Railway-Recruitment-2019
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଗ୍ରୁପ୍ ସି ୪/୫, ଗ୍ରୁପ୍ ସି ଲେଭେଲ୍ ୨ ଟେକନିସିଆନ୍ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ରେଲୱେର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।
ପଦବୀ ଓ ଖାଲିଥିବା ସ୍ଥାନ
ମୋଟ ପଦବୀ ସଂଖ୍ୟା-୨୧
ଗ୍ରୁପ୍ ସି ୪/୫
ଗ୍ରୁପ୍ ସି ଲେଭେଲ୍ ୨ ଟେକନିସିଆନ୍
ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ହେଲେ ଆବେଦନକାରୀ ଦଶମ ଶ୍ରେଣୀ ପାସ୍ କରିବା ସହିତ ତାଙ୍କର ଆଇଟିଆଇ ଓ ଗ୍ରାଜୁଏସନ୍ ଡିଗ୍ରୀ ରହିଥିବା ଆବଶ୍ୟକ। ଏହା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକୀୟ ସାର୍ଟିଫିକେଟ୍ ବିଷୟରେ ରେଲ୍ୱେର ଅଫିସିଆଲ୍ ସାଇଟ୍ରେ ସୂଚନା ଦିଆଯାଇଛି।
ବୟସସୀମା
ସର୍ବନିମ୍ନ ବୟସସୀମା ୧୮ ବର୍ଷ
ଗ୍ରୁପ୍ ସି ପଦବୀ ପାଇଁ ଏହି ବୟସସୀମା ୨୫ ରଖାଯାଇଛି।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଆବେଦନକାରୀଙ୍କ ପାଇଁ ସରକାରୀ ନିୟମ ଅନୁସାରେ ବୟସସୀମାକୁ କୋହଳ କରାଯାଇଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ରେଲୱେର ଅଫିସିଆଲ୍ ୱେବସାଇଟ୍ www. rrcer.com କୁ ଯା’ନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/Railway-Recruitment-2019.jpg)