Advertisment

ଲ’ ଗ୍ରାଜୁଏଟଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଭାରତୀୟ ସେନା ପକ୍ଷରୁ ଜଜ୍‌ ଆଡଭୋକେଟ୍‌ ଜେନେରାଲ୍‌ (JAG) ଶାଖାରେ ଖାଲି ପଡ଼ିଥିବା ୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀ ୧୩ ଫେବୃଆରୀରୁ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା ଆବେଦନକାରୀଙ୍କର ବୟସ ୨୧ରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ। ଏହି ବୟସ ୧ ଜୁଲାଇରୁ ୨୦୨୦ ମଧ୍ୟରେ ଗଣନା କରାଯିବ। ଆବେଦନକାରୀ ଅବିବାହିତ ହେବା ସହିତ ତାଙ୍କର ଆଇନ୍‌ରେ ସ୍ନାତକ ଡିଗ୍ରୀ ଓ […]

ଅଦ୍ୟତନ ହୋଇଛି
ଲ’ ଗ୍ରାଜୁଏଟଙ୍କ ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

army

Advertisment

ନୂଆଦିଲ୍ଲୀ : ଭାରତୀୟ ସେନା ପକ୍ଷରୁ ଜଜ୍‌ ଆଡଭୋକେଟ୍‌ ଜେନେରାଲ୍‌ (JAG) ଶାଖାରେ ଖାଲି ପଡ଼ିଥିବା ୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀ ୧୩ ଫେବୃଆରୀରୁ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।

Advertisment

ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା

ଆବେଦନକାରୀଙ୍କର ବୟସ ୨୧ରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ। ଏହି ବୟସ ୧ ଜୁଲାଇରୁ ୨୦୨୦ ମଧ୍ୟରେ ଗଣନା କରାଯିବ। ଆବେଦନକାରୀ ଅବିବାହିତ ହେବା ସହିତ ତାଙ୍କର ଆଇନ୍‌ରେ ସ୍ନାତକ ଡିଗ୍ରୀ ଓ ୫୫ ପ୍ରତିଶତ ମାର୍କ ଥିବା ଆବଶ୍ୟକ। ଏହା ସହିତ ଆବେଦନକାରୀ କାଉନସିଲ୍‌ରେ ଓକିଲ ଭାବରେ ରେଜିଷ୍ଟର କରିବା ପାଇଁ ଯୋଗ୍ୟତା ରଖିଥିବା ଆବଶ୍ୟକ।

ଏହି ପଦବୀ ପାଇଁ ମେରିଟ୍‌ ଆଧାରରେ ଚୟନ ହେବା ପରେ ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗ ଆକାଡେମୀରେ ୪୯ ସପ୍ତାହର ପ୍ରଶିକ୍ଷଣ ଦିଆଯିବ।

Advertisment

ପ୍ରଶିକ୍ଷଣ ପରେ ପ୍ରାର୍ଥୀଙ୍କୁ ଡିଫେନ୍ସ ମ୍ୟନେଜମେଣ୍ଟ ଆଣ୍ଡ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ରେ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଦିଆଯିବ। ଏହାପରେ ପ୍ରାର୍ଥୀଙ୍କୁ ୬ ମାସ ପାଇଁ ପ୍ରୋବେସନ୍‌ରେ ରଖାଯିବ।

ଏହି ବିଷୟରେ ଅଧିକ ସୂଚନା ଓ ଆବେଦନ କରିବା ପାଇଁ ସେନାର ଅଫିସିଆଲ୍‌ ୱେବସାଇଟ୍‌ joinindianarmy.nic.inକୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe