Advertisment

ESICରେ ଚାକିରି ସୁଯୋଗ, ଖାଲିପଡିଛି ୪୦୦ରୁ ଅଧିକ ପଦବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏସ୍‌ଆଇସି ତଥା କର୍ମଚାରୀ ରାଜ୍ୟ ବୀମା ନିଗମରେ ଚାକିରି ସୁଯୋଗ। ଖାଲିପଡିଥିବା ବିଭିନ୍ନ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସିଧାସଳଖ ନିଯୁକ୍ତି ଆଧାରରେ ESIC PGIMSR ଏବଂ ESIC ମେଡିକାଲ କଲେଜର ଅଧ୍ୟାପକ ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ମୋଟ ପଦବୀ- ୪୯୧ ବିଭିନ୍ନ ସ୍ପେଶାଲିଟି/ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ପ୍ରଫେସର- ୪୯୧ ମାସିକ ଦରମା- ୬୭,୭୦୦ରୁ ୨,୦୮୭୦୦ ବୟସ ସୀମା- ସର୍ବାଧିକ ୪୦ ବର୍ଷ। କର୍ମଚାରୀଙ୍କ ରାଜ୍ୟ ବୀମା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ESICରେ ଚାକିରି ସୁଯୋଗ, ଖାଲିପଡିଛି ୪୦୦ରୁ ଅଧିକ ପଦବୀ

ESIC recruitment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଏସ୍‌ଆଇସି ତଥା କର୍ମଚାରୀ ରାଜ୍ୟ ବୀମା ନିଗମରେ ଚାକିରି ସୁଯୋଗ। ଖାଲିପଡିଥିବା ବିଭିନ୍ନ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସିଧାସଳଖ ନିଯୁକ୍ତି ଆଧାରରେ ESIC PGIMSR ଏବଂ ESIC ମେଡିକାଲ କଲେଜର ଅଧ୍ୟାପକ ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି।

Advertisment

ମୋଟ ପଦବୀ- ୪୯୧

ବିଭିନ୍ନ ସ୍ପେଶାଲିଟି/ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ପ୍ରଫେସର- ୪୯୧

ମାସିକ ଦରମା- ୬୭,୭୦୦ରୁ ୨,୦୮୭୦୦

ବୟସ ସୀମା- ସର୍ବାଧିକ ୪୦ ବର୍ଷ। କର୍ମଚାରୀଙ୍କ ରାଜ୍ୟ ବୀମା ନିଗମର ନିୟମିତ ଡାକ୍ତରୀ ଅଧିକାରୀ ତଥା ସରକାରୀ କର୍ମଚାରୀଙ୍କ ପାଇଁ ବୟସ ସୀମା କେନ୍ଦ୍ର ସରକାରଙ୍କ ତରଫରୁ ସମୟ ସମୟରେ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛାଡ ରହିଛି।

କିଭଳି ହେବ ନିଯୁକ୍ତି?
ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ପରିଚାଳିତ ଇଣ୍ଟରଭ୍ୟୁ ଆଧାରରେ ଇଚ୍ଛୁକ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ESIC ଦ୍ୱାରା ସ୍ଥିର ହୋଇଥିବା ଉପରୋକ୍ତ ପୋଷ୍ଟଗୁଡିକ ପାଇଁ ଇଣ୍ଟରଭ୍ୟୁ ଏକ ଉପଯୁକ୍ତ ସ୍ଥାନରେ ଅନୁଷ୍ଠିତ ହେବ।

Advertisment

ଆବେଦନ ଫି: ଆବେଦନ ଫି ବାବଦକୁ ୫୦୦ ଟଙ୍କା ଦେବାକୁ ପଡିବ। SC/ST/PwD/ ESIC କର୍ମଚାରୀ/ ପୂର୍ବତନ କର୍ମଚାରୀ/ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଛାଡ ରହିଛି।

ଆବେଦନର ଶେଷ ତାରିଖ: ୨୦୨୨ ଜୁଲାଇ ୧୬

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀ  ESICର ଅଫିସିଆଲ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।