Advertisment

ଇଣ୍ଡିଆନ୍‌ ବ୍ୟାଙ୍କର ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ପଦବୀ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌, ମ୍ୟାନେଜର୍‌ ଓ ସିନିୟର୍‌ ମ୍ୟାନେଜର୍‌ ପରି ପଦବୀ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରନ୍ତୁ। ୧୦ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ଯୋଗ୍ୟତା ଏହିସବୁ ପଦବୀ ପାଇଁ ଆବେଦନ କରିବା ପାଇଁ ଗ୍ରାଜୁଏଟ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଇଚ୍ଛୁକ ଆବେଦନକାରୀ […]

ଇଣ୍ଡିଆନ୍‌ ବ୍ୟାଙ୍କର ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

indddd

Advertisment

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ପଦବୀ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌, ମ୍ୟାନେଜର୍‌ ଓ ସିନିୟର୍‌ ମ୍ୟାନେଜର୍‌ ପରି ପଦବୀ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରନ୍ତୁ। ୧୦ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି।

Advertisment

ଯୋଗ୍ୟତା

ଏହିସବୁ ପଦବୀ ପାଇଁ ଆବେଦନ କରିବା ପାଇଁ ଗ୍ରାଜୁଏଟ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଇଚ୍ଛୁକ ଆବେଦନକାରୀ ଅଧିକ ସୂଚନା ପାଇଁ indianbank.in/career ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଆବେଦନ ଶୁଳ୍କ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି। ସେହିପରି ଅନ୍ୟାନ୍ୟ ବର୍ଗ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଛି।

Advertisment

ଚୟନ ପ୍ରକ୍ରିୟା

ମ୍ୟାନେଜର୍‌ ପଦବୀ ପାଇଁ ଇଣ୍ଟରଭ୍ୟୁ ନିଆଯିବ। ଅନ୍ୟ ସମସ୍ତ ପଦବୀ ପାଇଁ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ କରାଯିବ। ତେବେ ଏହି ପରୀକ୍ଷା ପାସ୍‌ କରିବା ପାଇଁ ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ଓ ପଛୁଆ ବର୍ଗ ପାଇଁ ୩୫ ପ୍ରତିଶତ ମାର୍କ ରଖିବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe