ନୂଆଦିଲ୍ଲୀ: ହିନ୍ଦୁସ୍ତାନ୍ କପର୍ ଲିମିଟେଡ୍ ପକ୍ଷରୁ ଖାଲି ପଡ଼ିଥିବା ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫ ଫେବ୍ରୁଆରୀ ଆବେଦନର ଶେଷ ତାରିଖ ରହିଛି।
ପଦବୀର ନାଁ ଓ ଖାଲିଥିବା ସ୍ଥାନ ସଂଖ୍ୟା
ମୋଟ ପଦବୀ- ୧୬୧
ମେଟ୍ (ମାଇନ୍ସ୍)- ୩୦
ବ୍ଲାଷ୍ଟର-୩୦
ଫିଟର୍ -୨୫
ଟର୍ଣ୍ଣର-୫
ୱେଲଡର୍- ୧୫
ଇଲେକ୍ଟ୍ରିସିଆନ୍- ୩୬
ଡ୍ରାଫ୍ଟସ୍ ମ୍ୟାନ୍ - ୫
ଡିଜେଲ୍ ମେକାନିକ୍ - ୧୦
ପମ୍ପ୍ ଅପରେଟର ମେକାନିକ୍ -୧
କମ୍ପ୍ୟୁଟର ଅପରେଟର ଆଣ୍ଡ ପ୍ରୋଗ୍ରାମିଙ୍ଗ୍ ଆସିଷ୍ଟାଣ୍ଟ -୨
ୱେୟାର୍ ମ୍ୟାନ୍ - ୨
ଯୋଗ୍ୟତା
ମେଟ୍, ବ୍ଲାଷ୍ଟର ପଦବୀ ପାଇଁ ଆବେଦନକାରୀ ଦଶମ ପାସ୍ କରିଥିବା ଆବଶ୍ୟକ। ଅନ୍ୟସବୁ ପଦବୀ ପାଇଁ ଦଶମ ପାସ୍ କରିବା ସହିତ ଆବେଦନକାରୀଙ୍କର ଆଇଟିଆଇ ସାର୍ଟିଫିକେଟ୍ ରହିଥିବା ଆବଶ୍ୟକ। ଦଶମ ଓ ଆଇଟିଆଇ ସାର୍ଟିଫିକେଟ୍ ଆଧାରରେ ହିଁ ଚୟନ କରାଯିବ।
ବୟସସୀମା
- ସର୍ବନିମ୍ନ ବୟସ ୧୮ ବର୍ଷ
- ସର୍ବାଧିକ ବୟସ ୩୦ ବର୍ଷ
- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ବୟସସୀମା ୩ ବର୍ଷ କୋହଳ କରାଯାଇଛି।
ଅଧିକ ସୂଚନା ପାଇଁ ଆବେଦନକାରୀ apprenticeship.gov.in ୱେବସାଇଟ୍କୁ ଯା’ନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।