Advertisment

ଗ୍ରାଜୁଏଟ୍‌ ପିଲାଙ୍କ ପାଇଁ ଭାରତୀୟ ଖାଦ୍ୟ ନିଗମରେ ବଡ଼ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ ତଥା ଏଫ୍‌ସିଆଇ ଆଣିଛି ଚାକିରି ସୁଯୋଗ। ଏଠାରେ ଖାଲିଥିବା ବିଭିନ୍ନ ମ୍ୟାନେଜର ପଦବୀ ପାଇଁ  ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ସମସ୍ତ ପାଞ୍ଚୋଟି ଜୋନ୍‌ର ଜେନେରାଲ, ଡିପୋ ମୁଭମେଣ୍ଟ ଆକାଉଣ୍ଟସ୍‌, ଟେକ୍ନିକାଲ, ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକଲ ମେକାନିକଲ ଇଞ୍ଜିନିୟରିଂ ଓ ହିନ୍ଦୀ ବିଭାଗର ଗ୍ରେଡ୍‌-୨ ମ୍ୟାନେଜର ପାଇଁ ପ୍ରାୟ ୧୧୩ଟି ପଦବୀରେ ନିଯୁକ୍ତି ହେବ। ମୋଟ ପଦବୀ-୧୧୩ ନର୍ଥ ଜୋନ୍‌- ୩୮ ସାଉଥ ଜୋନ୍‌-୧୬ ୱେଷ୍ଟ ଜୋନ୍‌- […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଗ୍ରାଜୁଏଟ୍‌ ପିଲାଙ୍କ ପାଇଁ ଭାରତୀୟ ଖାଦ୍ୟ ନିଗମରେ ବଡ଼ ସୁଯୋଗ

FCI

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ ତଥା ଏଫ୍‌ସିଆଇ ଆଣିଛି ଚାକିରି ସୁଯୋଗ। ଏଠାରେ ଖାଲିଥିବା ବିଭିନ୍ନ ମ୍ୟାନେଜର ପଦବୀ ପାଇଁ  ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ସମସ୍ତ ପାଞ୍ଚୋଟି ଜୋନ୍‌ର ଜେନେରାଲ, ଡିପୋ ମୁଭମେଣ୍ଟ ଆକାଉଣ୍ଟସ୍‌, ଟେକ୍ନିକାଲ, ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକଲ ମେକାନିକଲ ଇଞ୍ଜିନିୟରିଂ ଓ ହିନ୍ଦୀ ବିଭାଗର ଗ୍ରେଡ୍‌-୨ ମ୍ୟାନେଜର ପାଇଁ ପ୍ରାୟ ୧୧୩ଟି ପଦବୀରେ ନିଯୁକ୍ତି ହେବ।

Advertisment

ମୋଟ ପଦବୀ-୧୧୩

ନର୍ଥ ଜୋନ୍‌- ୩୮

ସାଉଥ ଜୋନ୍‌-୧୬

ୱେଷ୍ଟ ଜୋନ୍‌- ୨୦

ଇଷ୍ଟ ଜୋନ୍‌- ୨୧

ନର୍ଥ ଇଷ୍ଟ ଜୋନ୍‌- ୧୮

ଶିକ୍ଷାଗତ ଯୋଗ୍ୟତା- ଗ୍ରାଜୁଏଟ୍‌/ସିଏ/ଆଇସିଡବ୍ଲୁଏ/ସିଏସ୍‌/ବି.କମ୍‌/ମାଷ୍ଟର ଡିଗ୍ରୀ

ମାସିକ ଦରମା- ୪୦,୦୦୦ରୁ ୧,୪୦,୦୦୦

ବୟସ ସୀମା- ୨୮ରୁ ୩୫

କିଭଳି ହେବ ଚୟନ?

ଅନ୍‌ଲାଇନ୍‌ ଟେଷ୍ଟ, ଇଣ୍ଟରଭ୍ୟୁ ଓ ଟ୍ରେନିଂ। ୬ ମାସ ଟ୍ରେନିଂ ପରେ ମ୍ୟାନେଜର ସ୍କେଲରେ ନିଯୁକ୍ତି ମିଳିବ। ହିନ୍ଦୀ ମ୍ୟାନେଜର ପାଇଁ ଅନ୍‌ଲାଇନ୍‌ ଟେଷ୍ଟ ଓ ଇଣ୍ଟରଭ୍ୟୁ।

Advertisment

ଆବେଦନ ଫି- ୮୦୦ ଟଙ୍କା, SC / ST / PWD / ମହିଳାଙ୍କ ପାଇଁ ଆବେଦଦ ଫି' ଛାଡ କରାଯାଇଛି।

କିଭଳି କରିବେ ଆବେଦନ?

ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆସନ୍ତା ୨୭ ତାରିଖରୁ ଆବେଦନ ଆରମ୍ଭ ହେବ। ଶେଷ ତାରିଖ ୨୬/୦୯/୨୦୨୨ ରଖାଯାଇଛି। ଡିସେମ୍ବର ମାସରେ ଅନ୍‌ଲାଇନ୍‌ ଟେଷ୍ଟ ହେବ। ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ।

FCI Recruitment 2022