ତଟରକ୍ଷୀ ବାହିନୀର ୨୬୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀରେ ୨୬୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ୨୬ ଜାନୁଆରୀରୁ ଏହିସବୁ ପଦପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା ଆବେଦନକାରୀ ଯୁକ୍ତ ଦୁଇ ପାସ୍‌ କରିଥିବା ସହିତ ଯୁକ୍ତ ଦୁଇରେ ମାଥ୍‌ମେଟିକ୍ସ ଓ ଫିଜିକ୍ସ ପଢ଼ିଥିବା ଆବଶ୍ୟକ। ଏଥି ସହିତ ସାଧାରଣ ବର୍ଗର ପ୍ରାର୍ଥୀ ଯୁକ୍ତ ଦୁଇରେ ୫୦ ପ୍ରତିଶତ ଓ ଏସ୍‌ସି, ଏସ୍‌ଟି ପ୍ରାର୍ଥୀ ୪୫ ପ୍ରତିଶତ ମାର୍କ ରଖିଥିବେ। ବୟସସୀମା ସର୍ବନିମ୍ନ ବୟସ […]

navy

Puspanjali Panda
  • Published: Tuesday, 07 January 2020
  • , Updated: 07 January 2020, 12:16 PM IST

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀରେ ୨୬୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ୨୬ ଜାନୁଆରୀରୁ ଏହିସବୁ ପଦପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ ଯୁକ୍ତ ଦୁଇ ପାସ୍‌ କରିଥିବା ସହିତ ଯୁକ୍ତ ଦୁଇରେ ମାଥ୍‌ମେଟିକ୍ସ ଓ ଫିଜିକ୍ସ ପଢ଼ିଥିବା ଆବଶ୍ୟକ। ଏଥି ସହିତ ସାଧାରଣ ବର୍ଗର ପ୍ରାର୍ଥୀ ଯୁକ୍ତ ଦୁଇରେ ୫୦ ପ୍ରତିଶତ ଓ ଏସ୍‌ସି, ଏସ୍‌ଟି ପ୍ରାର୍ଥୀ ୪୫ ପ୍ରତିଶତ ମାର୍କ ରଖିଥିବେ।

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୨ ବର୍ଷ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ବୟୟସୀମା ୫ ବର୍ଷ କୋହଳ କରାଯାଇଛି। ସେହିପରି ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସସୀମା ୩ ବର୍ଷ କମ୍‌ କରାଯାଇଛି।

ଏପରି କରନ୍ତୁ ଆବେଦନ

ଭାରତୀୟ ତଟରକ୍ଷୀ ବାହିନୀର ୱେବସାଇଟ୍‌ joinindiancoastguard.gov.inକୁ ଯାଇ ଆବେଦନ କରନ୍ତୁ। ଆବେଦନର ଶେଷ ତାରିଖ ୨ ଫେବୃଆରୀ ରହିଛି।

Related story