Advertisment

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ୫୦୦ରୁ ୫୦୦ ମାର୍କ ରଖିଲେ ତାନ୍ୟା ସିଂହ

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୫୦୦ ମାର୍କରୁ ୫୦୦ ସ୍କୋର କରି ସାରା ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦଶହରର ଛାତ୍ରୀ ତାନ୍ୟା ସିଂହ। ବୁଲନ୍ଦଶହରର ଡିଏଭି ପବ୍ଲିକ ସ୍କୁଲ(ଡିପିଏସ୍‌)ର ଛାତ୍ରୀ ତାନ୍ୟା ସବୁ ବିଷୟରେ ୧୦୦ ଲେଖାଏ ମାର୍କ ରଖିଥିବା ତାଙ୍କ ପ୍ରିନ୍ସିପାଲ ସୂଚନା ଦେଇଛନ୍ତି। ଏହି ରେଜଲ୍ଟ ପରେ ଡିପିଏସ୍‌ରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ତାନ୍ୟା କହିଛନ୍ତି, “ମୁଁ ଡିପିଏସ୍‌ର ଛାତ୍ରୀ। ସମସ୍ତଙ୍କ […]

author-image
Hemant Lenka
ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ୫୦୦ରୁ ୫୦୦ ମାର୍କ ରଖିଲେ ତାନ୍ୟା ସିଂହ

tanya

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୫୦୦ ମାର୍କରୁ ୫୦୦ ସ୍କୋର କରି ସାରା ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦଶହରର ଛାତ୍ରୀ ତାନ୍ୟା ସିଂହ। ବୁଲନ୍ଦଶହରର ଡିଏଭି ପବ୍ଲିକ ସ୍କୁଲ(ଡିପିଏସ୍‌)ର ଛାତ୍ରୀ ତାନ୍ୟା ସବୁ ବିଷୟରେ ୧୦୦ ଲେଖାଏ ମାର୍କ ରଖିଥିବା ତାଙ୍କ ପ୍ରିନ୍ସିପାଲ ସୂଚନା ଦେଇଛନ୍ତି।

Advertisment

ଏହି ରେଜଲ୍ଟ ପରେ ଡିପିଏସ୍‌ରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ତାନ୍ୟା କହିଛନ୍ତି, “ମୁଁ ଡିପିଏସ୍‌ର ଛାତ୍ରୀ। ସମସ୍ତଙ୍କ ସହଯୋଗ ଯୋଗୁ ମୋତେ ଏହି ସଫଳତା ମିଳିଛି। ମୁଁ ୫୦୦ରୁ ୫୦୦ ମାର୍କ ରଖିଛି। ଏଥିସହ ସର୍ବଭାରତୀୟ ସ୍ତରରରେ ଟପ୍ପର ହୋଇଛି।”

ଏହି ଡିପିଏସ୍‌ ସ୍କୁଲର ଆଉ ଜଣେ ଛାତ୍ରୀ ଭୂମିକା ଗୁପ୍ତା ୫୦୦ରୁ ୪୯୯ ମାର୍କ ରଖିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ସୌମ୍ୟା ନାମଦେବ ୪୯୭ ମାର୍କ ରଖିଛନ୍ତି। ନିଜର ଏହି ସଫଳତା ପରେ ତାନ୍ୟା, ଭୂମିକା ଓ ସୌମ୍ୟା ବେଶ ଖୁସି ରହିଛନ୍ତି। ଡିପିଏସ୍‌ ସ୍କୁଲର ୨୫୦ ଜଣ ପିଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସ୍କୁଲ ସବୁ ପିଲା କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ସ୍କୁଲରେ ୧୦୦% ରେଜଲ୍ଟ ହୋଇଥିବା ବେଳେ ସର୍ବଭାରତୀୟ ଟପ୍ପର ମଧ୍ୟ ଏହି ଠାରୁ ବାହାରିଛନ୍ତି।

Advertisment

[caption id="" align="aligncenter" width="959"]publive-image ଭୂମିକା ଗୁପ୍ତା[/caption]

ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି।

୩୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧.୩୪ ଲକ୍ଷ। ୨୦୨୧ ତୁଳନାରେ ପାସ ହାର ୨୦୨୨ରେ ହ୍ରାସ ପାଇଛି। ୨୦୨୧ରେ ପାସ ହାର ୯୯.୩୭% ଥିଲା। ଏଥର ଏହା ୯୨.୭୧%କୁ ଖସିଛି।