Advertisment

ଭାରତୀୟ ଡାକରେ ଭର୍ତ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଯୋଗ୍ୟତା ଦଶମ ପାସ୍‌

ନୂଆଦିଲ୍ଲୀ : ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୨୭ ଜାନୁଆରୀରୁ ୯ ଫେବୃଆରୀ ମଧ୍ୟରେ ଆବେଦନ କରିପାରିବେ। ପୂର୍ବରୁ ଏହି ପଦବୀ ପାଇଁ ଆଞ୍ଚଳିକ ଭାଷା ଜାଣିବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଆସାମୀ, ବଙ୍ଗଳା କିମ୍ୱା ବୋଡ଼ୋ ଭାଷା ଜାଣିଥିବା ବ୍ୟକ୍ତି ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ମୋଟ ପଦବୀ ଓ ଯୋଗ୍ୟତା ମୋଟ ୯୧୯ଟି […]

author-image
Puspanjali Panda
ଭାରତୀୟ ଡାକରେ ଭର୍ତ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଯୋଗ୍ୟତା ଦଶମ ପାସ୍‌

daka

ନୂଆଦିଲ୍ଲୀ : ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୨୭ ଜାନୁଆରୀରୁ ୯ ଫେବୃଆରୀ ମଧ୍ୟରେ ଆବେଦନ କରିପାରିବେ। ପୂର୍ବରୁ ଏହି ପଦବୀ ପାଇଁ ଆଞ୍ଚଳିକ ଭାଷା ଜାଣିବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଆସାମୀ, ବଙ୍ଗଳା କିମ୍ୱା ବୋଡ଼ୋ ଭାଷା ଜାଣିଥିବା ବ୍ୟକ୍ତି ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ ଓ ଯୋଗ୍ୟତା

ମୋଟ ୯୧୯ଟି ପଦବୀ ରହିଛି। ଏଥିପାଇଁ ଆବେଦନକାରୀ ଦଶମ ପାସ୍‌ କରିଥିବା ଆବଶ୍ୟକ। ପାସ୍‌ ମାର୍କ ଆଧାରରେ ଚୟନ କରାଯିବ।

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୪୦ ବର୍ଷ

ଏହା ବ୍ୟତୀତ ଏହି ପଦବୀ ପାଇଁ ଆବେଦନକାରୀଙ୍କୁ ସାଇକେଲ୍ ଚଳାଇ ଆସୁଥିବା ଆବଶ୍ୟକ। ଏଥିପାଇଁ ତାଙ୍କୁ ଏକ ସେଲ୍ଫ ଡିକ୍ଲାରେସନ୍‌ ବା ଘୋଷଣାପତ୍ର ଦେବାକୁ ପଡ଼ିବ। ଅଧିକ ସୂଚନା ପାଇଁ www.indiapost.gov.in. ୱେବସାଇଟ୍‌ ଭିଡିଟ୍‌ କରନ୍ତୁ।

Advertisment