର୍‌ପିଏଫ୍‌ରେ ଖାଲି ପଡ଼ିଥିବା ୧୪୧୨ଟି ହେଡ୍‌ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ପୁରୁଷ ଓ ମହିଳା ଏଥିପାଇଁ ଆବେଦନ କରିପାରିବେ। ଏଥିରେ ପୁରୁଷଙ୍କ ପାଇଁ ୧୩୩୧ଟି ଓ ମହିଳାଙ୍କ ପାଉଁ ୮୧ଟି ପଦବୀ ରହିଛି। ମନେ ରଖନ୍ତୁ କେବଳ ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଥିବା କର୍ମଚାରୀ ହିଁ ହେଡ୍‌ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୫ ମାର୍ଚ୍ଚ ରହିଛି।

ମୋଟ ପଦବୀ

ହେଡ୍‌ କନଷ୍ଟେବଳ (ଜେନେରାଲ୍‌ ଡ୍ୟୁଟି)

ମୋଟ ପଦବୀ ୧୪୧୨

ବୟସସୀମା ଓ ଯୋଗ୍ୟତା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୩୨ ବର୍ଷ

- ସିଆର୍‌ପିଏଫ୍‌ରେ କନଷ୍ଟେବଳ ପଦରେ ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରନ୍ତୁ।

- ଆବେଦନକାରୀ କନଷ୍ଟେବଳ ପଦରେ ଅତି ବେଶିରେ ୪ ବର୍ଷ ପର୍ଯ୍ୟନ୍ତ କାମ କରିଥିବେ।

- ଆବେଦନକାରୀ ଯୁକ୍ତ ଦୁଇ ପଢ଼ିଥିବା ଆବଶ୍ୟକ।

ଯୋଗ୍ୟ ଆବେଦନକାରୀଙ୍କୁ ଚୟନ କରିବା ପାଇଁ ଲିଖିତ ପରୀକ୍ଷା କରାଯିବ। ଏହି ଲିଖିତ ପରୀକ୍ଷା ୧୯ ଏପ୍ରିଲରେ କରାଯିବ। ଏହାପରେ ତାଙ୍କର ଶାରୀରିକ ଦକ୍ଷତା ପରୀକ୍ଷା ଓ ମେଡିକାଲ୍‌ ପରୀକ୍ଷା ପରେ ମେରିଟ୍‌ ଲିଷ୍ଟ ବାହାର କରାଯିବ। ଅଧିକ ସୂଚନା ପାଇବା ପାଇଁ www.crpf.gov.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Related story