Advertisment

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୧୫୦୦୦

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଏମ୍‌ଟିଏସ୍‌ ବା ମଲ୍ଟି ଟାକ୍ସି ଷ୍ଟାପ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କୌଣସି ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୫ ଫେବୃଆରୀ ରହିଛି। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ-୧୧ ଲାଇବ୍ରେରୀ-୨ ଲାବୋରେଟୋରୀ-୭ ସିକ୍ୟୁରିଟି-୨ ଯୋଗ୍ୟତା ଆବେଦନକାରୀ ଦଶମ ପାସ୍‌ କରିଥିବା ଆବଶ୍ୟକ। […]

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଦରମା ୧୫୦୦୦

jjjj

Advertisment

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଏମ୍‌ଟିଏସ୍‌ ବା ମଲ୍ଟି ଟାକ୍ସି ଷ୍ଟାପ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କୌଣସି ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍‌ କରିଥିବା ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୫ ଫେବୃଆରୀ ରହିଛି।

Advertisment

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ-୧୧

ଲାଇବ୍ରେରୀ-୨

ଲାବୋରେଟୋରୀ-୭

ସିକ୍ୟୁରିଟି-୨

ଯୋଗ୍ୟତା

ଆବେଦନକାରୀ ଦଶମ ପାସ୍‌ କରିଥିବା ଆବଶ୍ୟକ। ଏହା ସହିତ ତାଙ୍କ ପାଖରେ ଲାଇବ୍ରେରୀ ସାଇନ୍ସ କିମ୍ୱା ଲାଇବ୍ରେରୀ ବା ଇନଫରମେସନ୍‌ ସାଇନ୍ସର ସାର୍ଟିଫିକେଟ ରହିଥିବ। ଏହିସବୁ ପଦ ପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହା ସହିତ ଆବେଦନକାରୀଙ୍କ ବୟସ ୨୭ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ।

ଚୟନ ହୋଇଥିବା ପ୍ରାର୍ଥୀଙ୍କ ମାସିକ ଦରମା ୧୫୦୭୦ ଟଙ୍କା ରହିଛି।

ଇଚ୍ଛୁକ ଆବେଦନକାରୀ ନିଜର ସମସ୍ତ ସାର୍ଟିଫିକେଟ ସହିତ Gargi college (University of Delhi), Siri fort Road, New Delhi – 110049. ଠିକଣାରେ ଯୋଗାଯୋଗ କରନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe