ରେଳବାଇର ‘ଗ୍ରୁପ୍‌ ସି’ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଗ୍ରୁପ୍‌ ସି ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ରେଲୱେର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ପଦବୀ ଓ ଖାଲିଥିବା ସ୍ଥାନ ମୋଟ ପଦବୀ ସଂଖ୍ୟା-୨୧ ଗ୍ରୁପ୍‌ ସି ୪/୫ ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌ ଶିକ୍ଷାଗତ ଯୋଗ୍ୟତା ଏହି ପଦବୀ ପାଇଁ ଆବେଦନ କରିବା ପାଇଁ […]

Railway-Recruitment-2019

Puspanjali Panda
  • Published: Monday, 02 December 2019
  • , Updated: 02 December 2019, 03:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଗ୍ରୁପ୍‌ ସି ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ରେଲୱେର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ପଦବୀ ଓ ଖାଲିଥିବା ସ୍ଥାନ

ମୋଟ ପଦବୀ ସଂଖ୍ୟା-୨୧
ଗ୍ରୁପ୍‌ ସି ୪/୫
ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌

ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ହେଲେ ଆବେଦନକାରୀ ଦଶମ ଶ୍ରେଣୀ ପାସ୍ କରିବା ସହିତ ତାଙ୍କର ଆଇଟିଆଇ ଓ ଗ୍ରାଜୁଏସନ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଏହା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକୀୟ ସାର୍ଟିଫିକେଟ୍‌ ବିଷୟରେ ରେଲ୍‌ୱେର ଅଫିସିଆଲ୍‌ ସାଇଟ୍‌ରେ ସୂଚନା ଦିଆଯାଇଛି।

ବୟସସୀମା
ସର୍ବନିମ୍ନ ବୟସସୀମା ୧୮ ବର୍ଷ
ଗ୍ରୁପ୍‌ ସି ପଦବୀ ପାଇଁ ଏହି ବୟସସୀମା ୨୫ ରଖାଯାଇଛି।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଆବେଦନକାରୀଙ୍କ ପାଇଁ ସରକାରୀ ନିୟମ ଅନୁସାରେ ବୟସସୀମାକୁ କୋହଳ କରାଯାଇଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ରେଲୱେର ଅଫିସିଆଲ୍‌ ୱେବସାଇଟ୍‌ www. rrcer.com କୁ ଯା’ନ୍ତୁ।

 

Related story