Advertisment

IIT ଭୁବନେଶ୍ୱରରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲଜି ତଥା ଆଇଆଇଟି ଭୁବନେଶ୍ୱରେ ବାହାରିଛି ନିଯୁକ୍ତି ସୁଯୋଗ। ଖାଲିପଡିଥିବା ଅଣ-ଶିକ୍ଷାଦାନ ପଦବୀ ପାଇଁ ସିଧାସଳଖ ନିଯୁକ୍ତି/ଡେପୁଟେସନ ଆଧାରରେ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ। ମୋଟ ପଦବୀ- ୮୩ ଶିକ୍ଷାଗତ ଯୋଗ୍ୟତା- ଆଗ୍ରହୀ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ, ସ୍ନାତକ, ପୋଷ୍ଟ ଗ୍ରାଜୁଏଟ୍, ଡିପ୍ଲୋମା, BMLT, ଡିଗ୍ରୀ, MCA କରିଥିବା ଆବଶ୍ୟକ। ଏହି ପୋଷ୍ଟ ପାଇଁ କମ୍ପ୍ୟୁଟର ପ୍ରୟୋଗ […]

ଅଦ୍ୟତନ ହୋଇଛି
IIT ଭୁବନେଶ୍ୱରରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

IIT Bhubaneswar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲଜି ତଥା ଆଇଆଇଟି ଭୁବନେଶ୍ୱରେ ବାହାରିଛି ନିଯୁକ୍ତି ସୁଯୋଗ। ଖାଲିପଡିଥିବା ଅଣ-ଶିକ୍ଷାଦାନ ପଦବୀ ପାଇଁ ସିଧାସଳଖ ନିଯୁକ୍ତି/ଡେପୁଟେସନ ଆଧାରରେ ବିଜ୍ଞପ୍ତି ଜାରି ହୋଇଛି। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ- ୮୩

IIT BBSR

ଶିକ୍ଷାଗତ ଯୋଗ୍ୟତା-ଆଗ୍ରହୀ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ, ସ୍ନାତକ, ପୋଷ୍ଟ ଗ୍ରାଜୁଏଟ୍, ଡିପ୍ଲୋମା, BMLT, ଡିଗ୍ରୀ, MCA କରିଥିବା ଆବଶ୍ୟକ। ଏହି ପୋଷ୍ଟ ପାଇଁ କମ୍ପ୍ୟୁଟର ପ୍ରୟୋଗ ଏବଂ ୱାର୍ଡ, ଏକ୍ସେଲ୍, ପାୱାର୍ ପଏଣ୍ଟ ଏବଂ ଟାଲି / ଆକାଉଣ୍ଟିଂ ସଫ୍ଟୱେର୍ରେ ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା-ସର୍ବାଧିକ ୪୫। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ SC / ST / OBC / PWD / PH ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି।

Advertisment

ଆବେଦନ ଫି'- ଇଚ୍ଛୁକ ପ୍ରାର୍ଥୀଙ୍କୁ ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଫି' ବାବଦକୁ ୫୦୦ ଟଙ୍କା ଦେବାକୁ ପଡିବ। ମହିଳା ଆବେଦନକାରୀ, ଆଇଆଇଟି ଭୁବନେଶ୍ୱର ଭିତରର ପ୍ରାର୍ଥୀ ଏବଂ ଏସସି /ଏସଟି /ଏକ୍ସ-ସର୍ଭିସେମେନ/ ଟ୍ରାନ୍ସଜେଣ୍ଡର ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

କିଭଳି କରିବେ ଆବେଦନ?

ଯୋଗ୍ୟ ପ୍ରାର୍ଥୀମାନେ ଏହି ସବୁ ପଦବୀ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ଦାଖଲ ପ୍ରକ୍ରିୟା ମେ' ୨୪ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍‌ ୨୪। ଅଫଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୪ ରହିଛି। ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଜାଣିପାରିବେ।

For details click the official advertisement.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe