Advertisment

B.Tech ପିଲାଙ୍କ ପାଇଁ IIT ଭୁବନେଶ୍ୱରରେ ଚାକିରି ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି ତଥା ଆଇଆଇଟିରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଇଆଇଟି ଭୁବନେଶ୍ୱରରେ ଖାଲି ପଡିଥିବା ବିଭିନ୍ନ ନନ୍‌-ଟିଚିଂ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ପ୍ରୋଗ୍ରାମ ମ୍ୟାନେଜର, ଟେକ୍‌ନିକାଲ ଅଫିସର ଏବଂ ବ ଟେକ୍ନିକାଲ ଷ୍ଟାଫ୍‌ଙ୍କ ପାଇଁ ଅନେକ ପଦବୀ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତ କରାଯିବ। ମୋଟ ପଦବୀ-୧୦ ପ୍ରୋଗ୍ରାମ ମ୍ୟାନେଜର-୧ ମାସିକ ଦରମା-୭୫,୦୦୦ ଶିକ୍ଷାଗତ ଯୋଗ୍ୟତା- ବି-ଟେକ୍‌ ସହ ଏମ୍‌ବିଏ […]

author-image
Madhupriya Mistry
B.Tech ପିଲାଙ୍କ ପାଇଁ IIT ଭୁବନେଶ୍ୱରରେ ଚାକିରି ସୁଯୋଗ

IIT Bhubaneswar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି ତଥା ଆଇଆଇଟିରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଇଆଇଟି ଭୁବନେଶ୍ୱରରେ ଖାଲି ପଡିଥିବା ବିଭିନ୍ନ ନନ୍‌-ଟିଚିଂ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ପ୍ରୋଗ୍ରାମ ମ୍ୟାନେଜର, ଟେକ୍‌ନିକାଲ ଅଫିସର ଏବଂ ବ ଟେକ୍ନିକାଲ ଷ୍ଟାଫ୍‌ଙ୍କ ପାଇଁ ଅନେକ ପଦବୀ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତ କରାଯିବ।

Advertisment

ମୋଟ ପଦବୀ-୧୦

ପ୍ରୋଗ୍ରାମ ମ୍ୟାନେଜର-୧

ମାସିକ ଦରମା-୭୫,୦୦୦

ଶିକ୍ଷାଗତ ଯୋଗ୍ୟତା- ବି-ଟେକ୍‌ ସହ ଏମ୍‌ବିଏ କରିଥିବା ଆବଶ୍ୟକ। ଚୁକ୍ତି ଅନୁଯାୟୀ ୩ ବର୍ଷ ଯାଏଁ ନିଯୁକ୍ତି ମିଳିବ।

ବୟସ ସୀମା-୫୦ ବର୍ଷ

ଟେକ୍ନିକାଲ ଅଫିସର-୧

ମାସିକ ଦରମା- ୫୦,୦୦୦

ଶିକ୍ଷାଗତ ଯୋଗ୍ୟତା- B.Tech./M.Tech CSE / ECE / ମେକାନିକାଲ୍ ଇଜିନିୟରିଂରେ ସର୍ବନିମ୍ନ ୨ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଚୁକ୍ତି ଅନୁଯାୟୀ ୩ ବର୍ଷ ଯାଏଁ ନିଯୁକ୍ତି ମିଳିବ।

Advertisment

ବୟସ ସୀମା-୩୫ ବର୍ଷ

ଟେକ୍ନିକାଲ ଷ୍ଟାଫ୍‌-୮

ମାସିକ ଦରମା-୩୧,୦୦୦

ଶିକ୍ଷାଗତ ଯୋଗ୍ୟତା- B.Tech./M.Tech CSE / ECE / ମେକାନିକାଲ୍ ଇଜିନିୟରିଂ ସହ ଇଂଜିନ୍‌, ଭିଆର୍‌ ଟୁଲ୍‌କିଟ୍‌, ଆର୍କିଟ୍, ୱିକିଟାଇଡ୍, ଆର୍କୋର, 3ds ମ୍ୟାକ୍ସ ଡିଜାଇନ୍‌ରେ ଅଭିଜ୍ଞତା ଥିବା ଜରୁରୀ। ଚୁକ୍ତି ଭିତ୍ତିକ ଆଧାରର ୩ ବର୍ଷ ଯାଏଁ ଚାକିରିରେ ରହିବେ।

ବୟସ ସୀମା-୩୦

ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ସାକ୍ଷାତକାର/ ଲିଖିତ ପରୀକ୍ଷା/ କୌଶଳ ପରୀକ୍ଷା ସମୟରେ ମୂଳ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଅଭିଜ୍ଞତା ପ୍ରମାଣପତ୍ର ନେଇ ଆସିବାକୁ ବାଧ୍ୟ ବୋଲି ବିଜ୍ଞାପନରେ କୁହାଯାଇଛି।

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ଜରିଆରେ www.iitbbsr.ac.in ଲଗ୍‌ଇନ୍‌ କରି ଉପରୋକ୍ତ ପଦବୀ ପାଇଁ ଆବେଦନ କରିପାରିବେ। ମାର୍ଚ୍ଚ ୧୮ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏପ୍ରିଲ ୬ ତାରିଖ ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ରହିଛି।