ଦ୍ୱାଦଶ ବିଜ୍ଞାନ ପାସ୍‌ଙ୍କ ପାଇଁ ସରକାରୀ ଚାକିରି, ଦରମା ମାସିକ ୬୯ହଜାର ଟଙ୍କା

ନୂଆଦିଲ୍ଲୀ: ବିଜ୍ଞାନରେ ଦ୍ୱାଦଶ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଚାକିରିର ବଡ଼ ସୁଯୋଗ ଆସିଛି। ଭାରତୀୟ ନୌସେନା ନାବିକ ପଦ ପାଇଁ ବଡ଼ ସଂଖ୍ୟାରେ ଖାଲି ସ୍ଥାନ ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଲେ ପ୍ରାର୍ଥୀଙ୍କୁ ପ୍ରତି ମାସରେ ପେ-ସ୍କେଲ୍ ହିସାବରେ ୬୯ହଜାର ଟଙ୍କା ଦରମା ମିଳିବ। ପଦବୀର ବିସ୍ତୁତ ସୂଚନା ଆର୍ଟିଫିସର ଆପ୍ରେଣ୍ଟିସ୍ ପାଇଁ ନାବିକ (Sailor AA)- ୫୦୦ ପଦବୀ ସେକେଣ୍ଡାରୀ ରିକ୍ରୁଟ୍ ପାଇଁ ନାବିକ (Sailor SSR)- ୨୦୦୦ ପଦବୀ […]

navy

Ranjit Kumar Jena
  • Published: Wednesday, 21 April 2021
  • , Updated: 21 April 2021, 06:06 PM IST

ନୂଆଦିଲ୍ଲୀ: ବିଜ୍ଞାନରେ ଦ୍ୱାଦଶ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଚାକିରିର ବଡ଼ ସୁଯୋଗ ଆସିଛି। ଭାରତୀୟ ନୌସେନା ନାବିକ ପଦ ପାଇଁ ବଡ଼ ସଂଖ୍ୟାରେ ଖାଲି ସ୍ଥାନ ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଲେ ପ୍ରାର୍ଥୀଙ୍କୁ ପ୍ରତି ମାସରେ ପେ-ସ୍କେଲ୍ ହିସାବରେ ୬୯ହଜାର ଟଙ୍କା ଦରମା ମିଳିବ।

ପଦବୀର ବିସ୍ତୁତ ସୂଚନା

ଆର୍ଟିଫିସର ଆପ୍ରେଣ୍ଟିସ୍ ପାଇଁ ନାବିକ (Sailor AA)- ୫୦୦ ପଦବୀ
ସେକେଣ୍ଡାରୀ ରିକ୍ରୁଟ୍ ପାଇଁ ନାବିକ (Sailor SSR)- ୨୦୦୦ ପଦବୀ
ମୋଟ ପଦବୀ ସଂଖ୍ୟା- ୨୫୦୦
ପେ-ସ୍କେଲ୍: ମାସିକ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ

ଶିକ୍ଷାଗତ ଯୋଗ୍ୟତା: ଭାରତ ସରକାର/ ରାଜ୍ୟ ସରକାର ଦ୍ୱାରା ମାନ୍ୟତାପ୍ରାପ୍ତ ସ୍କୁଲ/ବୋର୍ଡରୁ ଦ୍ୱାଦଶ (ବିଜ୍ଞାନ) ପାସ୍ କରିବା ଦରକାର। ଏହାସହ ଦ୍ୱାଦଶରେ ଗଣିତ ଓ ଫିଜିକ୍ସ ପଢ଼ିଥିବା ମଧ୍ୟ ଜରୁରୀ। ଏହାସହ କେମିଷ୍ଟ୍ରୀ, ବାୟୋଲୋଜି କିମ୍ବା କମ୍ପ୍ୟୁଟର ସାଇନ୍ସ ମଧ୍ୟରୁ କୌଣସି ଗୋଟିଏ ବିଷୟରେ ପଢ଼ିଥିବା ଦରକାର।

ବୟସ ସୀମା: ଭାରତୀୟ ନୌସେନା ନାବିକ ଖାଲି ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ଜନ୍ମ ୧ ଫେବୃଆରୀ ୨୦୦୧ରୁ ୩୧ ଜୁଲାଇ ୨୦୦୪ ମଧ୍ୟରେ ହୋଇଥିବା ଦରକାର।

କେମିତି କରିବେ ଆବେଦନ: ଭାରତୀୟ ନୌସେନାର ୱେବସାଇଟ୍ joinindiannavy.gov.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନର ପ୍ରକ୍ରିୟା ଏପ୍ରିଲ୍ ୨୬, ୨୦୨୧ରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ୍ ୩୦ ତାରିଖ ରହିଛି। ଜେନେରାଲ୍ ଓ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୨୧୫ ଟଙ୍କାର ଆବେଦନ ଦେୟ ଦେବାକୁ ପଡ଼ିବ। ଅନ୍ୟ ସମସ୍ତଙ୍କ ପାଇଁ ଆବେଦନ ମାଗଣା ରହିଛି।

କେମିତି ହେବ ସିଲେକ୍ସନ୍: ଏହି ପଦବୀର ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ। ଫିଜିକାଲ୍ ଫିଟନେସ୍ ଟେଷ୍ଟ ଓ ମେଡିକାଲ୍ ପରୀକ୍ଷା ଆଧାରରେ ଚୟନ କରାଯିବ।

Related story