ପ୍ରକାଶ ପାଇଲା ଆଇସିଏସ୍ଇ ଓ ଆଇଏସସିର ଟର୍ମ-୧ ରେଜଲ୍ଟ, କେମିତି ଜାଣିବେ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଆଇସିଏସ୍‌ଇ ଓ ଆଇଏସ୍‌ସି ଟର୍ମ-୧ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିଆଇଏସସିଇ ପକ୍ଷରୁ ଆଜି ସକାଳେ ରେଜଲ୍ଟ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ cisce.org, results.cisce.org.କୁ ଯାଇ ନିଜର ରେଜଲ୍ଟ ଜାଣି ପାରିବେ। ଚଳିତ ଶିକ୍ଷାବର୍ଷ ଠାରୁ ସିଆଇଏସସିଇ ପକ୍ଷରୁ ଆଇସିଏସ୍ଇ ଓ ଆଇଏସସି ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ ଭାଗ କରାଯାଇଛି। ଏହି ନିଷ୍ପତ୍ତି ଅନୁସାରେ ୨୦୨୧ ଡିସେମ୍ବର ମାସରେ ଟର୍ମ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରିଷଦ ପକ୍ଷରୁ […]

council

Hemant Lenka
  • Published: Monday, 07 February 2022
  • , Updated: 07 February 2022, 12:25 PM IST

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଆଇସିଏସ୍‌ଇ ଓ ଆଇଏସ୍‌ସି ଟର୍ମ-୧ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିଆଇଏସସିଇ ପକ୍ଷରୁ ଆଜି ସକାଳେ ରେଜଲ୍ଟ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ cisce.org, results.cisce.org.କୁ ଯାଇ ନିଜର ରେଜଲ୍ଟ ଜାଣି ପାରିବେ।

ଚଳିତ ଶିକ୍ଷାବର୍ଷ ଠାରୁ ସିଆଇଏସସିଇ ପକ୍ଷରୁ ଆଇସିଏସ୍ଇ ଓ ଆଇଏସସି ବୋର୍ଡ ପରୀକ୍ଷାକୁ ଦୁଇଟି ଟର୍ମରେ ଭାଗ କରାଯାଇଛି। ଏହି ନିଷ୍ପତ୍ତି ଅନୁସାରେ ୨୦୨୧ ଡିସେମ୍ବର ମାସରେ ଟର୍ମ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ପରିଷଦ ପକ୍ଷରୁ ଟର୍ମ-୧ରୁ ଓଭରଅଲ ରେଜଲ୍ଟକୁ କେବଳ କମ୍ପ୍ୟୁଟର ଜେନେରେଟେଡ୍ ମାର୍କଶିଟ୍‌ ଆକାରରେ ରିଲିଜ୍ କରାଯାଇଛି। ତେଣୁ ପିଲାମାନେ କେବଳ କମ୍ପ୍ୟୁଟର ଦ୍ୱାରା ହିଁ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ।

ଆଇସିଏସ୍‌ଇ ବା ୧୦ମ ଶ୍ରେଣୀର ଟର୍ମ ୧ ପରୀକ୍ଷା ନଭେମ୍ବର ୨୯ରୁ ଡିସେମ୍ବର ୧୬ ଯାଏ ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ୱାଦଶ ବା ଆଇଏସ୍‌ସି ପରୀକ୍ଷା ନଭେମ୍ବର ୨୨ରୁ ଡିସେମ୍ବର ୨୦ ଯାଏ ଚାଲିଥିଲା। ଏବେ ଏହାର ରେଜଲ୍ଟ ପ୍ରକାଶ ପାଇଛି। ଟର୍ମ-୨ ପରୀକ୍ଷା କେବେ ହେବ, ସେନେଇ ପରିଷଦ ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। କିନ୍ତୁ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ପରୀକ୍ଷା ହେବ ବୋଲି କୁହାଯାଉଛି।

ଟର୍ମ-୧ ପରୀକ୍ଷାର ରେଜଲ୍ଟ କେମିତି ଜାଣିବେ?

୧-ପ୍ରଥମେ ପରିଷଦର ଅଫିସିଆଲ ୱେବସାଇଟ cisce.org ଯିବାକୁ ପଡ଼ିବ।

୨-ହୋମ ପେଜ୍‌ରେ ପଚରାଯାଇଥିବା ବ୍ରାକେଟକୁ ପୂରଣ କରିବାକୁ ହେବ।

୩-କ୍ୟାପେଚକୁ ପୂରଣ କରି କରି ସମିଟ କରିବେ।

୪- ଏହାପରେ ଆପଣମାନେ ନିଜର ଆଇସିଏସ୍‌ସି ଓ ଆଇଏସ୍‌ସି ରେଜଲ୍ଟ ଜାଣିପାରିବେ।

ଏସଏମଏସ୍‌ରେ ମଧ୍ୟ ରେଜଲ୍ଟ ଜାଣିପାରିବେ

୧-ଆଇସିଏସ୍‌ ରେଜଲ୍ଟ ୨୦୨୧ ଜାଣିବା ପାଇଁ ମୋବାଇଲରେ SMS ICSE ଲେଖି 09248082883କୁ ପଠାପାରିବେ।

୨- ଆଇଏସ୍‌ସି ରେଜଲ୍ଟ ଜାଣିବା ପାଇଁ SMS ISC ଲେଖି 09248082883 ପଠାଇପାରିବେ।

Related story