Advertisment

ଇଏକ୍ସଆଇଏମ୍‌ ଓ ଇଣ୍ଡିଆନ୍‌ ବ୍ୟାଙ୍କର ଖାଲିଥିବା ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଇଏକ୍ସଆଇଏମ୍‌ ବ୍ୟାଙ୍କ (Export-Import Bank) ଓ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ପକ୍ଷରୁ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଏକ୍ସଆଇଏମ୍‌ ବ୍ୟାଙ୍କ ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୬ରୁ ଆରମ୍ଭ ହେବ। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଏହି ସବୁ ପଦବୀରେ ଆଡମିନଷ୍ଟ୍ରେଟିଭ୍‌ ଅଫିସର, ମ୍ୟାନେଜର, ଚିଫ୍‌ ମ୍ୟାନେଜର ଓ ଡେପୁଟି ମ୍ୟାନେଜର ପରି ପଦବୀ ରହିଛି। ସେହିପରି ଇଣ୍ଡିଆନ୍ ବ୍ୟାଙ୍କର ଖାଲି ପଡ଼ିଥିବା ପଦବୀରେ ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍‌, ମ୍ୟାନେଜର […]

ଇଏକ୍ସଆଇଏମ୍‌ ଓ ଇଣ୍ଡିଆନ୍‌ ବ୍ୟାଙ୍କର ଖାଲିଥିବା ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

j333

Advertisment

ନୂଆଦିଲ୍ଲୀ : ଇଏକ୍ସଆଇଏମ୍‌ ବ୍ୟାଙ୍କ (Export-Import Bank) ଓ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ପକ୍ଷରୁ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଏକ୍ସଆଇଏମ୍‌ ବ୍ୟାଙ୍କ ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୬ରୁ ଆରମ୍ଭ ହେବ। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ।

Advertisment

ଏହି ସବୁ ପଦବୀରେ ଆଡମିନଷ୍ଟ୍ରେଟିଭ୍‌ ଅଫିସର, ମ୍ୟାନେଜର, ଚିଫ୍‌ ମ୍ୟାନେଜର ଓ ଡେପୁଟି ମ୍ୟାନେଜର ପରି ପଦବୀ ରହିଛି।

ସେହିପରି ଇଣ୍ଡିଆନ୍ ବ୍ୟାଙ୍କର ଖାଲି ପଡ଼ିଥିବା ପଦବୀରେ ଆସିଷ୍ଟାଣ୍ଟ ମ୍ୟାନେଜର କ୍ରେଡିଟ୍‌, ମ୍ୟାନେଜର କ୍ରେଡିଟ୍‌, ମ୍ୟାନେଜର ସିକ୍ୟୁରିଟି, ମ୍ୟାନେଜର ଫୋରେକ୍ସ, ମ୍ୟାନେଜର ଲିଗାଲ୍‌ ଓ ମ୍ୟାନେଜର ଡିଲର୍ ପରି ପଦବୀ ରହିଛି। ଏହିସବୁ ପଦବୀ ପାଇଁ ଆବେଦନକାରୀ ୧୦ ଫେବୃଆରୀ ପରେ ଆବେଦନ କରିପାରିବେ।

Advertisment

ଫେବୃଆରୀ ୨୨ ତାରିଖ ଆବେଦନର ଶେଷ ତାରିଖ ରହିଛି।

ଜଣେ ଆବେଦନକାରୀ କେବଳ ଗୋଟିଏ ପୋଷ୍ଟ ପାଇଁ ଆବେଦନ କରିପାରିବେ। ତେବେ ବିଜ୍ଞାପନରେ ଦିଆଯାଇଥିବା ଆବଶ୍ୟକୀୟ ଯୋଗ୍ୟତା ନଥିଲେ, ଆପଣଙ୍କ ଆପ୍ଲିକେସନ୍‌ ଫର୍ମ ରିଜେକ୍ଟ ହୋଇଯାଇପାରେ। ଏ ସମସ୍ତ ପଦବୀ ପାଇଁ ଉଭୟ ଲିଖିତ ଓ ମୌଖିକ ଆଧାରରେ ପରୀକ୍ଷା କରାଯିବ।

ଚୟନ ପ୍ରକ୍ରିୟା କିପରି ହେବ, ଜାଣନ୍ତୁ..

ସାଧାରଣ ବର୍ଗର ଆବେଦନକାରୀ ବିଜ୍ଞାପନରେ ମଗାଯାଇଥିବା ଯୋଗ୍ୟତା ଅନୁସାରେ କ୍ୟାରିଅର୍‌ରେ ୪୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ସେହିପରି ଅନ୍ୟାନ୍ୟ ବର୍ଗ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଏହି ମାର୍କ ୩୫ ପ୍ରତିଶତ ରହିଛି।

ଇଣ୍ଟରଭ୍ୟୁରେ ଆବେଦନକାରୀଙ୍କୁ ପାସ୍ କରିବା ପାଇଁ ୪୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ। ଅନ୍ୟାନ୍ୟ ବର୍ଗ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବେଦନକାରୀଙ୍କ ପାଇଁ ଏହି ମାର୍କ କୋହଳ କରାଯାଇ ୩୫ ପ୍ରତିଶତ ରଖାଯାଇଛି।

ଅଧିକ ସୂଚନା ପାଇଁ ଆବେଦନକାରୀ www.indianbank.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe