'HAL'ରେ B.Ed ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ତଥା ‘ହାଲ୍‌’ରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସୁନାବେଡା-୨ ସ୍ଥିତ ହାଲ୍‌ରେ PGT, TGT, PRT ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ହାଲ୍‌ ଅଣ୍ଡରରେ ଥିବା ଭିଏସ୍‌ ବିଦ୍ୟାଳୟ, ସିନାବେଢ଼ା-୨ ଇଂରାଜୀ ମିଡିଅମ୍‌ ସ୍କୁଲରେ  ଚୁକ୍ତି ଭିତ୍ତିକ ଅନୁଯାୟୀ ଏହି ନିଯୁକ୍ତି ଦିଆଯିବ। ମୋଟ ପଦବୀ- ୩୭ ପିଜିଟି- ୩ ଟିଜିଟି-୧୧ ପିଆର୍‌ଟି- ୨୩ ଶିକ୍ଷାଗତ ଯୋଗ୍ୟତା- ଆବେଦନକାରୀ ସ୍ୱୀକୃତିପ୍ରାପ୍ତ […]

HAL recruitment

Madhupriya Mistry
  • Published: Wednesday, 18 May 2022
  • , Updated: 18 May 2022, 04:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ତଥା 'ହାଲ୍‌'ରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସୁନାବେଡା-୨ ସ୍ଥିତ ହାଲ୍‌ରେ PGT, TGT, PRT ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ହାଲ୍‌ ଅଣ୍ଡରରେ ଥିବା ଭିଏସ୍‌ ବିଦ୍ୟାଳୟ, ସିନାବେଢ଼ା-୨ ଇଂରାଜୀ ମିଡିଅମ୍‌ ସ୍କୁଲରେ  ଚୁକ୍ତି ଭିତ୍ତିକ ଅନୁଯାୟୀ ଏହି ନିଯୁକ୍ତି ଦିଆଯିବ।

ମୋଟ ପଦବୀ- ୩୭

ପିଜିଟି- ୩

ଟିଜିଟି-୧୧

ପିଆର୍‌ଟି- ୨୩

ଶିକ୍ଷାଗତ ଯୋଗ୍ୟତା- ଆବେଦନକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡରୁ ମାଷ୍ଟର ଡିଗ୍ରୀ ସହିତ ସ୍ନାତକ ଏବଂ B.Ed କରିଥିବା ଉଚିତ୍। ଏଥିସହ ଇଂରାଜୀ ଭାଷାରେ ପାରଙ୍ଗମ ହେବା ଆବଶ୍ୟକ ଏବଂ କମ୍ପ୍ୟୁଟର ଜାଣିଥିବା ଜରୁରୀ।

ବୟସ ସୀମା- ସର୍ବନିମ୍ନ ୨୧ ଏବଂ ସର୍ବାଧିକ ୪୫ ବର୍ଷ।

କିଭଳି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ www.hal-india.com ତଥା www.vsvidyalaya.in ରେ ଦିଆଯାଇଥିବା ଆପ୍ଲିକେସନ୍‌ ଫର୍ମ ଡାଉନ୍‌ଲୋଡ୍‌ କରି ଆବେଦନ କରିପାରିବେ। କେବଳ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଟେଲିଫୋନ୍‌/ଇ-ମେଲ ଜରିଆରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଆବେଦନ କରିବାର ଶେଷ ତାରିଖ ୨୮ ମେ' ରହିଛି।

ଆବେଦନ ଫି'- ଆବେଦନ ଶୁଳ୍କ ୫୦୦ଟଙ୍କା (୧୮% ଜିଏସ୍‌ଟି ସମେତ) ରହିଛି। ଏସ୍‌ଟି/ଏସ୍‌ଟି/ଓବିସି/ପିଡବ୍ଲୁଡି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ମାଗଣା ରହିଛି।

Related story