Advertisment

ଭାରତୀୟ ତଟରକ୍ଷୀ ବାହିନୀରେ ୧୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard)ରେ ଖାଲି ପଡ଼ିଥିବା ୧୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ୧୬ ମାର୍ଚ୍ଚରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ୨୨ ମାର୍ଚ୍ଚ ରହିଛି। ଏହିସବୁ ପଦବୀ ମଧ୍ୟରେ ଯାନ୍ତ୍ରିକ ଟେକ୍ନିକାଲ୍‌ର ୩ଟି ପଦବୀ ରହିଥିବା ବେଳେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ର ୧୫ଟି ପଦବୀ ରହିଛି। ଯୋଗ୍ୟତା ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀ ଦଶମ ଶ୍ରେଣୀ […]

ଭାରତୀୟ ତଟରକ୍ଷୀ ବାହିନୀରେ ୧୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

guard

Advertisment

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard)ରେ ଖାଲି ପଡ଼ିଥିବା ୧୯ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ୧୬ ମାର୍ଚ୍ଚରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ୨୨ ମାର୍ଚ୍ଚ ରହିଛି।

Advertisment

ଏହିସବୁ ପଦବୀ ମଧ୍ୟରେ ଯାନ୍ତ୍ରିକ ଟେକ୍ନିକାଲ୍‌ର ୩ଟି ପଦବୀ ରହିଥିବା ବେଳେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ର ୧୫ଟି ପଦବୀ ରହିଛି।

ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀ ଦଶମ ଶ୍ରେଣୀ ପାସ୍‌ କରିବା ସହିତ ଇଲେକ୍ଟ୍ରିକାଲ୍‌ , ମେକାନିକାଲ୍‌, ଓ ଟେଲିକମ୍ୟୁନିକେସନ୍‌ରେ ଡିପ୍ଲୋମା ଇଞ୍ଜିନିୟରିଂ କରିଥିବା ଆବଶ୍ୟକ। ଏଥି ସହିତ କ୍ୟାରିଅର୍‌ରେ ୬୦ ପ୍ରତିଶତ ମାର୍କ ମଧ୍ୟ ରହିଥିବ।

Advertisment

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୨ ବର୍ଷ

ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଏହି ବୟସସୀମାରେ ୩ ବର୍ଷ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ବୟସସୀମାରେ ୫ ବର୍ଷ କୋହଳ କରାଯାଇଛି।

ଏହି ପଦବୀ ପାଇଁ ମନୋନୀତ ହେବା ପରେ ଆବେଦନକାରୀଙ୍କୁ ମାସିକ ୨୯,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅଧିକ ସୂଚନା ପାଇବା ପାଇଁ www.joinindiancoastguard.gov.in ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe