ଲିଖିତ ପରୀକ୍ଷାରେ ମିଳିଛି ଶୂନ, ତଥାପି କମ୍ପ୍ୟୁଟର ଟେଷ୍ଟ ପାଇଁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସେ,ଲେଟରରେ ଜିରୋ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି କମ୍ପ୍ୟୁଟର ସ୍କିଲ ଟେଷ୍ଟ ଦେବା ପାଇଁ ଅନୁମତି।   କେବଳ ସେତିକି ନୁହେଁ ମହିଳାମାନଙ୍କ ପାଇଁ ରିଜର୍ଭ ଥିବା କମ୍ପ୍ୟୁଟର ସ୍କିଲ ଟେଷ୍ଟରେ ପୁରୁଷମାନଙ୍କ ନାଁ ଏଣ୍ଟ୍ରି କରାଯାଇଛି ।  ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା କରାଯାଇଥିବା ଜୁନିୟର କିରାଣୀ ପରୀକ୍ଷାରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଗାଇଡଲାଇନ ଅନୁସାରେ ଚୟନ ଆୟୋଗ ପରୀକ୍ଷା କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଲ୍ଲାର କିଛି […]

exam

Niharika Rout
  • Published: Monday, 01 March 2021
  • , Updated: 30 March 2021, 04:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସେ,ଲେଟରରେ ଜିରୋ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି କମ୍ପ୍ୟୁଟର ସ୍କିଲ ଟେଷ୍ଟ ଦେବା ପାଇଁ ଅନୁମତି।   କେବଳ ସେତିକି ନୁହେଁ ମହିଳାମାନଙ୍କ ପାଇଁ ରିଜର୍ଭ ଥିବା କମ୍ପ୍ୟୁଟର ସ୍କିଲ ଟେଷ୍ଟରେ ପୁରୁଷମାନଙ୍କ ନାଁ ଏଣ୍ଟ୍ରି କରାଯାଇଛି ।  ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା କରାଯାଇଥିବା ଜୁନିୟର କିରାଣୀ ପରୀକ୍ଷାରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଗାଇଡଲାଇନ ଅନୁସାରେ ଚୟନ ଆୟୋଗ ପରୀକ୍ଷା କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଲ୍ଲାର କିଛି ପରୀକ୍ଷାର୍ଥୀ  । ଏନେଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ,  ଗତ ୨୦୧୮ ମସିହାରେ ଏ ନେଇ ଲିଖିତ ପରୀକ୍ଷା ହୋଇଥିଲା । ୨୦୧୯ ଏବଂ ୨୦୨୦ରେ ପର୍ଯ୍ୟାୟ କ୍ରମେ ଏସେ ଆଣ୍ଡ ଲେଟର ରାଇଟିଙ୍ଗ ପରୀକ୍ଷା ହୋଇଥିଲା।  ଆସନ୍ତା ମାର୍ଚ୍ଚ ୭ ତାରିଖରେ କମ୍ପ୍ୟୁଟର ସ୍କିଲ ଟେଷ୍ଟ କରାଯିବ ।

ବଲାଙ୍ଗିର ଜିଲ୍ଳାର ୯୩ ଟି ପଦବୀ ପାଇଁ ରିଟିନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।  ନିୟମ ଅନୁସାରେ, ଗୋଟିଏ ପଦବୀ ପାଇଁ ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ । ସେ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ୪୬୫ ଜଣ ପରୀକ୍ଷାର୍ଥୀ ରିଟିନ ପରୀକ୍ଷା ଏବଂ ଏସେ,ଲେଟର ପରୀକ୍ଷା ଦେଇଥିଲେ।

ଏବେ ଓ.ଏସ.ଏସ.ଏସ.ସି କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ଯେତିକି ପଦବୀ ଅଛି, ସେତିକି ଅର୍ଥାତ ୯୩ ଜଣଙ୍କୁ ଚୟନ କରିଛି । ଏମିତିକି ଏସେ,ଲେଟରରେ ଜିରୋ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ଚୟନ କରାଯାଇଛି । କେବଳ ସେତିକି ନୁହେଁ ମହିଳାମାନଙ୍କ ପାଇଁ ରିଜର୍ଭ ଥିବା କମ୍ପ୍ୟୁଟର ସ୍କିଲ ଟେଷ୍ଟରେ ପୁରୁଷମାନଙ୍କ ନାଁ ଏଣ୍ଟ୍ରି କରାଯାଇଛି । ଏହାକୁ ନେଇ  ବଲାଙ୍ଗିର ଜିଲ୍ଲାର ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଅଶୋକ ପାଣିଗ୍ରାହୀ ନାମକ ପରିକ୍ଷାର୍ଥୀ  କହିଛନ୍ତି, ଓ.ଏସ.ଏସ.ଏସ.ସି ନିଜ ଗାଇଡଲାଇନ୍‌ ପାଳନ କରୁନାହିଁ। ଗୋଟିଏ ପଦବୀ ଲାଗି ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ପରୀକ୍ଷା କରାଯାଉ।

ଅନ୍ୟ ଜଣେ ପରୀକ୍ଷାର୍ଥୀ ୟଶୋବନ୍ତ ସିଂ କହିଛନ୍ତି,  ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍‌ କରିସାରିଛନ୍ତି କମ୍ପ୍ୟୁଟର ଟେଷ୍ଟ ଲାଗି ଗୋଟିଏ ପଦବୀ ଲାଗି ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ଡାକିବା କଥା। ହେଲେ ସେମାନଙ୍କୁ ନ ଡାକି ସମୁଦାୟ ୯୩ ପିଲାଙ୍କୁ ଡକାଯାଇଛି। ଯେଉଁମାନଙ୍କର ଏସେରେ ଶୂନ ଅଛି ସେମାନଙ୍କୁ ମଧ୍ୟ ଡକାଯାଇଛି। ତୁରନ୍ତ ଏହାର ସମାଧାନ କରାଯାଉ।

Related story