Advertisment

ସରକାରୀ ଛୁଟି ତାଲିକା ଜାରି: ଆସନ୍ତାବର୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ। ଅବଶ୍ୟ କର୍ମଚାରୀ ଚାହିଁଲେ ଏହାଠୁ ଅଧିକ ଛୁଟି ବ୍ୟକ୍ତିଗତ ଭାବେ ନେଇପାରିବେ। ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷରେ ଛୁଟି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୨ ମସିହା […]

ଅଦ୍ୟତନ ହୋଇଛି
ସରକାରୀ ଛୁଟି ତାଲିକା ଜାରି: ଆସନ୍ତାବର୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି

Office

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ। ଅବଶ୍ୟ କର୍ମଚାରୀ ଚାହିଁଲେ ଏହାଠୁ ଅଧିକ ଛୁଟି ବ୍ୟକ୍ତିଗତ ଭାବେ ନେଇପାରିବେ। ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷରେ ଛୁଟି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୨ ମସିହା କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଏହି ଛୁଟି ନିର୍ଦ୍ଦେଶନାମା ଲାଗୁ ହେବ। ୨୦୨୨ କ୍ୟାଲେଣ୍ଡର ବର୍ଷରେ ୨୭ଦିନ ସରକାରୀ ଛୁଟି ଥିବାବେଳେ ଇଚ୍ଛାଧୀନ ଛୁଟି ଭାବେ ୫ଟି ଛୁଟିଦିନକୁ ଘୋଷଣା କରାଯାଇଛି। କିନ୍ତୁ ଏହି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଉପଯୋଗ କରିପାରିବେ। ଅର୍ଥାତ୍ ୨୮(୨୭+୧)ଟି ଛୁଟି ଜଣେ କର୍ମଚାରୀଙ୍କୁ ମିଳୁଥିବାବେଳେ ୫୨ଟି ରବିବାର ଏବଂ ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇଲେ ୨୦୨୨ ମସିହା କ୍ୟାଲେଣ୍ଡର ବର୍ଷରେ ମୋଟ ୧୦୪ଟି ଛୁଟି ମିଳିବ।

ରାଜ୍ୟ ସରକାର ଯେଉଁ ୫ଟି ଛୁଟିଦିନକୁ ଇଚ୍ଛାକୃତ ଛୁଟି ତାଲିକାରେ ସାମିଲ କରିଛନ୍ତି ତାହା ହେଲା ଜାନୁୟାରୀ ୨୫ରେ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୧୬ରେ ଇଷ୍ଟର ଶନିବାର, ଏପ୍ରିଲ ୨୭ରେ ଶବ୍‌-ଇ-କ୍ୱାଦର, ନଭେମ୍ବର ୨ ଅଁଳା ନବମୀ ଓ ନଭେମ୍ବର ୧୧ ପ୍ରଥମାଷ୍ଟମୀ । ଏହି ୫ଟି ଇଚ୍ଛାକୃତ ଛୁଟି ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଚୟନ କରିପାରିବେ।

Advertisment

ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଦିନରେ ଆଉ କେତେକ ପର୍ବପର୍ବାଣୀ ପଡ଼ୁଥିବାରୁ ସେହିଦିନ ଗୁଡ଼ିକ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା ହୋଇପାରିନି । ରବିବାର ଛୁଟିଦିନରେ ସୁବାସଚନ୍ଦ୍ର ବୋଷ ଜୟନ୍ତୀ ଜାନୁୟାରୀ ୨୩ରେ , ରାମନବମୀ ଏପ୍ରିଲ ୧୦ରେ , ଇଦ୍‌-ଉଲ-ଜୁହା ଜୁଲାଇ ୧୦ରେ , ମହାଳୟା ସେପ୍ଟେମ୍ବର ୨୫ରେ , ଗାନ୍ଧି ଜୟନ୍ତୀ ଅକ୍ଟୋବର ୨ରେ , ମହମ୍ମଦଙ୍କ ଜୟନ୍ତୀ ଅକ୍ଟୋବର ୯ରେ , ଖ୍ରୀଷ୍ଟମାସ ଡେ’ ଡିସେମ୍ବର ୨୫ରେ ପଡ଼ୁଥିବାରୁ ସ୍ୱତନ୍ତ୍ର ଭାବେ ଛୁଟିଦିନ ଘୋଷଣା ହୋଇନି। ସେହିପରି ଗୁରୁଗୋବିନ୍ଦ ସିଂ ଜୟନ୍ତୀ,ରାଜାରାମ ମୋହନ ରାୟ ଜୟନ୍ତୀ, ବାହୁଡ଼ା ଓ ଖ୍ରଷ୍ଟମାସ ପାଇଁ ୪ଦିନକୁ ଇଚ୍ଛାଧୀନ ଛୁଟି ଭାବେ ବିବେଚନା ହେଉଥିଲେ ମଧ୍ୟ ଏସବୁ ରବିବାର ଓ ଶନିବାର ଛୁଟିଦିନରେ ପଡ଼ୁଛି ।

ବିଜ୍ଞପ୍ତି ଅନୁସାରେ, ଯେହେତୁ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର କେତେକ ପର୍ବପର୍ବାଣୀ ଓ ଉତ୍ସବ ପାଳନ ହେଉଛି ତେଣୁ ସେହିଦିନଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଛୁଟି ଘୋଷଣା କରାଯାଇନାହିଁ।

ସୂଚନାଯୋଗ୍ୟ, ଗତବର୍ଷ କର୍ମଚାରୀଙ୍କୁ ୧୦୬ଦିନ ସରକାରୀ ଛୁଟି ମିଳିଥିବାବେଳେ ଚଳିତଥର ୧୦୪ଦିନ ସରକାରୀ ଛୁଟି ମିଳିବ ବୋଲି ଜଣାପଡ଼ିଛି। ଏହି ଛୁଟି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ କୋର୍ଟ ପାଇଁ ଉଦ୍ଦିଷ୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe