Advertisment

HPCLର ବିଜ୍ଞପ୍ତି ଜାରି, ଇଞ୍ଜିନିୟରିଂ ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାସ୍‌ ଆଉଟ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ସୁଯୋଗ। ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ୍‌ ନିଜର ଖାଲି ପଡିଥିବା ୨୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଞ୍ଜିନିୟରିଂ ଡିଗ୍ରୀଧାରୀ ଏହି ସବୁ ପଦବୀ ପାଇଁ ଆଜିଠାରୁ ହିଁ ଆବେଦନ କରିପାରିବେ। ମୋଟ ପଦବୀ-୨୦୦ ମେକାନିକଲ ଇଞ୍ଜିନିୟର-୧୨୦ ସିଭିଲ୍‌ ଇଞ୍ଜିନିୟର-୩୦ ଇଲେକ୍ଟ୍ରିକଲ ଇଞ୍ଜିନିୟର-୨୫ ଇନ୍‌ଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟର-୨୫ ଶିକ୍ଷାଗତ ଯୋଗ୍ୟତା ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ ଗ୍ରେଡରେ ୪ ବର୍ଷର ଇଞ୍ଜିନିୟରିଂ […]

author-image
Madhupriya Mistry
HPCLର ବିଜ୍ଞପ୍ତି ଜାରି, ଇଞ୍ଜିନିୟରିଂ ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ

HPCL

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାସ୍‌ ଆଉଟ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ସୁଯୋଗ। ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ୍‌ ନିଜର ଖାଲି ପଡିଥିବା ୨୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଞ୍ଜିନିୟରିଂ ଡିଗ୍ରୀଧାରୀ ଏହି ସବୁ ପଦବୀ ପାଇଁ ଆଜିଠାରୁ ହିଁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୨୦୦

ମେକାନିକଲ ଇଞ୍ଜିନିୟର-୧୨୦

ସିଭିଲ୍‌ ଇଞ୍ଜିନିୟର-୩୦

ଇଲେକ୍ଟ୍ରିକଲ ଇଞ୍ଜିନିୟର-୨୫

ଇନ୍‌ଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟର-୨୫

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ ଗ୍ରେଡରେ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍। ସାଧାରଣ ବର୍ଗ, OBC, EWS ବର୍ଗ ଆବେଦନକାରୀଙ୍କ ଇଞ୍ଜିନିୟରିଂରେ ୬୦% ମାର୍କ ଥିବା ଆବଶ୍ୟକ । ଇଞ୍ଜିନିୟରିଂରେ ଏସ୍‌ସି , ଏସ୍‌ଟି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ୫୦% ମାର୍କ ରହିବା ଉଚିତ୍ ।

ବୟସ ସୀମା

ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହେବା ଉଚିତ୍। ସଂରକ୍ଷିତ ବର୍ଗ ପ୍ରାର୍ଥୀମାନେ ନିୟମ ଅନୁଯାୟୀ ବୟସ ସୀମା ମଧ୍ୟରେ ଛାଡ ପାଇବେ ।

Advertisment

ଆବେଦନ ଫି'

ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୧୮୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। SC, ST ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ମାଗଣା ରହିଛି।

କିପରି କରିବେ ଆବେଦନ?

ଆଗ୍ରହୀ ପ୍ରାର୍ଥୀମାନେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ଅଫିସିଆଲ୍ ୱେବସାଇଟ୍ https://www.hindustanpetroleum.com/ ରେ ଲଗ୍‌ଇନ୍‌ କରି ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୫ ରହିଛି।

Job Vacancy