Advertisment

ନୌସେନାରେ ବାହାରିଲା ବମ୍ପର ନିଯୁକ୍ତି, ଖାଲି ପଡ଼ିଛି ୧୫୦୦ରୁ ଅଧିକ ପଦବୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ୍‌ ହେବା ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ଟ୍ରେଡ୍ସମ୍ୟାନ୍ (ଦକ୍ଷତା) ପଦବୀ ପାଇଁ ୧୫୦୦ରୁ ଅଧିକ ପଦବୀ ନିଯୁକ୍ତିର ବିଜ୍ଞପ୍ତି ବାହାରିଛି। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍ ନେଭିର ଅଫିସିଆଲ୍‌ ୱେବସାଇଟ୍ www.joinindiannavy.gov.in ରେ ଯାଇ ନିର୍ଦ୍ଧାରିତ ସମୟରେ ଅନଲାଇନରେ ଆବେଦନ କରିପାରିବେ। ଭାରତୀୟ ନୌସେନା ଟ୍ରେଡ୍ସମ୍ୟାନ୍ ପଦବୀ-୨୦୨୨ ନୋଟିଫିକେସନ୍ ଅନୁଯାୟୀ, ଟ୍ରେଡ୍ସମ୍ୟାନ୍ ପାଇଁ ମୋଟ ୧୫୩୧ ଖାଲି ପଦବୀ ପୂରଣ ହେବ। ଏଥିରେ ସାଧାରଣ ବର୍ଗ ପାଇଁ […]

ଅଦ୍ୟତନ ହୋଇଛି
ନୌସେନାରେ ବାହାରିଲା ବମ୍ପର ନିଯୁକ୍ତି, ଖାଲି ପଡ଼ିଛି ୧୫୦୦ରୁ ଅଧିକ ପଦବୀ

navy

Advertisment

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ୍‌ ହେବା ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ଟ୍ରେଡ୍ସମ୍ୟାନ୍ (ଦକ୍ଷତା) ପଦବୀ ପାଇଁ ୧୫୦୦ରୁ ଅଧିକ ପଦବୀ ନିଯୁକ୍ତିର ବିଜ୍ଞପ୍ତି ବାହାରିଛି। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍ ନେଭିର ଅଫିସିଆଲ୍‌ ୱେବସାଇଟ୍ www.joinindiannavy.gov.in ରେ ଯାଇ ନିର୍ଦ୍ଧାରିତ ସମୟରେ ଅନଲାଇନରେ ଆବେଦନ କରିପାରିବେ।

Advertisment

ଭାରତୀୟ ନୌସେନା ଟ୍ରେଡ୍ସମ୍ୟାନ୍ ପଦବୀ-୨୦୨୨ ନୋଟିଫିକେସନ୍ ଅନୁଯାୟୀ, ଟ୍ରେଡ୍ସମ୍ୟାନ୍ ପାଇଁ ମୋଟ ୧୫୩୧ ଖାଲି ପଦବୀ ପୂରଣ ହେବ। ଏଥିରେ ସାଧାରଣ ବର୍ଗ ପାଇଁ ୬୯୭ ପଦ, ଇଡବ୍ଲ୍ୟୁଏସ୍ ବର୍ଗଙ୍କ ପାଇଁ ୧୪୧ ପଦ, ଓବିସି ବର୍ଗଙ୍କ ପାଇଁ ୩୮୫ ପଦ, ଏସସି ବର୍ଗଙ୍କ ପାଇଁ ୨୧୫ ପଦ ଓ ଏସଟି ବର୍ଗଙ୍କ ପାଇଁ ୯୩ ପଦବୀ ସଂରକ୍ଷିତ ରଖାଯାଇଛି।

ଅନଲାଇନ୍ ଆବେଦନ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୦, ୨୦୨୨ ପର୍ଯ୍ୟନ୍ତ ରହିଛି।

Advertisment

କେଉଁମାନେ ଆବେଦନ କରିପାରିବେ?:କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଦରକାର ଏବଂ ଇଂରାଜୀରେ ସାଧାରଣ ଜ୍ଞାନ ଥିବା ଆବଶ୍ୟକ। ଏହାବ୍ୟତୀତ ସମ୍ବନ୍ଧିତ ଟ୍ରେଡରେ ଅପରେଟିଂ ଟ୍ରେନିଂ ପୂରଣ କରିଥିବା ଦରକାର କିମ୍ବା ସେନା, ନୌସେନା ଓ ବାୟୁ ସେନାର ଉପଯୁକ୍ତ ଟେକନିକ୍ ଶାଖାରେ ଦୁଇ ବର୍ଷର ନିୟମିତ ଚାକିରି ସହ ମେକାନିକ୍ କିମ୍ବା ଏହା ସମତୁଲ୍ୟ କୌଣସି ପଦବୀରେ କାମ କରିଥିବା ଦରକାର।

ବୟସସୀମା: ନୌସେନା ଟ୍ରେଡ୍ସମ୍ୟାନ୍-୨୦୨୨ ନିଯୁକ୍ତି ପାଇଁ ବୟସସୀମା ଅନୁସାରେ, ଯୋଗ୍ୟ ପ୍ରାର୍ଥୀଙ୍କର ବୟସ ୧୮ରୁ ୨୫ ବର୍ଷ ହେବା ଦରକାର। ତେବେ ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ରିହାତି ମିଳିବ।

ଦରମା: ପ୍ରାର୍ଥୀ ପେ’ ସ୍କେଲ୍ ଲେଭଲ୍-୨ ଅନୁଯାୟୀ, ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ବେତନ ମିଳିବ।

କେମିତି କରିବେ ଆବେଦନ?:ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in ରେ ମାର୍ଚ୍ଚ ୨୨ ତାରିଖରୁ ଆବେଦନ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe