Advertisment

GAIL ଇଣ୍ଡିଆରେ ଚାକିରି ସୁଯୋଗ, ମିଳିବ ୧,୮୦,୦୦୦ ଯାଏ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗେଲ୍‌ ଇଣ୍ଡିଆ ଲିମିଟେଡ୍‌(GAIL) ପକ୍ଷରୁ ବିଭିନ୍ନ ବିଭାଗରେ ଖାଲି ପଡିଥିବା ଏଗ୍‌ଜିକ୍ୟୁଟିଭ ଟ୍ରେନି ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ବିଜ୍ଞପ୍ତି ଅନୁସାରେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ। ମୋଟ ପଦବୀ-୪୮ ଏଗ୍‌ଜିକ୍ୟୁଟିଭ ଟ୍ରେନି (ଯନ୍ତ୍ରପାତି): ୧୮ ଶିକ୍ଷାଗତ ଯୋଗ୍ୟତା: ଇଞ୍ଜିନିୟରିଂରେ ଡିଗ୍ରୀ/ ଇନଷ୍ଟ୍ରୁମେଣ୍ଟେସନ୍ / ଇନଷ୍ଟ୍ରୁମେଣ୍ଟେସନ୍ ଏବଂ କଣ୍ଟ୍ରୋଲ୍/ ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ […]

author-image
Madhupriya Mistry
GAIL ଇଣ୍ଡିଆରେ ଚାକିରି ସୁଯୋଗ, ମିଳିବ ୧,୮୦,୦୦୦ ଯାଏ ଦରମା

GAIL-1

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗେଲ୍‌ ଇଣ୍ଡିଆ ଲିମିଟେଡ୍‌(GAIL) ପକ୍ଷରୁ ବିଭିନ୍ନ ବିଭାଗରେ ଖାଲି ପଡିଥିବା ଏଗ୍‌ଜିକ୍ୟୁଟିଭ ଟ୍ରେନି ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ବିଜ୍ଞପ୍ତି ଅନୁସାରେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୪୮

ଏଗ୍‌ଜିକ୍ୟୁଟିଭ ଟ୍ରେନି (ଯନ୍ତ୍ରପାତି): ୧୮

ଶିକ୍ଷାଗତ ଯୋଗ୍ୟତା: ଇଞ୍ଜିନିୟରିଂରେ ଡିଗ୍ରୀ/ ଇନଷ୍ଟ୍ରୁମେଣ୍ଟେସନ୍ / ଇନଷ୍ଟ୍ରୁମେଣ୍ଟେସନ୍ ଏବଂ କଣ୍ଟ୍ରୋଲ୍/ ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ / ଇଲେକ୍ଟ୍ରିକାଲ୍ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ / ଇଲେକ୍ଟ୍ରୋନିକ୍ସ / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସରେ ସର୍ବନିମ୍ନ ୬୫% ମାର୍କ ସହିତ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିବା ଉଚିତ।

ଏଗ୍‌ଜିକ୍ୟୁଟିଭ ଟ୍ରେନି (ମେକାନିକଲ): ୧୫

ଶିକ୍ଷାଗତ ଯୋଗ୍ୟତା:ଇଞ୍ଜିନିୟରିଂରେ ଡିଗ୍ରୀ/ ମେକାନିକାଲ ଟେକ୍ନୋଲଜି/ ପ୍ରଡକ୍ସନ/ ପ୍ରଡକ୍ସନ ଏବଂ ଇଣ୍ଡଷ୍ଟ୍ରିଆଲ୍‌/ ମାନୁଫାକଚରିଂ/ମେକାନିକଲ ଏବଂ ଅଟୋମାବାଇଲ୍‌ରେ ସର୍ବନିମ୍ନ ୬୫% ମାର୍କ ରଖିଥିବା ଉଚିତ।

Advertisment

ଏଗ୍‌ଜିକ୍ୟୁଟିଭ ଟ୍ରେନି (ଇଲେକ୍‌ଟ୍ରିକାଲ): ୧୫

ଶିକ୍ଷାଗତ ଯୋଗ୍ୟତା: ଇଞ୍ଜିନିୟରିଂରେ ଡିଗ୍ରୀ/ ଇଲେକ୍ଟ୍ରିକାଲ ଟକ୍ନୋଲଜି/ ଇଲେକ୍‌ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକକ୍ସରେ ୬୫% ମାର୍କ ଥିବା ଉଚିତ।

ବୟସ ସୀମା: ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୨୬ ବର୍ଷ ଭିତରେ ଥିବା ଉଚିତ। ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଯାଏଁ ବୟସ ସୀମା କୋହଳ ଥିବା ବେଳେ OBC ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି।

ମାସିକ ଦରମା: ବିଭିନ୍ନ ବିଭାଗର ପଦବୀ ଅନୁସାରେ ମାସିକ ଦରମା ୬୦,୦୦୦ରୁ ୧,୮୦,୦୦୦ ରହିଛି।

କିଭଳି ହେବ ଚୟନ?

ଗ୍ରୁପ୍‌ ଡିସ୍‌କସନ୍‌, ପର୍ସନାଲ ଇଣ୍ଟରଭ୍ୟୁ ଏବଂ ଗେଟ୍‌-୨୦୨୨ରେ ପରୀକ୍ଷାରେ ପାସ୍‌ ହୋଇଥିବା ପ୍ରାର୍ଥୀଙ୍କ ମାର୍କକୁ ଦେଖି ଚୟନ କରାଯିବ।

କିଭଳି କରିବେ ଆବେଦନ?
GAILର ଅଫିସିଆଲ୍‌ ୱେବ୍‌ସାଇଟ୍‌ gailonline.com ଲଗ୍‌ଇନ୍‌ କରି ଏଥିରେ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର କରିବାର ଶେଷ ତାରିଖ ମାର୍ଚ୍ଚ ୧୬ ରହିଛି।