ଏହି ସରକାରୀ ୱେବ୍‌ ପୋର୍ଟାଲ୍‌ରେ ନାଁ ପଞ୍ଜିକରଣ କରିଛନ୍ତି କି? ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ନିଯୁକ୍ତି ଖବର ପାଇଁ ଆପଣ ବିଭିନ୍ନ ବେସରକାରୀ ସଂସ୍ଥାର ୱେବ୍‌ ପୋର୍ଟାଲ୍‌କୁ ଫଲୋ କରୁଥିବେ। ଏଥିପାଇଁ କେତେକ ବେସରକାରୀ ସଂସ୍ଥା ଆପଣଙ୍କଠାରୁ ଚାର୍ଜ ବି ନେଉଥିବେ। ତଥାପି ଭଲ ଚାକିରିଟିଏ ମିଳୁ ନଥିବ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ୱେବ୍‌ ପୋର୍ଟାଲ ତିଆରି କରିଛନ୍ତି। ଏହି ୱେବ୍‌ ପୋର୍ଟାଲ୍‌ରେ ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଗୁଡ଼ିକ ମଧ୍ୟ ପଞ୍ଜିକୃତ ହୋଇଛନ୍ତି। କୌଣସି ପୋଷ୍ଟ ଖାଲି ପଡ଼ିଲେ ଏମାନେ ପୋର୍ଟାଲ୍‌ରେ […]

job portal

Rakesh Mallick
  • Published: Sunday, 17 December 2017
  • , Updated: 23 December 2017, 06:19 PM IST

ନୂଆଦିଲ୍ଲୀ: ନିଯୁକ୍ତି ଖବର ପାଇଁ ଆପଣ ବିଭିନ୍ନ ବେସରକାରୀ ସଂସ୍ଥାର ୱେବ୍‌ ପୋର୍ଟାଲ୍‌କୁ ଫଲୋ କରୁଥିବେ। ଏଥିପାଇଁ କେତେକ ବେସରକାରୀ ସଂସ୍ଥା ଆପଣଙ୍କଠାରୁ ଚାର୍ଜ ବି ନେଉଥିବେ। ତଥାପି ଭଲ ଚାକିରିଟିଏ ମିଳୁ ନଥିବ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ୱେବ୍‌ ପୋର୍ଟାଲ ତିଆରି କରିଛନ୍ତି। ଏହି ୱେବ୍‌ ପୋର୍ଟାଲ୍‌ରେ ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଗୁଡ଼ିକ ମଧ୍ୟ ପଞ୍ଜିକୃତ ହୋଇଛନ୍ତି। କୌଣସି ପୋଷ୍ଟ ଖାଲି ପଡ଼ିଲେ ଏମାନେ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି। ଫଳରେ ଆପଣ ନିଜ ଯୋଗ୍ୟତା ଅନୁସାରେ ଚାକିରି ଆବେଦନ କରିପାରିବେ।

ଏହି ୱେବ ପୋର୍ଟାଲ୍‌ର ନାଁ ହେଉଛି National Career Service(NCS)। ଏହି ପୋର୍ଟାଲ୍‌ ଜରିଆରେ ଏପର୍ଯ୍ୟନ୍ତ ୭ ଲକ୍ଷ ଲୋକ ଚାକିରି ପାଇସାରିଛନ୍ତି ବୋଲି ସରକାର କହିଛନ୍ତି। ଏଥିରେ କିପରି ନିଜକୁ ପଞ୍ଜିକୃତ କରିବେ ଓ ପଞ୍ଜିକୃତ ହେଲେ କେଉଁ ସବୁ ଲାଭ ହେବ ଆଜି ଆମେ ଆପଣଙ୍କୁ ବତାଇବୁ।

NCS ବିଷୟରେ ଅଧିକ ଜାଣନ୍ତୁ: ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଜାତୀୟ ୱେବ ପୋର୍ଟାଲ୍‌ଟରେ ଉଭୟ ଚାକିରି ଇଚ୍ଛୁକ ବ୍ୟକ୍ତି ଓ ନିଯୁକ୍ତିଦାତା ନିଜର ନିଜର ଆବଶ୍ୟକତା ଅପଲୋଡ୍ କରିଥାନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଖାଲିଥିବା ପଦବୀ ବିଷୟରେ ଅପଲୋଡ୍ ହୋଇଥାଏ।

ପୋର୍ଟାଲ୍‌ରେ ଥିବା ନିୟମାବଳୀ: ଏଥିରେ ୧୪ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତି ପଞ୍ଜିକରଣ କରିପାରିବେ। ଏଥିରେ ଶିକ୍ଷିତ ଓ ନିରକ୍ଷର ଉଭୟ ପଞ୍ଜିକରଣ କରି ନିଜ ଯୋଗ୍ୟତା ଆନୁସାରେ ଚିକିରି ଖୋଜି ପାରିବେ। ପଞ୍ଜିକରଣ କରିବା ପାଇଁ ଆବଶ୍ୟକୀୟ ପରିଚୟ ପତ୍ର ଯଥା- ଆଧାର କାର୍ଡ, ପାନ କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍‌ସ ମଧ୍ୟରୁ ଗୋଟିଏ ନିଶ୍ଚିତ ଦରକାର।

କିପରି ପଞ୍ଜିକୃତ ହେବେ: ଏଥିପାଇଁ www.ncs.gov.in କୁ ଲଗ୍‌ଇନ୍‌ କରନ୍ତୁ। ଏହାପରେ ପୋର୍ଟାଲ୍‌ର ନିର୍ଦ୍ଦେଶାବଳୀ ଅନୁସାରେ ସେଠାରେ ନିଜର ସମ୍ପୂର୍ଣ୍ଣ ତଥ୍ୟ ଫିଡ୍‌ କରନ୍ତୁ। ଏହାପରେ ଏକ ଓଟିପି ନମ୍ବର ଆସିବ। ଏହି ନମ୍ବରକୁ ସବମିଟ୍ କରିବା ମାତ୍ରେ ଆପଣଙ୍କ ନାଁ ପଞ୍ଜିକୃତ ହୋଇଯିବ।

କିପରି ମିଳିବ ଚାକିରି: ପଞ୍ଜିକୃତ ହୋଇସାରିବା ପରେ ସର୍ଚ୍ଚ ଅପସନ୍‌ରେ ନିଜ ଯୋଗ୍ୟତା ଅନୁସାରେ ଚାକିରି ସର୍ଚ୍ଚ କରି କେଉଁ ବିଭାଗରେ କେତେ ପଦବୀ ଖାଲି ରହିଛି ତାହା ଜାଣିପାରବେ। ଏହାପରେ ଖାଲିଥିବା ପଦବୀ ଉପରେ କ୍ଲିକ୍ କରି ନିର୍ଦ୍ଦେଶାବଳୀ ଅନୁସାରେ ଦରଖାସ୍ତ ଆବେଦନ କରିପାରିବେ। ସର୍ଚ୍ଚ କରିବା ପରେ ଯଦି କୌଣସି ଚାକିରି ନ ମିଳେ କିମ୍ବା ଆପଣ ଅଫ୍ ଲାଇନ୍‌ ହୋଇଯାଆନ୍ତି ତଥାପି ଆପଣ ଚାକିରି ସୂଚନା ପାଇପାରିବେ। ଏସ୍‌ଏମ୍‌ଏସ୍‌, ଇ-ମେଲ୍‌ ମାଧ୍ୟମରେ ଆପଣଙ୍କୁ ଏହି ସୂଚନା ମିଳିଯିବ।

 

 

Related story