ଆଇବିପିଏସ୍‌ରେ ୧୧୫୭ଟି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ ପରସୋନାଲ୍‌ ସିଲେକ୍ସନ୍‌ (IBPS)ରେ ଖାଲି ପଡ଼ିଥିବା ୧୧୫୭ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ଏସବୁ ପଦବୀ ପାଇଁ ୫ ଅଗଷ୍ଟ ଅର୍ଥାତ୍‌ ଆଜିଠାରୁ ଅନଲାଇନରେ ଆବେଦନ କରିପାରିବେ। ଆଇବିପିଏସ୍‌ ପକ୍ଷରୁ ବାହାରିଥିବା ଏହି ପଦବୀରେ ପ୍ରାର୍ଥୀଙ୍କୁ ପିଓ/ମ୍ୟାନେଜମେଣ୍ଟ ଟ୍ରେନୀ ଭାବରେ ନିଯୁକ୍ତି ଦିଆଯିବ। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ -୧୧୫୭ ସାଧାରଣ ବର୍ଗଙ୍କ ପାଇଁ -୫୮୭ ଆର୍ଥିକ ଦୁର୍ବଳ ଶ୍ରେଣୀ- […]

jobs

Puspanjali Panda
  • Published: Wednesday, 05 August 2020
  • , Updated: 05 August 2020, 05:43 PM IST

ନୂଆଦିଲ୍ଲୀ : ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ ପରସୋନାଲ୍‌ ସିଲେକ୍ସନ୍‌ (IBPS)ରେ ଖାଲି ପଡ଼ିଥିବା ୧୧୫୭ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ଏସବୁ ପଦବୀ ପାଇଁ ୫ ଅଗଷ୍ଟ ଅର୍ଥାତ୍‌ ଆଜିଠାରୁ ଅନଲାଇନରେ ଆବେଦନ କରିପାରିବେ। ଆଇବିପିଏସ୍‌ ପକ୍ଷରୁ ବାହାରିଥିବା ଏହି ପଦବୀରେ ପ୍ରାର୍ଥୀଙ୍କୁ ପିଓ/ମ୍ୟାନେଜମେଣ୍ଟ ଟ୍ରେନୀ ଭାବରେ ନିଯୁକ୍ତି ଦିଆଯିବ।

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ -୧୧୫୭

ସାଧାରଣ ବର୍ଗଙ୍କ ପାଇଁ -୫୮୭

ଆର୍ଥିକ ଦୁର୍ବଳ ଶ୍ରେଣୀ- ୧୧୮

ଅନ୍ୟାନ୍ୟ ବର୍ଗ-୨୩୩

ଅନୁସୂଚିତ ଜାତି-୧୫୯

ଅନୁସୂଚିତ ଜନଜାତି-୭୧

ବୟସସୀମା

ସର୍ବନିମ୍ନ ବୟସ-୨୦ ବର୍ଷ

ସର୍ବାଧିକ ବୟସ-୩୦ ବର୍ଷ

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଏକ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଆବଶ୍ୟକ।

ଆବେଦନ ଶୁଳ୍କ

ସାଧାରଣ, ଅନ୍ୟାନ୍ୟ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଟଙ୍କା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ଶ୍ରେଣୀଙ୍କ ପାଇଁ ଆବେଦନ ଶୁଳ୍କ୧୭୫ ଟଙ୍କା ରହିଛି।

ଅନଲାଇନ ଆବେଦନର ତାରିଖ -୫ ଅଗଷ୍ଟ, ୨୦୨୦

ଆବେଦନର ଶେଷ ତାରିଖ- ୨୬ ଅଗଷ୍ଟ, ୨୦୨୦

ଅଧିକ ସୂଚନା ପାଇଁ ଇଚ୍ଛୁକ ଆବେଦନକାରୀ ଆଇବିପିଏସ୍‌ର ଅଫିସିଆଲ୍‌ ୱେବସାଇଟ୍‌ www.ibps.in ରେ ଭିଜିଟ୍‌ କରନ୍ତୁ।

Related story