Advertisment

ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା: ରେକର୍ଡ ୯.୧୪ ଲକ୍ଷ ପିଲା କଲେ ପଞ୍ଜୀକରଣ

ନୂଆଦିଲ୍ଲୀ: ଡେବ୍ୟୁ ବର୍ଷରେ ରେକର୍ଡ କରିଛି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ଅଣ୍ଡର ଗ୍ରାଜ୍ୟୁଏଟ)। ପ୍ରଥମ ବର୍ଷରେ ଏକକ ପ୍ରବେଶିକା ପରୀକ୍ଷା ପାଇଁ ୯,୧୪,୧୦୩ ଜଣ ପିଲା ପଞ୍ଜୀକରଣ କରିଛନ୍ତି। ଗୋଟିଏ ପ୍ରବେଶିକା ପରୀକ୍ଷା ଆଧାରରେ ଏଣିକି ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜରେ ଅଣ୍ଡ ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ପିଲାମାନେ ନାଁ ଲେଖାଇ ପାରିବେ। ଏହି ନୂଆ ନିୟମକୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୮୭ଟି ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜ […]

ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା: ରେକର୍ଡ ୯.୧୪ ଲକ୍ଷ ପିଲା କଲେ ପଞ୍ଜୀକରଣ

CUET

Advertisment

ନୂଆଦିଲ୍ଲୀ: ଡେବ୍ୟୁ ବର୍ଷରେ ରେକର୍ଡ କରିଛି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ଅଣ୍ଡର ଗ୍ରାଜ୍ୟୁଏଟ)। ପ୍ରଥମ ବର୍ଷରେ ଏକକ ପ୍ରବେଶିକା ପରୀକ୍ଷା ପାଇଁ ୯,୧୪,୧୦୩ ଜଣ ପିଲା ପଞ୍ଜୀକରଣ କରିଛନ୍ତି। ଗୋଟିଏ ପ୍ରବେଶିକା ପରୀକ୍ଷା ଆଧାରରେ ଏଣିକି ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜରେ ଅଣ୍ଡ ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ପିଲାମାନେ ନାଁ ଲେଖାଇ ପାରିବେ। ଏହି ନୂଆ ନିୟମକୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୮୭ଟି ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା କଲେଜ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଏହି ୮୭ଟି ଶିକ୍ଷାନୁଷ୍ଠାନରେ ନାଁ ଲେଖାଇବା ପାଇଁ ଏକକ ବିଶ୍ୱବିଦ୍ୟାଳୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ୯.୧୪ ଲକ୍ଷ ପିଲା ପଞ୍ଜୀକରଣ କରିଥିବାରୁ ଏହି ଏକକ ଟେଷ୍ଟ ଏବେ ଭାରତର ଦ୍ୱିତୀୟ ସର୍ବବୃହତ୍ତ ପ୍ରବେଶିକା ପରୀକ୍ଷାର ମାନ୍ୟତା ପାଇଛି।

Advertisment

ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ମୋଟ ଆଶାୟୀଙ୍କ ମଧ୍ୟରୁ ୪୪.୨% ହେଉଛନ୍ତି ମହିଳା। ସେହିପରି ୪୭% ପିଲା ଅଣସଂରକ୍ଷିତ ବର୍ଗରେ ନାଁ ଲେଖାଇବା ପାଇଁ ପଞ୍ଜୀକରଣ କରିଛନ୍ତି। ରବିବାର ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବନ୍ଦ ହୋଇ ଯାଇଛି। ଏହାପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି।
ସାଧାରଣତଃ ନିଟ୍‌ ଅଣ୍ଡର ଗ୍ରାଜ୍ୟୁଏଟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରତିବର୍ଷ ସାଧାରଣତଃ ୧୬ ଲକ୍ଷ ପିଲା ପଞ୍ଜୀକରଣ କରି ଥାଆନ୍ତି।

ସେହିପରି ଜେଇ ମେନ୍ ପାଇଁ ୮.୬ ଲକ୍ଷ ପିଲା ପ୍ରତିବର୍ଷ ଆବେଦନ କରନ୍ତି। ଏଯାଏ ଭାରତରେ ଏହି ଦୁଇ ପ୍ରବେଶିକା ପରୀକ୍ଷାକୁ ସର୍ବବୃହତ୍ତ ପ୍ରବେଶିକା ପରୀକ୍ଷାର ମାନ୍ୟତା ମିଳିଥିଲା। ହେଲେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ରେକର୍ଡ କରିଛି। ଏଥିସହ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାକୁ ପଛରେ ପକାଇ ଦେଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ସର୍ବାଧିକ ୬,୦୫,୧୪୬ ଜଣ ପିଲା ଆବେଦନ କରିଛନ୍ତି। ଏହା ପଛକୁ ବନାରସ ବିଶ୍ୱବିଦ୍ୟାଳୟ ପାଇଁ ୩,୯୧,୫୨୮, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପାଇଁ ୨,୩୩,୭୯୯, ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପାଇଁ ୧,୫୨,୪୧୭, ଆଇଆଇଏମଟି ବିଶ୍ୱବିଦ୍ୟାଳୟ ପାଇଁ ୧,୩୯,୮୬୩, ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପାଇଁ ୧,୨୨,୪୭୮, ରାଜୀବ ଗାନ୍ଧି ବିଶ୍ୱବିଦ୍ୟାଳୟ ପାଇଁ ୧,୧୭,୬୪୨ ଓ ଗାଲଗୋଟିଆସ ବିଶ୍ୱବିଦ୍ୟାଳୟ ପାଇଁ ୧,୦୦,୩୭୦ ଜଣ ପିଲା ନାଁ ଲେଖାଇବା ପାଇଁ ଚାହିଁ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।

ମୋଟ ଆବେଦନକାରୀଙ୍କ ମଧ୍ୟରୁ ୩୧.୬% ପିଲା ଓବିସି, ଅନୁସୂଚିତ ଜାତି ବର୍ଗର ୧୦.୩% ଓ ଆର୍ଥିକ ଦୁର୍ବଳ ବର୍ଗର ୪.୬% ପିଲା ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe