Advertisment

GAILରେ ଚାକିରି ସୁଯୋଗ, ୨ଲକ୍ଷ ଯାଏ ମିଳିବ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଗେଲ୍‌ ଇଣ୍ଡିଆ ଲିମିଟେଡ ଆଣିଛି ସୁବର୍ଣ୍ଣ ସୁଯୋଗ। ଏଠାରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏକ ସ୍ୱତନ୍ତ୍ର ନିଯୁକ୍ତି ଡ୍ରାଇଭରେ ମ୍ୟାନେଜର, ସିନିୟର ଇଂଜିନିୟର, ସିନିୟର ଅଫିସର୍‌ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। GAIL (India) Limitedର ଏହି ସ୍ୱତନ୍ତ୍ର ନିଯୁକ୍ତି ଡ୍ରାଇଭ୍ SC / ST / OBC (NCL) ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
GAILରେ ଚାକିରି ସୁଯୋଗ, ୨ଲକ୍ଷ ଯାଏ ମିଳିବ ଦରମା

GAIL

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଗେଲ୍‌ ଇଣ୍ଡିଆ ଲିମିଟେଡ ଆଣିଛି ସୁବର୍ଣ୍ଣ ସୁଯୋଗ। ଏଠାରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏକ ସ୍ୱତନ୍ତ୍ର ନିଯୁକ୍ତି ଡ୍ରାଇଭରେ ମ୍ୟାନେଜର, ସିନିୟର ଇଂଜିନିୟର, ସିନିୟର ଅଫିସର୍‌ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। GAIL (India) Limitedର ଏହି ସ୍ୱତନ୍ତ୍ର ନିଯୁକ୍ତି ଡ୍ରାଇଭ୍ SC / ST / OBC (NCL) ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ।

Advertisment

ମୋଟ ପଦବୀ-୫୧

ମ୍ୟାନେଜର-୬

ସିନିୟର୍‌ ଇଂଜିନିୟର- ୧୪

ସିନିୟର୍‌ ଅଫିସର୍‌- ୨୬

ଅଫିସର-୫

ଶିକ୍ଷାଗତ ଯୋଗ୍ୟତା- ଆବଶ୍ୟକ ଅଭିଜ୍ଞତା ସହିତ CA / CMA (ICWA), ଇଞ୍ଜିନିୟରିଂରେ ବି.କମ୍ ସ୍ନାତକ ଡିଗ୍ରୀ, ମାଷ୍ଟର ଡିଗ୍ରୀ (M.Sc.) କରିଥିବା ଦରକାର।

ବୟସ ସୀମା

ମ୍ୟାନେଜର- ୩୪ ବର୍ଷ

ସିନିୟର ଇଂଜିନିୟର୍‌-୨୮ ବର୍ଷ

ସିନିୟର୍‌ ଅଫିସର- ୩୨ ବର୍ଷ

ଅଫିସର୍‌(ଲାବୋରଟାରୀ)-୪୫ ବର୍ଷ

ଅଫିସର୍‌ (ସିକ୍ୟୁରିଟି)- ୪୫ ବର୍ଷ

ଅଫିସର (ଅଫିସିଆଲ୍‌ ଲାଙ୍ଗୁଏଜ୍‌)-୩୫ ବର୍ଷ

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଉପରକ୍ତ ବୟସ ସୀମାରେ କୋହଲ କରାଯାଇଛି।

ଦରମା:

E3-୭୦,୦୦୦ ରୁ ୨,୦୦,୦୦୦

E2- ୬୦,୦୦୦ରୁ ୧,୮୦,୦୦୦

E1- ୫୦,୦୦୦ରୁ ୧,୬୦,୦୦୦

S7-୩୫,୦୦୦ରୁ ୧,୩୮,୦୦୦

S5-୨୯,୦୦୦ରୁ ୧,୨୦,୦୦୦

ଆବେଦନ ଫି: ୨୦୦/- ଟଙ୍କା। SC / ST / PwBD ବର୍ଗ ପ୍ରାର୍ଥୀମାନଙ୍କ ପଶଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି।

Advertisment

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀମାନେ GAILର ଅଫିସିଆଲ୍‌ ୱେବସାଇଟ୍‌ www.gailonline.com କୁ ଯାଇ ଅନ୍‌ଲାଇନ ମାଧ୍ୟରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୬ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୧୫ ରହିଛି।

ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ପଢ଼ନ୍ତୁ

read official advertisement: