ରାଜ୍ୟର ସବୁ ବ୍ଲକରେ ଖୋଲିବ ମଡେଲ୍ ସ୍କୁଲ, ଖୁବଶୀଘ୍ର ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ମଡେଲ୍ ସ୍କୁଲ ବିକଶିତ କରାଯିବ । ଏହାସହିତ ରାଜ୍ୟରେ ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଖୁବଶୀଘ୍ର ଖୋଲିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଲୋକାର୍ପଣ କରି କହିଥିଲେ ଯେ, ୨୦୨୨-୨୩ ଶିକ୍ଷା ବର୍ଷରୁ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । […]

dharmendra-pradhan

Jitendra Garnayak
  • Published: Saturday, 11 June 2022
  • , Updated: 11 June 2022, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ମଡେଲ୍ ସ୍କୁଲ ବିକଶିତ କରାଯିବ । ଏହାସହିତ ରାଜ୍ୟରେ ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଖୁବଶୀଘ୍ର ଖୋଲିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

ଆଜି ଭୁବନେଶ୍ୱରସ୍ଥିତ ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଲୋକାର୍ପଣ କରି କହିଥିଲେ ଯେ, ୨୦୨୨-୨୩ ଶିକ୍ଷା ବର୍ଷରୁ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ଏହି ବିଦ୍ୟାଳୟର କୋଠା ଆଦି ନିର୍ମାଣ ପାଇଁ ୨୫କୋଟି ଟଙ୍କା କେନ୍ଦ୍ର ସରକାର ଦେବେ । ବାର୍ଷିକ ପରିଚାଳନା ପାଇଁ ୪କୋଟି ଟଙ୍କା ଭୁବନେଶ୍ୱର ଆଇଆଇଟି ବହନ କରିବ । ଆଇଆଇଟି ଭୁବେନଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟର ୬୬ତମ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଛି । ଏହି ସ୍କୁଲରେ କେବଳ ଭୁବନେଶ୍ୱର ଆଇଆଇଟିର ପ୍ରଫେସର ଓ କର୍ମଚାରୀଙ୍କ ପିଲାମାନେ ନୁହଁନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଲା, ସ୍ଥାନୀୟ ଅଂଚଳର ପିଲାମାନେ ବି ପାଠ ପଢ଼ିବାର ସୁଯୋଗ ପାଇବେ । ଖୁବଶୀଘ୍ର ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟରେ ସ୍ଥାପନ କରାଯିବ ।

ଏହାସହିତ ‘ପିଏମଶ୍ରୀ ସ୍କୁଲ ଯୋଜନା’ ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଓଡ଼ିଶାର ପ୍ରାୟ ୫୦୦ ସ୍କୁଲ ଖୋଲାଯିବ । ତେବେ ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ମଡେଲ୍ ସ୍କୁଲ ପ୍ରତିଷ୍ଠା କରାଯିବ ଓ ଭାରତ ସରକାର ସହଯୋଗରେ ବିକଶିତ କରାଯିବ । ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦି ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନେର ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ସେହିପରି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୪୫ ହଜାର ସ୍କୁଲକୁ ଭାରତ ସରକାର ସବୁ ପ୍ରକାର ସହେଯାଗର ଦାୟିତ୍ୱ ନେବେ । କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଏହି ବିଦ୍ୟାଳୟେର ପାଠପଢ଼ା ଆରମ୍ଭ କରାଯିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଇଆଇଟି ଭୁବେନଶ୍ୱର ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଏଠାକାର ଅନୁକୂଳ ପରେିବଶେର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲାଜିର ବ୍ୟବହାରକୁ ଜାଣିବା ପାଇଁ ଆଗ୍ରହୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Related story