Advertisment

୧୪୨୧ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି, ଆଜି ହିଁ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ appost.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ। ନୋଟିଫିକେସନ୍ ଅନୁଯାୟୀ ମୋଟ ୧୪୨୧ ପଦବୀରେ ନିଯୁକ୍ତି ଦିଆଯିବ। ଡାକ ବିଭାଗ ପକ୍ଷରୁ ଜାରି ହୋଇଥିବା ଅଫିସିଆଲ୍ ନୋଟିଫିକେସନ୍ ପଢ଼ିବା ପରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ ପତ୍ରରେ କୌଣସି ଭୁଲ୍ କିମ୍ବା ଅଭାବ ଥିଲେ, ଏହାକୁ ଖାରଜ […]

ଅଦ୍ୟତନ ହୋଇଛି
୧୪୨୧ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି, ଆଜି ହିଁ ଆବେଦନ କରନ୍ତୁ

Indian-Post

Advertisment

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ appost.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ। ନୋଟିଫିକେସନ୍ ଅନୁଯାୟୀ ମୋଟ ୧୪୨୧ ପଦବୀରେ ନିଯୁକ୍ତି ଦିଆଯିବ।

Advertisment

ଡାକ ବିଭାଗ ପକ୍ଷରୁ ଜାରି ହୋଇଥିବା ଅଫିସିଆଲ୍ ନୋଟିଫିକେସନ୍ ପଢ଼ିବା ପରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ ପତ୍ରରେ କୌଣସି ଭୁଲ୍ କିମ୍ବା ଅଭାବ ଥିଲେ, ଏହାକୁ ଖାରଜ କରିଦିଆଯିବ।

ଶିକ୍ଷାଗତ ଯୋଗ୍ୟତା: ଆବେଦନ ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଦରକାର। ଏହାସହ ଆବେଦନକାରୀ ସ୍ଥାନୀୟ ଭାଷା ଓ ଇଂରାଜୀ ଭାଷା ଜାଣିଥିବା ଦରକାର।

Advertisment

ବୟସ ସୀମା: ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଅନ୍ୟପକ୍ଷରେ ଓବିସି ବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ତିନି ବର୍ଷ ଏବଂ ଏସସି ଓ ଏସଟି ବର୍ଗରେ ପ୍ରାର୍ଥୀଙ୍କୁ ୫ ବର୍ଷର ସଂରକ୍ଷଣ ମିଳିବ। ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୧୫, ୨୦୨୧ରୁ ଆରମ୍ଭ ହୋଇଯାଇଛି। ଅନଲାଇନ୍ ଆବେଦନର ଶେଷ ତାରିଖ ୨୧ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି।

ଚୟନ ପ୍ରକ୍ରିୟା: ମେରିଟ୍ ଲିଷ୍ଟ ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କରାଯିବ। ଏହା ଉପରେ ଅଧିକ ସୂଚନା ପାଇଁ ଅଫିସିଆଲ୍ ନୋଟିଫିସେନ ଦେଖିପାରିବେ। ମନୋନୀତ ପ୍ରାର୍ଥୀଙ୍କର ନିଯୁକ୍ତି ଛତିଶଗଡ଼ ଓ କେରଳର ସର୍କଲରେ କରାଯିବ।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe