Advertisment

ଶିକ୍ଷା ବିଭାଗରେ ଗ୍ରୁପ-ବି’ ପୋଷ୍ଟ ପାଇଁ ବାହାରିଲା ବମ୍ପର ନିଯୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଣଶିକ୍ଷା ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ।  ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ୧୬୦ଟି ‘ଗ୍ରୁପ୍‌ ବି’ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ବିଜ୍ଞାପନ। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ନଭେମ୍ବର ୧୨ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ http;opsconline.gov.in ରେ ଲଗ୍‌ଇନ୍‌ କରି ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ସ୍କୁଲ ଓ […]

ଶିକ୍ଷା ବିଭାଗରେ ଗ୍ରୁପ-ବି’ ପୋଷ୍ଟ ପାଇଁ ବାହାରିଲା ବମ୍ପର ନିଯୁକ୍ତି

job

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଣଶିକ୍ଷା ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ।  ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ୧୬୦ଟି ‘ଗ୍ରୁପ୍‌ ବି’ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ବିଜ୍ଞାପନ। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ନଭେମ୍ବର ୧୨ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ http;opsconline.gov.in ରେ ଲଗ୍‌ଇନ୍‌ କରି ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ।

Advertisment

ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ୧୬୦ଟି ଗ୍ରୁପ୍‌-ବି ପଦବୀ  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିନିମନ୍ତେ ଦରମା ୪୪,୯୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ପୋଷ୍ଟଗୁଡ଼ିକ ଅସ୍ଥାୟୀ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଏହାକୁ ସ୍ଥାୟୀ କରାଯିବ। ହେଲେ ଏହି ସମୟ ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଭତ୍ତା ଓ ସୁବିଧା ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ।

୧୬୦ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୮୩ ପୋଷ୍ଟ ବାହାରିଥିବା ବେଳେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗଙ୍କ ପାଇଁ ୧୫, ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୨୬ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୩୬ଟି ପୋଷ୍ଟ ରହିଛି।

Advertisment

ପ୍ରାର୍ଥୀଙ୍କ ବୟସ ସୀମା

ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ  ୨୧ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି। ଏଥିସହ ସର୍ବାଧିକ ବୟସ ସୀମା ୩୨ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି। ୨୦୨୧ ଜାନୁୟାରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୨ ବର୍ଷ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ଏହାବାଦ ଇଚ୍ଛୁକ ପ୍ରାର୍ଥୀଙ୍କ ଜନ୍ମ ୧୯୮୯ ମସିହା ଜାନୁୟାରୀ ୨ ତାରିଖ ପରେ ହେବା ଉଚିତ ବୋଲି ଉଲ୍ଲେଖ ରହିଛି। ଅତି ବେଶିର ୨୦୦୦ ମସିହା ଜାନୁୟାରୀ ୧ ପରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀ ଆବେଦନ କଲେ ସେମାନଙ୍କ ଆବେଦନକୁ ବିଚାରକୁ ନିଆଯିବନି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା

୧-ଆବେଦନକାରୀ କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତନ ଡିଗ୍ରୀଧାରୀ ହୋଇଥିବା ସହ ଏଜୁକେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏଥିସହ କମ୍ପ୍ୟୁଟର ସାଇନ୍ସରେ ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ ।

୨-ନଚେତ ଆବେଦନକାରୀ କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିଥିଲେ ଏଜୁକେସନରେ ସ୍ନାତକ ହାସଲ କରିଥିଲେ ବି ସେମାନେ ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ଭାବେ ବିବେଚିତ ହେବେ। ଏଥିସହ କମ୍ପ୍ୟୁଟର ସାଇନ୍ସରେ କିନ୍ତୁ ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ ।

୩-ନଚେତ ପ୍ରାର୍ଥୀମାନେ ଅନର୍ସ ସହ  ବିଏ. ବିଏଡ କିମ୍ବା ବିଏସସି କରିଥିଲେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ।  ପ୍ରାର୍ଥୀମାନେ ଯେକୌଣସି ରିଜିଓନାଲ କଲେଜରୁ ବିଏଡ କରିଥିଲେ କଳା କିମ୍ବା ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏଥିସହ କମ୍ପ୍ୟୁଟର ସାଇନ୍ସରେ ସାଧାରଣ ଜ୍ଞାନ ହାସଲ କରିଥିବା ଆବଶ୍ୟକ ।

ରାଜ୍ୟ ବାହାର ୟୁନିଭରସିଟି କିମ୍ବା ବୋର୍ଡରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ହେଲେ ଏହି ବର୍ଗର ପିଲାମାନେ  ଓଡ଼ିଶା ସରକାରଙ୍କ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଯୋଗ୍ୟତା ସହ ସମାନ ପ୍ରମାଣପତ୍ର ପାଇଥିବା ଆବଶ୍ୟକ ।

ଏହି ପଦ ନିମନ୍ତେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ୫୦୦ ଟଙ୍କାର ଦେୟ ଦେବାକୁ ପଡ଼ିବ । ଏହା କିନ୍ତୁ ଫେରସ୍ତ ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି। କିନ୍ତୁ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଆବେଦନକାରୀଙ୍କୁ  କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe