Advertisment

ଏହି ଯୋଗ୍ୟତା ଥିଲେ IOCLରେ ପାଇବେ ଚାକିରି, ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ ତଥା ଆଇଓସିଏଲ୍‌ରେ ଚାକିରି ସୁଯୋଗ। ଖାଲିପଡିଥିବା ୩୯ଟି ଜୁନିଅର ଅପରେଟର୍‌ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ସବୁ ପଦବୀ ପାଇଁ ଜୁଲାଇ ୯ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇସାରିଲାଣି। ମୋଟ ପଦବୀ- ୩୯ ଜୁନିଅର ଅପରେଟର୍‌ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା: ଜେନେରାଲ୍, ଇଡବ୍ଲୁଏସ୍ ଓ ଓବିସି ପ୍ରାର୍ଥୀମାନେ ଯୁକ୍ତ ୨ରେ ସର୍ବନିମ୍ନ ୪୫% ମାର୍କ ରଖିଥିବା ଆବଶ୍ୟକ। ସେହିପରି ଅନୁସୁଚିତ ଜାତି /ଅନୁସୁଚିତ ଜନଜାତି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଏହି ଯୋଗ୍ୟତା ଥିଲେ IOCLରେ ପାଇବେ ଚାକିରି, ଶୀଘ୍ର ଆବେଦନ କରନ୍ତୁ

IOCL

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ ତଥା ଆଇଓସିଏଲ୍‌ରେ ଚାକିରି ସୁଯୋଗ। ଖାଲିପଡିଥିବା ୩୯ଟି ଜୁନିଅର ଅପରେଟର୍‌ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଏହି ସବୁ ପଦବୀ ପାଇଁ ଜୁଲାଇ ୯ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇସାରିଲାଣି।

Advertisment

ମୋଟ ପଦବୀ- ୩୯

ଜୁନିଅର ଅପରେଟର୍‌

ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା: ଜେନେରାଲ୍, ଇଡବ୍ଲୁଏସ୍ ଓ ଓବିସି ପ୍ରାର୍ଥୀମାନେ ଯୁକ୍ତ ୨ରେ ସର୍ବନିମ୍ନ ୪୫% ମାର୍କ ରଖିଥିବା ଆବଶ୍ୟକ। ସେହିପରି ଅନୁସୁଚିତ ଜାତି /ଅନୁସୁଚିତ ଜନଜାତି ଯୁକ୍ତ ୨ରେ ସର୍ବନିମ୍ନ ୪୦% ମାର୍କ ରଖିଥିବା ଆବଶ୍ୟକ। ଏଥିସହ ଇଚ୍ଛୁକ ପ୍ରାର୍ଥୀ ଆଞ୍ଚଳିକ ପରିବହନ ଦ୍ୱାରା ଜାରି ବୈଧ ଭାରି ଯାନ ଡ୍ରାଇଭିଂ ଲାଇସେନ୍ସ  ପ୍ରାପ୍ତ କରିଥିବେ। ଆବେଦନକାରୀଙ୍କ ସର୍ବନିମ୍ନ ଭାରି ଯାନ ଚାଳାଇବାରେ (ପ୍ରଶିକ୍ଷଣକୁ ବାଦ ଦେଇ) ଏକ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଉଚିତ।

କିଭଳି ହେବ ଚୟନ?

ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା ଏବଂ ଦକ୍ଷତା ତଥା ଶାରୀରିକ ପରୀକ୍ଷା (ଡ୍ରାଇଭିଂ ଟେଷ୍ଟ) ସାମିଲ ରହିବ ଯାହା ଯୋଗ୍ୟତା ମୂଳକ ହେବ।| ଲିଖିତ ପରୀକ୍ଷାରେ ନିମ୍ନଲିଖିତ ମାନଦଣ୍ଡ ଉପରେ ପ୍ରାର୍ଥୀଙ୍କୁ ମୂଲ୍ୟାଙ୍କନ କରାଯିବ।

Advertisment

- କ୍ୱାଣ୍ଟିଟେଟିଭ ଏପ୍ଟିଟୁଡ ଓ ଜେନେରିକ୍ ଏପ୍ଟିଟୁଡରେ ୪୦ ମାର୍କ

- ରିଜଏନିଂ ଏବିଲିଟରେ ୪୦ ମାର୍କ

- ମୌଳିକ ଇଂରାଜୀ ଭାଷା ଦକ୍ଷତାରେ ୨୦ ମାର୍କ

ଲିଖିତ ପରୀକ୍ଷାର ସମୟ ଅବଧି ୯୦ ମିନିଟ ରହିବ।

ଆବେଦନ ଫି': ସାଧାରଣ ଓ ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ୧୫୦ ଟଙ୍କା ରହିଛି। କେବଳ ଅନ୍‌ଲାଇନ୍‌ ePayOne ମାଧ୍ୟମରେ ହିଁ ଫିସ୍‌ ଭରିପାରିବେ ପ୍ରାର୍ଥୀ।

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀମାନେ IOCL ଅଫିସିଆଲ ୱେସ୍‌ସାଇଟ୍‌ iocl.com ମାଧ୍ୟମରେ ଏହି ସବୁ ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୯ ଜୁଲାଇ ରହିଛି। ୨୧ ଅଗଷ୍ଟରେ ଲିଖିତ ପରୀକ୍ଷା ହେବ। ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ।

For more details click HERE