ଦିଲ୍ଲୀ ମେଟ୍ରୋରେ ୧୪୯୩ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ୧୪୯୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିଲା। ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି। ଇଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଅନଲାଇନ୍‌ରେ ଏହାର ଆବେଦନ କରନ୍ତୁ। ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ : ୧୪୯୩ ରେଗୁଲାର୍‌ ଏକ୍‌ଜିକ୍ୟୁଟିଭ୍‌ : ୬୦ ରେଗୁଲାର୍‌ ନନ୍‌ଏକ୍‌ଜିକ୍ୟୁଟିଭ୍‌ : ୯୨୯ ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ (୨ ବର୍ଷ) : ୧୦୬ ନନ୍‌ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ : […]

metro

Puspanjali Panda
  • Published: Monday, 13 January 2020
  • , Updated: 13 January 2020, 01:21 PM IST

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ୧୪୯୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିଲା। ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି। ଇଚ୍ଛୁକ ଆବେଦନକାରୀ ବିଳମ୍ୱ ନକରି ଅନଲାଇନ୍‌ରେ ଏହାର ଆବେଦନ କରନ୍ତୁ।

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ : ୧୪୯୩

ରେଗୁଲାର୍‌ ଏକ୍‌ଜିକ୍ୟୁଟିଭ୍‌ : ୬୦

ରେଗୁଲାର୍‌ ନନ୍‌ଏକ୍‌ଜିକ୍ୟୁଟିଭ୍‌ : ୯୨୯

ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ (୨ ବର୍ଷ) : ୧୦୬

ନନ୍‌ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ : ୩୯୮

ଶିକ୍ଷାଗତ ଯୋଗ୍ୟତା

ଅଲଗା ଅଲଗା ପଦବୀକୁ ନେଇ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଏହି ବିଷୟରେ ଅଧିକ ସୂଚନା ପାଇଁ ଅଫିସିଆଲ୍‌ ୱେବସାଇଟ୍‌ www.delhimetrorail.com/career.aspx ରେ ଥିବା ନୋଟିଫିକେସନ୍‌କୁ ଚେକ୍‌ କରନ୍ତୁ।

ପଦବୀ ଅନୁଯାୟୀ ବୟସସୀମା

ରେଗୁଲାର୍‌ ଏକ୍‌ଜିକ୍ୟୁଟିଭ୍‌ ଓ ନନ୍‌ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ ପଦବା ପାଇଁ ୧୮ରୁ ୨୮ ବର୍ଷ ବୟସସୀମା ରହିଛି।

ସେହିପରି ରେଗୁଲାର୍‌ ନନ୍‌ଏକ୍‌ଜିକ୍ୟୁଟିଭ୍‌ ଓ ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରାକ୍ଟ ପଦବୀ ପାଇଁ ବୟସସୀମା ୧୮ରୁ ୩୦ ବର୍ଷ ରହିଛି।

ଏପରି କରନ୍ତୁ ଆବେଦନ

- ଇଚ୍ଛୁକ ଆବେଦନକାରୀ ଆବେଦନ କରିବା ପାଇଁ www.delhimetrorail.com/career.aspx ୱେବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

- ୱେବସାଇଟ୍‌ରେ ଥିବା Advertisement - DMRC/HR/Rectt./I/2019 ସେକ୍‌ସନକୁ ଯାଆନ୍ତୁ।

- ଏହାପରେ New Registrationରେ କ୍ଲିକ୍‌ କରନ୍ତୁ।

- ଏଠାରେ ନିଜର ମୋବାଇଲ୍‌ ନମ୍ୱର, ଇମେଲ୍‌ ଆଇଡି ଓ ଅନ୍ୟାନ୍ୟ ସୂଚନା ଦିଅନ୍ତୁ।

- ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ୍ ନମ୍ୱର ଜେନେରେଟ୍‌ ହୋଇଯିବ।

- ପରେ ୱେବସାଇଟ୍‌ରେ ଥିବା Applicant Loginରେ କ୍ଲିକ୍ କରନ୍ତୁ।

- ନିଜର ୟୁଜର ଆଇଡି ଓ ପାସୱାର୍ଡ ସବ୍‌ମିଟ୍‌ କରନ୍ତୁ।

- ଆପ୍ଲିକେସନ୍‌ ଫର୍ମ ଫିଲ୍‌ ଅପ୍ କରନ୍ତୁ।

- ଶେଷରେ ଆପ୍ଲିକେସନ୍‌ ଫି ଦେଇ ସାରିବା ପରେ ଫର୍ମଟିକୁ ଡାଉନଲୋଡ୍‌ କରିନିଅନ୍ତୁ।

Related story