Advertisment

ଇଣ୍ଡିଆନ୍‌ ଅଏଲ୍‌ରେ ୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଗ୍ରାଜୁଏଟ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ଅଏଲ୍‌ରେ ଖାଲି ପଡ଼ିଥିବା ୫୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୨୦ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି। ପଦର ନାମ ଓ ଏହାର ସଂଖ୍ୟା ମୋଟ ପଦବୀ ୫୦୦ଟି ରହିଛି। ଏଥିରେ ଅଏଲ୍‌ ମାର୍କେଟିଙ୍ଗ ଡିଭିଜନ୍‌, ୱେଷ୍ଟନ୍‌ ରିଜିଅନ୍‌ର ଟେକ୍ନିକାଲ୍‌ ଓ ନନ୍‌-ଟେକ୍ନିକାଲ୍‌ ପରି ପଦବୀ ରହିଛି। ଯୋଗ୍ୟତା ଏହିସବୁ ପଦବୀ ପାଇଁ ଯୁକ୍ତଦୁଇ, ଗ୍ରାଜୁଏଟ୍‌ […]

author-image
Puspanjali Panda
ଇଣ୍ଡିଆନ୍‌ ଅଏଲ୍‌ରେ ୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଗ୍ରାଜୁଏଟ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

indian

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ଅଏଲ୍‌ରେ ଖାଲି ପଡ଼ିଥିବା ୫୦୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୨୦ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି।

Advertisment

ପଦର ନାମ ଓ ଏହାର ସଂଖ୍ୟା

ମୋଟ ପଦବୀ ୫୦୦ଟି ରହିଛି। ଏଥିରେ ଅଏଲ୍‌ ମାର୍କେଟିଙ୍ଗ ଡିଭିଜନ୍‌, ୱେଷ୍ଟନ୍‌ ରିଜିଅନ୍‌ର ଟେକ୍ନିକାଲ୍‌ ଓ ନନ୍‌-ଟେକ୍ନିକାଲ୍‌ ପରି ପଦବୀ ରହିଛି।

ଯୋଗ୍ୟତା

ଏହିସବୁ ପଦବୀ ପାଇଁ ଯୁକ୍ତଦୁଇ, ଗ୍ରାଜୁଏଟ୍‌ ଓ ଡିପ୍ଲୋମା ଡିଗ୍ରୀ ରଖିଥିବା ଆବେଦନକାରୀ ଆବେଦନ କରିପାରିବେ। ପଦକୁ ନେଇ ଯୋଗ୍ୟତା ରହିଛି। ତେବେ ଆବେଦନକାରୀ କ୍ୟାରିଅର୍‌ରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

Advertisment

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୪ ବର୍ଷ

ଲିଖିତ ପରୀକ୍ଷା ଆଧାରରେ ଯୋଗ୍ୟ ଆବେଦନକାରୀ ଚୟନ କରାଯିବ। ଅଧିକ ସୂଚନା ପାଇବା ପାଇଁ ଆବେଦନକାରୀ www.iocl.com ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।