Advertisment

ରେଲୱେର ସେଣ୍ଟ୍ରାଲ ହସ୍ପିଟାଲରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଲୱେରେ ଚାକିରି ପାଇଁ ଇଚ୍ଛୁକ ରଖିଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭୁବନେଶ୍ୱର ସ୍ଥିତ ଇଷ୍ଟ କୋଷ୍ଟ ରେଲୱେର ସେଣ୍ଟ୍ରାଲ ହସ୍ପିଟାଲରେ ଖାଲି ପଡିଥିବା ପାରା ମେଡିକାଲ ଷ୍ଟାଫ୍‌ ଗ୍ରୁପ୍‌ ସି’ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏଥିପାଇଁ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀ ଚୟନ କରାଯିବ। ଚୁକ୍ତି ଭତ୍ତିକ ଆଧାରରେ ନିଯୁକ୍ତି ମିଳିବ। ମୋଟ ପଦବୀ-୮ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ: ୭ ଶିକ୍ଷାଗତ ଯୋଗ୍ୟତା: ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରେଲୱେର ସେଣ୍ଟ୍ରାଲ ହସ୍ପିଟାଲରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ

Railway Recrutment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଲୱେରେ ଚାକିରି ପାଇଁ ଇଚ୍ଛୁକ ରଖିଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭୁବନେଶ୍ୱର ସ୍ଥିତ ଇଷ୍ଟ କୋଷ୍ଟ ରେଲୱେର ସେଣ୍ଟ୍ରାଲ ହସ୍ପିଟାଲରେ ଖାଲି ପଡିଥିବା ପାରା ମେଡିକାଲ ଷ୍ଟାଫ୍‌ ଗ୍ରୁପ୍‌ ସି' ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏଥିପାଇଁ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀ ଚୟନ କରାଯିବ। ଚୁକ୍ତି ଭତ୍ତିକ ଆଧାରରେ ନିଯୁକ୍ତି ମିଳିବ।

Advertisment

ମୋଟ ପଦବୀ-୮

ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ: ୭

ଶିକ୍ଷାଗତ ଯୋଗ୍ୟତା: ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରୁ ୩ ବର୍ଷୀୟା ନର୍ସିଂ କୋର୍ସ, ନର୍ସିଂ ସ୍କୁଲ୍ କିମ୍ବା ଇଣ୍ଡିଆନ୍ ନର୍ସିଂ କାଉନସେଲିଂ କିମ୍ବା ବି.ଏସ୍ସି କରିଥିବା ଆବଶ୍ୟକ।  ସଂକ୍ରମିତ ଏବଂ ଆଇସୋଲେଟେଡ ରୋଗୀଙ୍କ ଚିକିତ୍ସାରେ ଅଭିଜ୍ଞ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ବୟସ ସୀମା- ସର୍ବନିମ୍ନ ୨୦ ବର୍ଷରୁ ସର୍ବାଧିକ ୪୦ବର୍ଷ।

ମାସିକ ଦରମା- ସପ୍ତମ ବେତନ ଅନୁଯାୟୀ ମାସିକ ଦରମା ୪୪,୯୦୦ ଟଙ୍କା ମିଳିବ।

ଫାର୍ମାସିଷ୍ଟ:୧

ଶିକ୍ଷାଗତ ଯୋଗ୍ୟତା: ୧୦ମ ତଥା ଯୁକ୍ତ ୨ ବିଜ୍ଞାନରେ ୨ ବର୍ଷର ଫାର୍ମାସିରେ ଡିପ୍ଲୋମା ଏବଂ ଫାର୍ମାସି କାଉନସେଲିଂ ଅଫ୍ ଇଣ୍ଡିଆରେ ପଞ୍ଜୀକରଣ କିମ୍ବା ଷ୍ଟେଟ ଫାର୍ମାସି କାଉନସେଲିଂରେ ପଞ୍ଜୀକରଣ କରିଥିବା ଉଚିତ।

Advertisment

ବୟସ ସୀମା-ସର୍ବନିମ୍ନ ୨୦ ବର୍ଷରୁ ସର୍ବାଧିକ ୩୫ ବର୍ଷ।

ମାସିକ ଦରମା- ସପ୍ତମ ବେତନ ଅନୁଯାୟୀ ମାସିକ ଦରମା ୨୯,୨୦୦ ଟଙ୍କା ମିଳିବ।

କେବେ ଓ କେଉଁଠି ହେବେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ?

ଜାନୁଆରୀ ୩୧ (ସୋମବାର) ସକାଳ ୧୧ଟା ଉଦୟଗିରି ମିଟିଂ ହଲ୍, ଦ୍ୱିତୀୟ ମହଲା, ସାଉଥ୍‌ ବ୍ଲକ, ରେଳ ସଦାନ, ECoR ମୁଖ୍ୟାଳୟ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର।