ହିନ୍ଦୁସ୍ତାନ୍‌ କପର୍‌ରେ ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ହିନ୍ଦୁସ୍ତାନ୍‌ କପର୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫ ଫେବ୍ରୁଆରୀ ଆବେଦନର ଶେଷ ତାରିଖ ରହିଛି। ପଦବୀର ନାଁ ଓ ଖାଲିଥିବା ସ୍ଥାନ ସଂଖ୍ୟା  ମୋଟ ପଦବୀ- ୧୬୧ ମେଟ୍‌ (ମାଇନ୍ସ୍‌)- ୩୦ ବ୍ଲାଷ୍ଟର-୩୦ ଫିଟର୍ -୨୫ ଟର୍ଣ୍ଣର-୫ ୱେଲଡର୍‌- ୧୫ ଇଲେକ୍ଟ୍ରିସିଆନ୍‌- ୩୬ ଡ୍ରାଫ୍ଟସ୍‌ ମ୍ୟାନ୍‌ – ୫ ଡିଜେଲ୍‌ ମେକାନିକ୍‌ – ୧୦ ପମ୍ପ୍‌ ଅପରେଟର ମେକାନିକ୍‌ […]

jobs

Puspanjali Panda
  • Published: Sunday, 02 February 2020
  • , Updated: 02 February 2020, 01:40 PM IST

ନୂଆଦିଲ୍ଲୀ: ହିନ୍ଦୁସ୍ତାନ୍‌ କପର୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫ ଫେବ୍ରୁଆରୀ ଆବେଦନର ଶେଷ ତାରିଖ ରହିଛି।

ପଦବୀର ନାଁ ଓ ଖାଲିଥିବା ସ୍ଥାନ ସଂଖ୍ୟା 

ମୋଟ ପଦବୀ- ୧୬୧

ମେଟ୍‌ (ମାଇନ୍ସ୍‌)- ୩୦

ବ୍ଲାଷ୍ଟର-୩୦

ଫିଟର୍ -୨୫

ଟର୍ଣ୍ଣର-୫

ୱେଲଡର୍‌- ୧୫

ଇଲେକ୍ଟ୍ରିସିଆନ୍‌- ୩୬

ଡ୍ରାଫ୍ଟସ୍‌ ମ୍ୟାନ୍‌ - ୫

ଡିଜେଲ୍‌ ମେକାନିକ୍‌ - ୧୦

ପମ୍ପ୍‌ ଅପରେଟର ମେକାନିକ୍‌ -୧

କମ୍ପ୍ୟୁଟର ଅପରେଟର ଆଣ୍ଡ ପ୍ରୋଗ୍ରାମିଙ୍ଗ୍‌ ଆସିଷ୍ଟାଣ୍ଟ -୨

ୱେୟାର୍‌ ମ୍ୟାନ୍‌ - ୨

ଯୋଗ୍ୟତା

ମେଟ୍‌, ବ୍ଲାଷ୍ଟର ପଦବୀ ପାଇଁ ଆବେଦନକାରୀ ଦଶମ ପାସ୍ କରିଥିବା ଆବଶ୍ୟକ। ଅନ୍ୟସବୁ ପଦବୀ ପାଇଁ ଦଶମ ପାସ୍ କରିବା ସହିତ ଆବେଦନକାରୀଙ୍କର ଆଇଟିଆଇ ସାର୍ଟିଫିକେଟ୍‌ ରହିଥିବା ଆବଶ୍ୟକ। ଦଶମ ଓ ଆଇଟିଆଇ ସାର୍ଟିଫିକେଟ୍‌ ଆଧାରରେ ହିଁ ଚୟନ କରାଯିବ।

ବୟସସୀମା

  • ସର୍ବନିମ୍ନ ବୟସ ୧୮ ବର୍ଷ
  • ସର୍ବାଧିକ ବୟସ ୩୦ ବର୍ଷ
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ବୟସସୀମା ୩ ବର୍ଷ କୋହଳ କରାଯାଇଛି।

ଅଧିକ ସୂଚନା ପାଇଁ ଆବେଦନକାରୀ apprenticeship.gov.in ୱେବସାଇଟ୍‌କୁ ଯା’ନ୍ତୁ।

Related story