Advertisment

କାଲି ବାହାରିବ ଆଇସିଏସ୍‌ଇ ୧୦ମ ଓ ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ବୋର୍ଡ ପକ୍ଷରୁ ଦିନ ୩ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ। ଏହାପରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଜାଣିପାରିବେ। ଆଜି ଏ ସମ୍ପର୍କରେ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଆଇଏସ୍‌ସି ଓ ଆଇସିଏସ୍‌ଇ ବୋର୍ଡ ପରୀକ୍ଷାର ରେଜଲ୍ଟ ଅଫିସିଆଲ ୱେବସାଇଟ୍‌ https://www.cisce.org.ରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.cisce.org or www.results.cisce.org ଯାଇ ନିଜର ରେଜଲ୍ଟ ହାସଲ କରିପାରିବେ। ବୋର୍ଡର ହୋମପେଜ୍‌କୁ ଯିବା ପରେ […]

author-image
Hemant Lenka
କାଲି ବାହାରିବ ଆଇସିଏସ୍‌ଇ ୧୦ମ ଓ ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

Result

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସ୍‌ଇର ୧୦ମ ଓ ଆଇଏସ୍‌ସିର ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ବୋର୍ଡ ପକ୍ଷରୁ ଦିନ ୩ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ। ଏହାପରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଜାଣିପାରିବେ। ଆଜି ଏ ସମ୍ପର୍କରେ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଇଏସ୍‌ସି ଓ ଆଇସିଏସ୍‌ଇ ବୋର୍ଡ ପରୀକ୍ଷାର ରେଜଲ୍ଟ ଅଫିସିଆଲ ୱେବସାଇଟ୍‌ https://www.cisce.org.ରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.cisce.org or www.results.cisce.org ଯାଇ ନିଜର ରେଜଲ୍ଟ ହାସଲ କରିପାରିବେ। ବୋର୍ଡର ହୋମପେଜ୍‌କୁ ଯିବା ପରେ ରେଜଲ୍ଟ ୨୦୨୧କୁ କ୍ଲିକ କରିବାକୁ ପଡ଼ିବ।

ଏହାପରେ ଜଣେ ଶିକ୍ଷାର୍ଥୀ ନିଜର ୟୁନିକ ଆଇଡି, ଇଣ୍ଡେକ୍ସ ନଂ ଓ କ୍ୟାପଚା ଉଲ୍ଲେଖ କରିବେ। ତୁରନ୍ତ ହୋମ ସ୍କ୍ରିନ୍‌ରେ ଆପଣଙ୍କ ରେଜଲ୍ଟ ଆସିବ। ଏସଏମଏସ୍‌ ଦ୍ୱାରା ମଧ୍ୟ ପିଲାମାନେ ସେମାନଙ୍କ ରେଜଲ୍ଟ ବିଷୟରେ ମଧ୍ୟ ଜାଣିପାରିବେ।

Advertisment

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ହୋଇନାହିଁ। ଇଣ୍ଟରନାଲ ଆସେସମେଣ୍ଟ ଦ୍ୱାରା ପିଲାମାନଙ୍କୁ ମାର୍କ ଦିଆଯିବ। ଯେଉଁମାନେ ନିଜର ରେଜଲ୍ଟରେ ଅସନ୍ତୁଷ୍ଟ ରହିବେ, ସେମାନେ ନିଜର ସ୍କୁଲରେ ଏନେଇ ଅଭିଯୋଗ କରିପାରିବେ।
ବୋର୍ଡ ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ସେହି ଅନୁସାରେ ଆସନ୍ତାକାଲି ଦିନ ୩ଟାରେ ରେଜଲ୍ଟ ବାହାରିବ।