Advertisment

ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ହେବ, ୟୁଜିସିର ଚିଠା ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ। ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଏ ସମ୍ପର୍କରେ ଆସନ୍ତା ସୋମବାର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି। ତେଣୁ ଛାତ୍ରଛାତ୍ରୀମାନେ ଏଣିକି ତିନି ବର୍ଷ ନୁହେଁ, ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ। ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇବା ପାଇଁ ପୂର୍ବପରି ତିନିବର୍ଷ […]

ଅଦ୍ୟତନ ହୋଇଛି
ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ହେବ, ୟୁଜିସିର ଚିଠା ପ୍ରସ୍ତାବ

dgree

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ। ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଏ ସମ୍ପର୍କରେ ଆସନ୍ତା ସୋମବାର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି। ତେଣୁ ଛାତ୍ରଛାତ୍ରୀମାନେ ଏଣିକି ତିନି ବର୍ଷ ନୁହେଁ, ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ।

Advertisment

ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇବା ପାଇଁ ପୂର୍ବପରି ତିନିବର୍ଷ ପଢିବାକୁ ପଡିବ। ସେପଟେ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଏବେ ତିନିବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଛନ୍ତି ସେମାନେ ମଧ୍ୟ ଚାରିବର୍ଷିଆ ସ୍ନାତକ ଡିଗ୍ରୀ ପଢିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ।

ସେହିପରି ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ। ତିନିବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇବର୍ଷିଆ ପିଜି ପାଠ୍ୟକ୍ରମ ରହିବ। ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe