ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (NTA) ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ କରିଦିଆ ଯାଇଛି। ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ମେ’ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା। ପରୀକ୍ଷା ସ୍ଥଗିତ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ। ସେ ଟ୍ୱିଟ୍ କରି କହିଛନ୍ତି, […]

UGC-net

Ranjit Kumar Jena
  • Published: Tuesday, 20 April 2021
  • , Updated: 20 April 2021, 05:02 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି (NTA) ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ କରିଦିଆ ଯାଇଛି। ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ମେ' ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା। ପରୀକ୍ଷା ସ୍ଥଗିତ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ।

ସେ ଟ୍ୱିଟ୍ କରି କହିଛନ୍ତି, କୋଭିଡ୍-୧୯ କାରଣରୁ ପ୍ରାର୍ଥୀ ଓ ପରୀକ୍ଷା ଆୟୋଜକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଁ ଏନଟିଏ ୟୁଜିସି ନେଟ୍ ଡିସେମ୍ବର ୨୦୨୦ (ମେ' ୨୦୨୧) ପରୀକ୍ଷା ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛି।

https://twitter.com/DrRPNishank/status/1384446633547472896?s=20

ଏନଟିଏ ଦ୍ୱାରା ଜେଇଇ ମେନ୍ ପରୀକ୍ଷା ସ୍ଥଗିତ କରାଯିବା ପରଠାରୁ ସୋଶାଲ ମିଡିଆରେ ୟୁଜିସି ନେଟ୍ ପରୀକ୍ଷାକୁ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ଦାବି କରାଯାଉଥିଲା। ଯେଉଁମାନେ ପରୀକ୍ଷା ପାଇଁ ଆବେଦନ କରିଥିବେ, ସେମାନଙ୍କୁ ନୂଆ ଡାଟାର ସୂଚନା ugcnet.nta.nic.inରେ ଦିଆଯିବ। କମ୍ପ୍ୟୁଟରରେ ପରୀକ୍ଷାର ଆୟୋଜନ ହେବ। ପରୀକ୍ଷା ଦୁଇଟି ପେପରରେ ହେବ। ଉଭୟ ପେପରରେ ଅପ୍ସନାଲ୍ ପ୍ରଶ୍ନ ରହିବ।

ସୂଚନାଯୋଗ୍ୟ, ୟୁଜିସି ନେଟ୍ ପରୀକ୍ଷା ବର୍ଷକୁ ଦୁଇଥର ହୋଇଥାଏ। କିନ୍ତୁ କରୋନା ମହାମାରୀ କାରଣରୁ ଗତ ବର୍ଷ ଜୁନ୍ ମାସରେ ହେବାକୁଥିବା ପରୀକ୍ଷା ବିଳମ୍ବରେ ହୋଇଥିଲା। ସେହିପରି ଏବେ ଡିସେମ୍ବର-୨୦୨୦ର ସଂସ୍କରଣ ପରୀକ୍ଷାର ଆୟୋଜନ ହେବ। ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବ।

Related story