Advertisment

ଜେଇଇ ମେନ୍ ପରେ ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜେଇଇ ପରୀକ୍ଷାକୁ ପୁଣି ଥରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଥର ଜେଇଇ ଆଡଭାନ୍ସଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହୋଇପାରିଲାନି ତେଣୁ  ଜୁଲାଇ ୩ରେ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ଚଳିତ ମାସ ୨୪ ରୁ ୨୮ ମଧ୍ୟରେ ହେବାର ଥିଲା। ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ବିଚାର କରି ନ୍ୟାସନାଲ […]

ଅଦ୍ୟତନ ହୋଇଛି
ଜେଇଇ ମେନ୍ ପରେ ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ

jee-exam

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜେଇଇ ପରୀକ୍ଷାକୁ ପୁଣି ଥରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏଥର ଜେଇଇ ଆଡଭାନ୍ସଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହୋଇପାରିଲାନି ତେଣୁ  ଜୁଲାଇ ୩ରେ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ଚଳିତ ମାସ ୨୪ ରୁ ୨୮ ମଧ୍ୟରେ ହେବାର ଥିଲା। ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ବିଚାର କରି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବେ ଜେଇଇ ମେନ୍ସ ସ୍ଥଗିତ ରଖିବାକୁ ଘୋଷଣା କରିଛି।

Advertisment

ଏହାପୂର୍ବରୁ ଏପ୍ରିଲ ମାସରେ ଧାର୍ଯ୍ୟ ହୋଇଥିବା ଜେଇଇ ମେନ୍ସ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚଳିତ ବର୍ଷ ୪ ଥର ଜେଇଇ ମେନ୍ସ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା। ଏମିତି ହେଲେ ପରୀକ୍ଷାର୍ଥୀ ସମସ୍ତ ଚାରିଟି ପରୀକ୍ଷାରେ ଉପସ୍ଥିତ ରହିପାରିବେ। ଜେଇଇ ଆଡଭାନ୍ସ ପାଇଁ ସମସ୍ତେ ଭଲ ମାର୍କ ରଖିପାରିବେ ବୋଲି ଶିକ୍ଷା ମନ୍ତ୍ରାଳୟ କହିଥିଲା। କିନ୍ତୁ ଏପର୍ଯ୍ୟନ୍ତ, ଜେଇଇ ମେନ୍ସର ଚାରୋଟି ପରୀକ୍ଷାରୁ କେବଳ ଦୁଇଟି ପରୀକ୍ଷା ହୋଇଛି। ତେଣୁ ଏବେ ଜେଇଇ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଏନଟିଏର ପରୀକ୍ଷା ନିର୍ଦ୍ଦେଶକ ଡକ୍ଟର ସାଧନା ପରଶର କହିଛନ୍ତି ଯେ ଜେଇଇ ମେନ୍ସ ପରୀକ୍ଷାର ପ୍ରଥମ ପରୀକ୍ଷା ଫେବୃଆରୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହା ପରେ ମାର୍ଚ୍ଚ ମାସରେ ଦ୍ୱିତୀୟ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ପାଞ୍ଚ ଲକ୍ଷ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି ତୃତୀୟ ପରୀକ୍ଷା ୨୭ ରୁ ୩୦ ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି। କରୋନା କାରଣରୁ, ୨୪, ୨୫, ୨୬,୨୭ ଏବଂ ୨୮ରେ ପୂର୍ବରୁ ସ୍ଥିର ହୋଇଥିବା ଜେଇଇ ମେନ୍ ଚତୁର୍ଥ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି।

Advertisment

ଶିକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ଯେତେବେଳେ ବି ପରୀକ୍ଷା ହେବ ସେତେବେଳେ ଛାତ୍ରଛାତ୍ରୀମାଙ୍କୁ ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷା ତାରିଖ ବିଷୟରେ ଅବଗତ କରାଯିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe