Advertisment

ବାହାରିଲା ଆଇସିଏସ୍‌ଇ ରେଜଲ୍ଟ, ବିନା ପରୀକ୍ଷାରେ ୯୯% ପିଲା ପାସ୍‌

ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ଆଜି ଦିନ ୩ଟାରେ ପ୍ରକାଶ ପାଇଛି ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ମହାମାରୀ କରୋନା ପାଇଁ ପରୀକ୍ଷା ବାତିଲ ହୋଇଥିବା ବେଳେ ଉଭୟ ଶ୍ରେଣୀରେ ୯୯%ରୁ ଅଧିକ ପିଲା ପାସ୍‌ କରିଛନ୍ତି। ୧୦ମ ଶ୍ରେଣୀ ପାସ୍‌ ହାର ୯୯.୯୮% ରହିଛି। ସେହିପରି ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀରେ ୯୯.୭୬% ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆଇଏସସି ଦ୍ୱାଦଶ ଶ୍ରେଣୀରେ ଛାତ୍ରୀଙ୍କ ତୁଳନାରେ ଛାତ୍ରମାନଙ୍କ ପାସ୍‌ ହାର ସାମନ୍ୟ ଅଧିକ […]

ଅଦ୍ୟତନ ହୋଇଛି
ବାହାରିଲା ଆଇସିଏସ୍‌ଇ ରେଜଲ୍ଟ, ବିନା ପରୀକ୍ଷାରେ ୯୯% ପିଲା ପାସ୍‌

ICSE

Advertisment

ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ଆଜି ଦିନ ୩ଟାରେ ପ୍ରକାଶ ପାଇଛି ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ମହାମାରୀ କରୋନା ପାଇଁ ପରୀକ୍ଷା ବାତିଲ ହୋଇଥିବା ବେଳେ ଉଭୟ ଶ୍ରେଣୀରେ ୯୯%ରୁ ଅଧିକ ପିଲା ପାସ୍‌ କରିଛନ୍ତି। ୧୦ମ ଶ୍ରେଣୀ ପାସ୍‌ ହାର ୯୯.୯୮% ରହିଛି। ସେହିପରି ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀରେ ୯୯.୭୬% ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ତେବେ ଆଇଏସସି ଦ୍ୱାଦଶ ଶ୍ରେଣୀରେ ଛାତ୍ରୀଙ୍କ ତୁଳନାରେ ଛାତ୍ରମାନଙ୍କ ପାସ୍‌ ହାର ସାମନ୍ୟ ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୯୯.୮୬% ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୯୯.୬୬% ରହିଛି।

ସେହିପରି ୧୦ମ ଶ୍ରେଣୀରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାସ୍‌ହାର ଚଳିତ ବର୍ଷ ୧୦୦% ରହିଛି। ୧୦ମ ଶ୍ରେଣୀର ଜୋନ ସ୍ତରୀୟ ପାସ୍‌ ହାରକୁ ଆମେ ଯଦି ବିଚାର କରିବା, ତା’ହେଲେ ନର୍ଥ ଜୋନରେ ପାସ୍‌ ହାର ୯୯.୯୭, ପୂର୍ବ ଜୋନ୍‌ରେ ୯୯.୯୭%, ପଶ୍ଚିମ ଜୋନରେ ୯୯.୯୯% ଓ ଦକ୍ଷିଣ ଜୋରେ ପାସ୍‌ ହାର ୧୦୦ ପ୍ରତିଶତ ରହିଛି।

Advertisment

ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀର ରିଜନ ଅନୁଯାୟୀ ରେଜଲ୍ଟକୁ ଦେଖିଲେ ନର୍ଥ ଜୋନରେ ୯୯.୭୫%, ପୂର୍ବ ଜୋନରେ ୯୯.୭୦%, ପଶ୍ଚିମ ଜୋନରେ ୯୯.୯୧%, ଦକ୍ଷିଣ ଜୋନରେ ୯୯.୯୧% ଓ ବିଦେଶୀ ଶିକ୍ଷାର୍ଥୀଙ୍କ ପାସ୍‌ ହାର ୧୦୦% ରହିଛି।

ଛାତ୍ରଛାତ୍ରୀମାନେ ଆଇଏସ୍‌ସି ଓ ଆଇସିଏସ୍‌ଇ ବୋର୍ଡ ପରୀକ୍ଷାର ରେଜଲ୍ଟ ଅଫିସିଆଲ ୱେବସାଇଟ୍‌ www.cisce.org କିମ୍ବା www.results.cisce.org ଯାଇ ଏହାକୁ ଦେଖିପାରିବେ।

ପ୍ରଥମେ ବୋର୍ଡର ହୋମପେଜ୍‌କୁ ଯିବା ପରେ ରେଜଲ୍ଟ ୨୦୨୧କୁ କ୍ଲିକ କରିବାକୁ ପଡ଼ିବ। ଏହାପରେ ଜଣେ ଶିକ୍ଷାର୍ଥୀ ନିଜର ୟୁନିକ ଆଇଡି, ଇଣ୍ଡେକ୍ସ ନଂ ଓ କ୍ୟାପଚା ଉଲ୍ଲେଖ କରିବେ। ତୁରନ୍ତ ହୋମ ସ୍କ୍ରିନ୍‌ରେ ଆପଣଙ୍କ ରେଜଲ୍ଟ ଆସିବ। ଏସଏମଏସ୍‌ ଦ୍ୱାରା ମଧ୍ୟ ପିଲାମାନେ ସେମାନଙ୍କ ରେଜଲ୍ଟ ବିଷୟରେ ମଧ୍ୟ ଜାଣିପାରିବେ।

ସେମାନଙ୍କୁ ନିଜର ୭ଟିକିଆ ୟୁନିକ୍‌ ଆଇଡି ନମ୍ବରକୁ 09248082883 ପଠାଇବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ନିଜର ଆଇଡି ନମ୍ବର ପୂର୍ବରୁ ଆଇଏସ୍‌ସ କିମ୍ବା ଆଇସିଏସ୍‌ଇ ଲେଖିବାକୁ ପଡ଼ିବ। ଏହାପରେ ରେଜଲ୍ଟ ଏସଏମଏସ୍‌ ଜରିଆରେ ମିଳିବ।

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇନାହିଁ। ଇଣ୍ଟରନାଲ ଆସେସମେଣ୍ଟ ଦ୍ୱାରା ପିଲାମାନଙ୍କୁ ମାର୍କ ଦିଆଯାଇଛି। ଯେଉଁମାନେ ନିଜର ରେଜଲ୍ଟରେ ଅସନ୍ତୁଷ୍ଟ ରହିବେ, ସେମାନେ ନିଜର ସ୍କୁଲରେ ଏନେଇ ଅଭିଯୋଗ କରିପାରିବେ।
ବୋର୍ଡ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ସେହି ଅନୁସାରେ ଆଜି ଦିନ ୩ଟାରେ ରେଜଲ୍ଟ ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe