Advertisment

ଡାକ ବିଭାଗରେ ଚାକିରି ସୁଯୋଗ, ଜାଣନ୍ତୁ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଡାକ ବିଭାଗରେ ଚାକିରି ସୁଯୋଗ। ଡାକ ବିଭାଗ ଗ୍ରୁପ୍ ସି (ଅଣ ଗେଜେଟେଡ୍) ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଛତିଶଗଡ ସର୍କଲରେ କାର୍‌ ଡ୍ରାଇଭର(ସାଧାରଣ ଗ୍ରେଡ) ପାଇଁ ଏହି ନିଯୁକ୍ତି ବାହାରିଛି। ମୋଟ ପଦବୀ-୧୦ ବିଳାସପୁର- ୨ ଦୁର୍ଗ-୨ ରାଇଘର-୧ ରାୟପୁର-୪ ସର୍କଲ ଅଫିସ-୧ ମାସିକ ଦରମା- ୧୯,୯୦୦ରୁ ୬୩,୨୦୦ ବୟସ ସୀମା- ୧୮-୨୭ ବର୍ଷ। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଡାକ ବିଭାଗରେ ଚାକିରି ସୁଯୋଗ, ଜାଣନ୍ତୁ ନିଯୁକ୍ତି ପ୍ରକ୍ରିୟା

India Post

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଡାକ ବିଭାଗରେ ଚାକିରି ସୁଯୋଗ। ଡାକ ବିଭାଗ ଗ୍ରୁପ୍ ସି (ଅଣ ଗେଜେଟେଡ୍) ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଛତିଶଗଡ ସର୍କଲରେ କାର୍‌ ଡ୍ରାଇଭର(ସାଧାରଣ ଗ୍ରେଡ) ପାଇଁ ଏହି ନିଯୁକ୍ତି ବାହାରିଛି।

Advertisment

ମୋଟ ପଦବୀ-୧୦

ବିଳାସପୁର- ୨

ଦୁର୍ଗ-୨

ରାଇଘର-୧

ରାୟପୁର-୪

ସର୍କଲ ଅଫିସ-୧

ମାସିକ ଦରମା-୧୯,୯୦୦ରୁ ୬୩,୨୦୦

ବୟସ ସୀମା-୧୮-୨୭ ବର୍ଷ। ନିୟମ ଅନୁଯାୟୀ ପ୍ରାର୍ଥୀଙ୍କ ବୟସ ସୀମାରେ କୋହଳ କରାଯିବ।

କିଭଳି ହେବ ନିଯୁକ୍ତ?

ତିନି ପର୍ଯ୍ୟାୟ ପରୀକ୍ଷା ଭିତ୍ତିରେ ପ୍ରାର୍ଥୀଙ୍କ ମାର୍କ ଓ ଦକ୍ଷତାକୁ ଦେଖି ନିଯୁକ୍ତ ଦିଆଯିବ।

ଆପ୍ଲିକେସନ ଫି'-୧୦୦/-

କିଭଳି କରିବେ ଆବେଦନ?

ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଫର୍ମାଟରେ ସେମାନଙ୍କର ଆବେଦନପତ୍ରକୁ କେବଳ ସହକାରୀ ନିର୍ଦ୍ଦେଶକ (କର୍ମଚାରୀ), ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍, ଛତିଶଗଡ ସର୍କଲ୍, ରାୟପୁର-୪୯୨୦୦୧ରେ ରେଜିଷ୍ଟର କରି ପୋଷ୍ଟ ଜରିଆରେ ପଠାଇପାରିବେ। 492001ରେ ଦାଖଲ କରିପାରିବେ।

Advertisment

ଛତିଶଗଡ ସର୍କଲରେ "ଷ୍ଟାଫ୍ କାର୍ ଡ୍ରାଇଭର (ଅଡିନାରୀ ଗ୍ରେଡ୍)ର ଛତିଶଗଡ ସର୍କଲ ୱେବସାଇଟ୍ www.cgpost.gov.in କିମ୍ବା https://www.indiapost.gov.inରୁ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ।