Advertisment

ଏନ୍‌ଡିଏ, ନାଭାଲ୍ ଏକାଡେମୀ ପରୀକ୍ଷା (I) ୨୦୨୧: ପ୍ରାର୍ଥୀମାନଙ୍କ ପାଇଁ ୟୁପିଏସ୍‌ସିର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା

ଭୁବନେଶ୍ୱର: ୟୁପିଏସସି ଏପ୍ରିଲ ୧୮, ୨୦୨୧ରେ ଦେଶର ବିଭିନ୍ନ ସ୍ଥାନରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀ ପରୀକ୍ଷା (I)୨୦୨୧ କରିବ। ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସୁବିଧା ପାଇଁ ଆୟୋଗ ଏହାର ଅଫିସିଆଲ୍ ୱେବସାଇଟରେ ଇ-ଆଡମିଟ୍ କାର୍ଡ ଅପ୍‌ଲୋଡ୍ କରିସାରିଛି । ଏକ ବିଜ୍ଞପ୍ତି ମାଧ୍ୟମରେ ଆୟୋଗ ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ଇ-ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିବାକୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପରାମର୍ଶ ଦେଇଛି। ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ଫଟୋ ପରିଚୟ ପତ୍ର […]

ଅଦ୍ୟତନ ହୋଇଛି
ଏନ୍‌ଡିଏ, ନାଭାଲ୍ ଏକାଡେମୀ ପରୀକ୍ଷା (I) ୨୦୨୧: ପ୍ରାର୍ଥୀମାନଙ୍କ ପାଇଁ ୟୁପିଏସ୍‌ସିର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା

UPSC EXAM

Advertisment

ଭୁବନେଶ୍ୱର: ୟୁପିଏସସି ଏପ୍ରିଲ ୧୮, ୨୦୨୧ରେ ଦେଶର ବିଭିନ୍ନ ସ୍ଥାନରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀ ପରୀକ୍ଷା (I)୨୦୨୧ କରିବ। ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ସୁବିଧା ପାଇଁ ଆୟୋଗ ଏହାର ଅଫିସିଆଲ୍ ୱେବସାଇଟରେ ଇ-ଆଡମିଟ୍ କାର୍ଡ ଅପ୍‌ଲୋଡ୍ କରିସାରିଛି ।

Advertisment
  • ଏକ ବିଜ୍ଞପ୍ତି ମାଧ୍ୟମରେ ଆୟୋଗ ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ଇ-ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ କରିବାକୁ ଏବଂ ଏହାର ପ୍ରିଣ୍ଟଆଉଟ୍ ନେବାକୁ ପରାମର୍ଶ ଦେଇଛି। ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ଫଟୋ ପରିଚୟ ପତ୍ର ସହିତ ଇ-ଆଡମିଟ୍ କାର୍ଡର ପ୍ରିଣ୍ଟଆଉଟ୍ ଦେବାକୁ ପଡ଼ିବ।
  • ଯଦି ଇ-ଆଡମିଟ୍ କାର୍ଡରେ ଫଟୋ ଭଲ ଦୃଶ୍ୟମାନ ହେଉ ନାହିଁ ବା ଅସ୍ପଷ୍ଟ ଦେଖାଯାଉଛି, ତା’ହେଲେ ପ୍ରାର୍ଥୀଙ୍କୁ ତାଙ୍କର ଦୁଇଟି ସମାନ ଫଟୋ (ପ୍ରତ୍ୟେକ ସେସନ ପାଇଁ ଗୋଟିଏ ଲେଖାଏ) ନେବାକୁ ପରାମର୍ଶ ଦିଆଯାଇଛି। ଆୟୋଗଙ୍କ ଏହି ପରୀକ୍ଷା ପାଇଁ କୌଣସି କାଗଜ ଆଡମିଟ୍ କାର୍ଡ ଦିଆଯିବ ନାହିଁ।
  • Advertisment
  • ଇ-ଆଡମିଟ୍ କାର୍ଡରେ ଯଦି କୌଣସି ଅସଙ୍ଗତି ଦେଖାଯାଏ, ତେବେ ତୁରନ୍ତ ଏପ୍ରିଲ୍ ୯, ୨୦୨୧ ସୁଦ୍ଧା ଇ-ମେଲ୍ ID usnda-upsc@nic.in ରେ ଆୟୋଗକୁ ଜଣାଯାଇପାରିବେ, ଯାହା ଦ୍ୱାରା ଏ ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେଇ ହେବ।
  • ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ବନ୍ଦ ହେବ। ସକାଳେ ୯ଟା ୫୦ରେ ଓ ଅପରାହ୍ନରେ ୧ଟା ୫୦ ପରେ ପ୍ରବେଶ ନିଷେଧ।
  • ପ୍ରାର୍ଥୀମାନଙ୍କୁ ବ୍ଲାକ୍ ବଲ୍ ପଏଣ୍ଟ ପେନ୍ ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କାରଣ ସେମାନେ କେବଳ ଉପସ୍ଥାନ ତାଲିକା ଏବଂ OMR ଉତ୍ତର ସିଟ୍ କେବଳ ବ୍ଲାକ୍ ବଲ୍ ପଏଣ୍ଟ ପେନ୍‌ରେ ହିଁ ପୂରଣ କରିବେ।
  • ମୋବାଇଲ୍ ଫୋନ୍, ପେଜର୍, ଇଲେକ୍ଟ୍ରୋନିକ୍ ଉପକରଣ, ପ୍ରୋଗ୍ରାମେବଲ୍ ଡିଭାଇସ୍ କିମ୍ବା ଷ୍ଟୋରେଜ୍ ମିଡିଆ ଯେପରିକି ପେନ୍ ଡ୍ରାଇଭ୍, ସ୍ମାର୍ଟ ୱାଚ୍ ଇତ୍ୟାଦି, କ୍ୟାମେରା, ବ୍ଲୁଟୁଥ୍ ଡିଭାଇସ୍ ଓ ଅନ୍ୟ କୌଣସି ଉପକରଣକୁ ସୁଇଚ୍ ଅଫ୍ ମୋଡରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପ୍ରକାର ଯୋଗାଯୋଗ ଉପକରଣ ପରୀକ୍ଷା ହଲ୍ ଭିତରେ ବ୍ୟବହାର କରିବା ନିଷେଧ। ମୂଲ୍ୟବାନ ଏବଂ ବ୍ୟାଗଗୁଡିକ ମଧ୍ୟ ପରୀକ୍ଷା ସ୍ଥାନ ଭିତରେ ନେବାକୁ ଅନୁମତି ନାହିଁ।
  • Advertisment
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
    Subscribe