Advertisment

ପ୍ଲସ୍ ଟୁ ପରୀକ୍ଷା ପାଇଁ ୨୭ରୁ ଫର୍ମପୂରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୭ ତାରିଖରୁ ପ୍ଲସ୍ ଟୁ ପରୀକ୍ଷା ଫର୍ମପୂରଣ ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଫର୍ମ ପୂରଣ ପ୍ରକ୍ରିୟା ୨୭ରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜାନୁଆରୀ ୪ ପରେ ଫର୍ମପୂରଣ କଲେ ଫାଇନ୍ ପଡ଼ିବ। ଜାନୁଆରୀ ୫ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଶହେ ଟଙ୍କା ଜୋରିମାନା […]

ଅଦ୍ୟତନ ହୋଇଛି
ପ୍ଲସ୍ ଟୁ ପରୀକ୍ଷା ପାଇଁ ୨୭ରୁ ଫର୍ମପୂରଣ

Students

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୭ ତାରିଖରୁ ପ୍ଲସ୍ ଟୁ ପରୀକ୍ଷା ଫର୍ମପୂରଣ ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Advertisment

ଫର୍ମ ପୂରଣ ପ୍ରକ୍ରିୟା ୨୭ରୁ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜାନୁଆରୀ ୪ ପରେ ଫର୍ମପୂରଣ କଲେ ଫାଇନ୍ ପଡ଼ିବ।

ଜାନୁଆରୀ ୫ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଶହେ ଟଙ୍କା ଜୋରିମାନା ଦେଇ ଫର୍ମପୂରଣ କରିପାରିବେ। ୭ରୁ ୧୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୪୫୦ ଟଙ୍କା ଜୋରିମାନା ଦେଇ ଫର୍ମପୂରଣ କରି ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହାର ବିଜ୍ଞପ୍ତିରେ ଦର୍ଶାଇଛି।

Advertisment

ସାମ୍ସ ପୋର୍ଟାଲ ଜରିଆରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିବେ। ଉପଯୁକ୍ତ କାଗଜପତ୍ର ସହ ନିର୍ଭୁଲ ଭାବେ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ସମସ୍ତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe