Advertisment

ଭାରତୀୟ ଡାକ ବିଭାଗରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯୋଗାଯୋଗ ମନ୍ତ୍ରାଳୟର ଡାକ ବିଭାଗ ଅଧିନରେ ଥିବା ଇଣ୍ଡିଆନ୍‌ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। IPPBରେ ଚିଫ୍‌ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ସିନିଅର ମ୍ୟାନେଜର ଯାଏଁ ପଦବୀ ଖାଲି ପଡିଛି। ସ୍କେଲ II, III, IV, V, VI ଓ VIIରେ ରେଗୁଲାର/ଚୁକ୍ତି ଭିତ୍ତିକ ଆଧାରରେ ଏହି […]

ଭାରତୀୟ ଡାକ ବିଭାଗରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

Indian post payment bank

Advertisment

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯୋଗାଯୋଗ ମନ୍ତ୍ରାଳୟର ଡାକ ବିଭାଗ ଅଧିନରେ ଥିବା ଇଣ୍ଡିଆନ୍‌ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। IPPBରେ ଚିଫ୍‌ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ସିନିଅର ମ୍ୟାନେଜର ଯାଏଁ ପଦବୀ ଖାଲି ପଡିଛି। ସ୍କେଲ II, III, IV, V, VI ଓ VIIରେ ରେଗୁଲାର/ଚୁକ୍ତି ଭିତ୍ତିକ ଆଧାରରେ ଏହି ସବୁ ପଦବୀରେ ନିଯୁକ୍ତି ଦିଆଯିବ।

Advertisment

ମୋଟ ପଦବୀ-୧୨

ଚିଫ୍‌ ଟେକ୍ନୋଲଜି ଅଫିସର-୧

AGM (ଏଣ୍ଟରପ୍ରାଇଜ୍ / ଇଣ୍ଟିଗ୍ରେସନ୍ ଆର୍କିଟେକ୍ଟ)- ୧

ଚିଫ୍‌ ମ୍ୟାନେଜର୍ (ଡିଜିଟାଲ୍ ଟେକ୍ନୋଲୋଜି)-୧

ସିନିୟର ମ୍ୟାନେଜର୍ (ସିଷ୍ଟମ୍ / ଡାଟାବେସ୍ ଆଡମିନିଷ୍ଟ୍ରେସନ୍)-୧

ସିନିୟର ମ୍ୟାନେଜର୍ (ସିକ୍ୟୁରିଟି ଆଡମିନିଷ୍ଟ୍ରେସନ / ଆର୍କିଟେକ୍ଟ)-୧

ମ୍ୟାନେଜର (ସିକ୍ୟୁରିଟି ଆଡମିନିଷ୍ଟ୍ରେସନ)-୧

AGM - BSG (ବିଜନେସ ସଲ୍ୟୁସନ ଗ୍ରୁପ)-୧

ଚିଫ୍‌ ମ୍ୟାନେଜର (ଖୁଚୁରା ଉତ୍ପାଦ)-୧

ଚିଫ୍‌ ମ୍ୟାନେଜର (ଖୁଚୁରା ଦେୟ)-୧

ଜିଏମ୍ (ଅପରେସନ୍ସ)-୧

ମୁଖ୍ୟ କମ୍ପଲେନ୍ସ ଅଫିସର-୧

ଚିଫ୍‌ ମ୍ୟାନେଚର (ଅର୍ଥ)-୧

କିଭଳି ହେବ ପ୍ରାର୍ଥୀ ଚୟନ?
ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ତେବେ, ଇଣ୍ଟରଭ୍ୟୁ ବ୍ୟତୀତ ଗ୍ରୁପ ଡିସକସନ୍‌ କିମ୍ବା ଅନଲାଇନ୍ ପରୀକ୍ଷା ଆଧାରରେ କରାଯିବ। ଅନ୍‌ଲାଇନ୍‌ ଟେଷ୍ଟରେ ଉତ୍ତିର୍ଣ୍ଣ ହେବା ପରେ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ।

ଶିକ୍ଷାଗତ ଯୋଗ୍ୟତା: ସମ୍ପୃକ୍ତ ବିଷୟଗୁଡ଼ିକରେ ଗ୍ରାଜୁଏସନ୍‌ ଏବଂ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

Advertisment

ଆବେଦନ ଫି': ଏହି ସବୁ ପଦବୀ ଲାଗି ଆବେଦନ କରିବା ପାଇଁ ଆବେଦନ ଫି' ୭୫୦ ଟଙ୍କା ରହିଛି। ତେବେ ଏସସି, ଏସଟି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ୧୫୦ ଟଙ୍କା ରହିଛି।

କିଭଳି କରିବେ ଆବେଦନ?

ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.ippbonline.com  ଯାଇ ୯ ଏପ୍ରିଲ ସୁଦ୍ଧା ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୨୬ ମାର୍ଚ୍ଚରୁ ଆରମ୍ଭ ହୋଇସାରିଛି।  ଅନଲାଇନ୍ ମୋଡ୍ ବ୍ୟତୀତ ଅନ୍ୟ କୌଣସି ଉପାୟ ମାଧ୍ୟମରେ ନିଯୁକ୍ତି ପାଇଁ ଆବେଦନଗୁଡିକ ଗ୍ରହଣ କରାଯିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe