୩୬୩ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ସୁପାରିଶ୍ କଲେ ଓପିଏସସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଆଉ ୩୬୩ ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ମେଡିକାଲ ଅଫିସର ପଦବୀ ନିମନ୍ତେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ୨୦୨୧-୨୨ ମସିହାରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ନିଯୁକ୍ତି ପ୍ରକ୍ରିୟା ଶେଷ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୩୬୩ଜଣ ଡାକ୍ତରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚଳିତ ସଂରକ୍ଷଣ ତାଲିକା ଅନ୍ତର୍ଗତ ଏହି ତାଲିକା ପ୍ରସ୍ତୁତ କରାଯାଇଛି । […]

OPSC

Jitendra Garnayak
  • Published: Tuesday, 29 March 2022
  • , Updated: 29 March 2022, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଆଜି ଆଉ ୩୬୩ ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ମେଡିକାଲ ଅଫିସର ପଦବୀ ନିମନ୍ତେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ୨୦୨୧-୨୨ ମସିହାରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ନିଯୁକ୍ତି ପ୍ରକ୍ରିୟା ଶେଷ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୩୬୩ଜଣ ଡାକ୍ତରଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚଳିତ ସଂରକ୍ଷଣ ତାଲିକା ଅନ୍ତର୍ଗତ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୭୨୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ଥିବାବେଳେ ସେଥିରୁ ୯୯୨ଟି ପଦବୀ ଖାଲି ପଡ଼ିଛି । ଆଜି ଏହି ୩୬୩ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିବା ପରେ ରାଜ୍ୟରେ ଡାକ୍ତର ଅଭାବ ସଂଖ୍ୟା ଅନେକାଂଶ ପୂରଣ ହୋଇପାରିବ । ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଡାକ୍ତରୀ ପଦବୀ ପୂରଣ ଦିଗରେ ତତ୍ପରତା ଦେଖାଇଛନ୍ତି ।

ଏହି ମୋଟ ୮୭୨୯ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରେ ୨୫୦୬ଟି ପଦବୀ ବିଭିନ୍ନ ମେଡିକାଲ କଲେଜରେ ପଢ଼ୁଥିବା ପିଜି ଛାତ୍ର, ସିନିୟର ରେସିଡେନ୍ସ, ଟ୍ୟୁଟର ଓ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି । ଚୁକ୍ତିଭିତ୍ତିକ ଡାକ୍ତରଙ୍କ ସଂଖ୍ୟା ୭୬୪ ଥିବାବେଳେ ଆଡହକରେ ୩୪ଜଣ, ଡିଏମଏଫ ଫଣ୍ଡରେ ୯୦ଜଣ ଓ କର୍ପସ ଫଣ୍ଡରେ ୪ଜଣଙ୍କୁ ମିଶାଇ ମୋଟ ୭୭୩୭ଟି ଡାକ୍ତରୀ ପଦବୀ ପୂରଣ ଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Related story