Advertisment

ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ହସ୍‌ପିଟାଲ୍‌ରେ ନିଯୁକ୍ତି ସୁଯୋଗ, ସେଲ୍‌ ବାହାର କରିଛି ବିଜ୍ଞପ୍ତି

ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟର ୬୦୦ ଶଯ୍ୟା ବିଶିଷ୍ଟ ମଲ୍‌ଟି-ସ୍ପେଶିଆଲ୍‌ଟି ହସ୍‌ପିଟାଲ୍‌ରେ ୨୪ ଜଣ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)। ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ହେଉଛି ସେଲ୍‌ର ଏକ ୟୁନିଟ୍‌। ଏହି ୨୪ଟି ପଦବୀ ମଧ୍ୟରୁ ୧୬ଟି ଜିଡିଏମ୍‌ଓ ପଦବୀ ହୋଇଥିବା ବେଳେ ବାକି ୮ଟି ବିଶେଷଜ୍ଞ ପଦବୀ। ଜିଡିଏମ୍‌ଓ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଏମ୍‌ବିବିଏସ୍‌ ରଖାଯାଇଥିବା ବେଳେ ବିଶେଷଜ୍ଞ ପଦବୀ ପାଇଁ ଆଶାୟୀ […]

author-image
Jitendra Garnayak
ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ହସ୍‌ପିଟାଲ୍‌ରେ ନିଯୁକ୍ତି ସୁଯୋଗ, ସେଲ୍‌ ବାହାର କରିଛି ବିଜ୍ଞପ୍ତି

Sail

ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟର ୬୦୦ ଶଯ୍ୟା ବିଶିଷ୍ଟ ମଲ୍‌ଟି-ସ୍ପେଶିଆଲ୍‌ଟି ହସ୍‌ପିଟାଲ୍‌ରେ ୨୪ ଜଣ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)। ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ହେଉଛି ସେଲ୍‌ର ଏକ ୟୁନିଟ୍‌।

Advertisment

ଏହି ୨୪ଟି ପଦବୀ ମଧ୍ୟରୁ ୧୬ଟି ଜିଡିଏମ୍‌ଓ ପଦବୀ ହୋଇଥିବା ବେଳେ ବାକି ୮ଟି ବିଶେଷଜ୍ଞ ପଦବୀ। ଜିଡିଏମ୍‌ଓ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଏମ୍‌ବିବିଏସ୍‌ ରଖାଯାଇଥିବା ବେଳେ ବିଶେଷଜ୍ଞ ପଦବୀ ପାଇଁ ଆଶାୟୀ ଏମ୍‌ବିବିଏସ୍‌ ସହିତ ପିଜି ବା ଡିପ୍ଲୋମା କରିଥିବା ଆବଶ୍ୟକ। ବିଜ୍ଞପ୍ତି ଅନୁଯାୟୀ, ଆଶାୟୀଙ୍କ ସର୍ବାଧିକ ବୟସ ସୀମା ୬୯ ବର୍ଷ ହୋଇଥିବ।

ଉଭୟ ଜିଡିଏମ୍‌ଓ ଓ ବିଶେଷଜ୍ଞ ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ଏହାକୁ ଆଉ ଏକ ବର୍ଷ ବଢ଼ାଯାଇପାରେ। ଏହି ସମାନ ଚୁକ୍ତିରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ବାଧିକ ୩ ବର୍ଷ ନିଯୁକ୍ତି ଦିଆଯାଇପାରିବ। ଏହା ପରେ ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦେବାରେ ବି କୌଣସି କଟକଣା ନାହିଁ। ତେବେ ସର୍ବାଧିକ ବୟସ ସୀମା ୭୦ ବର୍ଷ ଭିତରେ ରହିବ।

Advertisment

ଜିଡିଏମ୍‌ଓ ପଦବୀରେ ଯେଉଁ ଡାକ୍ତରମାନେ ନିଯୁକ୍ତି ପାଇବେ ସେମାନେ ମାସିକ ୭୦ ହଜାର ଟଙ୍କା ଦରମା ପାଇବେ। ସେହିପରି ବିଶେଷଜ୍ଞ ପଦବୀରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ ଦୁଇ ପ୍ରକାର ଦରମା ବ୍ୟବସ୍ଥା ରହିଛି। ଯେଉଁ ବିଶେଷଜ୍ଞମାନେ ଏମ୍‌ବିବିଏସ୍‌ ସହିତ ପିଜି କରିଥିବେ ସେମାନେ ମାସକୁ ୧ ଲକ୍ଷ ୨୦ ହଜାର ଟଙ୍କା ପାଇବେ। ଆଉ ଯେଉଁମାନେ ଏମ୍‌ବିବିଏସ୍‌ ସହିତ ପିଜି ଡିପ୍ଲୋମା କରିଥିବେ ସେମାନେ ମାସିକ ୯୦ ହଜାର ଟଙ୍କା ଦରମା ପାଇବେ।

ୱାକ୍‌-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବଛା ଯିବ। ତେବେ ତା’ପୂର୍ବରୁ ଆଶାୟୀମାନେ ଏକ ନିର୍ଦ୍ଦିଷ୍ଟ ଆବେଦନ ପତ୍ରକୁ ପୂରଣ କରି [email protected]କୁ ପଠାଇବେ। ଏହା ଫେବ୍ରୁଆରୀ ୮ ତାରିଖ ଅପରାହ୍ଣ ୫ଟା ମଧ୍ୟରେ ପହଞ୍ଚିବା ଦରକାର। ଫେବ୍ରୁଆରୀ ୯ ଓ ୧୧ ତାରିଖ ମଧ୍ୟରେ ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ମୁଖ୍ୟ ହସ୍‌ପିଟାଲ୍‌ରେ ଏହି ୱାକ୍‌-ଇନ୍‌-ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ।