Advertisment

ଆଇଟିଆଇ ଓ ଡିପ୍ଲୋମା କରିଥିବା ଯୁବକଯୁବତୀଙ୍କ ପାଇଁ IOCLରେ ନିଯୁକ୍ତି ସୁଯୋଗ, ବାହାରିଛି ବିଜ୍ଞପ୍ତି

ଇଣ୍ଡିଆନ ଓଏଲ କର୍ପୋରେସନ୍ ଲିମିଟେଡ (ଆଇସିଏଲ୍‌)ର ପାଇପଲାଇନ୍‌ସ ଡିଭିଜନ୍‌ରେ ମୋଟ ୧୩୭ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ପାଇପଲାଇନ୍ ଡିଭିଜନର ବିଭିନ୍ନ ସ୍ଥାନରେ ଏହି ନିଯୁକ୍ତି ଦିଆଯିବ। ଏଥିପାଇଁ ଯୋଗ୍ୟ ଭାରତୀୟ ନାଗରିକମାନେ ଆବେଦନ କରିପାରିବେ। ଏହି ସବୁ ପଦଗୁଡ଼ିକ ନନ୍‌-ଏକ୍‌ଜିକ୍ୟୁଟିଭ୍ ସ୍ତରର। ମେକାନିକାଲ, ଇଲେକ୍ଟ୍ରିକାଲ୍‌, ଟିଆଣ୍ଡଆଇ ଓ ଅପରେସନ୍‌ ଶାଖାରେ ମୋଟ ୫୮ଟି ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ। ସେହିପରି ୭୯ଟି ଟେକ୍ନିକାଲ୍ ଆଟେଣ୍ଡାଣ୍ଟ ପଦବୀ ପୂରଣ କରାଯିବ। ଏହି ନିଯୁକ୍ତି ପାଇଁ […]

ଅଦ୍ୟତନ ହୋଇଛି
ଆଇଟିଆଇ ଓ ଡିପ୍ଲୋମା କରିଥିବା ଯୁବକଯୁବତୀଙ୍କ ପାଇଁ IOCLରେ ନିଯୁକ୍ତି ସୁଯୋଗ, ବାହାରିଛି ବିଜ୍ଞପ୍ତି

IOCL

Advertisment

ଇଣ୍ଡିଆନ ଓଏଲ କର୍ପୋରେସନ୍ ଲିମିଟେଡ (ଆଇସିଏଲ୍‌)ର ପାଇପଲାଇନ୍‌ସ ଡିଭିଜନ୍‌ରେ ମୋଟ ୧୩୭ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ପାଇପଲାଇନ୍ ଡିଭିଜନର ବିଭିନ୍ନ ସ୍ଥାନରେ ଏହି ନିଯୁକ୍ତି ଦିଆଯିବ। ଏଥିପାଇଁ ଯୋଗ୍ୟ ଭାରତୀୟ ନାଗରିକମାନେ ଆବେଦନ କରିପାରିବେ। ଏହି ସବୁ ପଦଗୁଡ଼ିକ ନନ୍‌-ଏକ୍‌ଜିକ୍ୟୁଟିଭ୍ ସ୍ତରର।

Advertisment

ମେକାନିକାଲ, ଇଲେକ୍ଟ୍ରିକାଲ୍‌, ଟିଆଣ୍ଡଆଇ ଓ ଅପରେସନ୍‌ ଶାଖାରେ ମୋଟ ୫୮ଟି ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ। ସେହିପରି ୭୯ଟି ଟେକ୍ନିକାଲ୍ ଆଟେଣ୍ଡାଣ୍ଟ ପଦବୀ ପୂରଣ କରାଯିବ।

ଏହି ନିଯୁକ୍ତି ପାଇଁ ଜାନୁଆରୀ ୨୪ ତାରିଖରୁ ଆଇଓସିଏଲ୍‌ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରୀ ୧୮ ରହିଛି। ସେହିଦିନ ସନ୍ଧ୍ୟା ୬ଟା ସୁଦ୍ଧା ଆବେଦନ କରିବାକୁ ହେବ।

Advertisment

ଶିକ୍ଷାଗତ ଯୋଗ୍ୟତା
ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ: ଆଶାୟୀ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ଅନୁଷ୍ଠାନରୁ ସଂପୃକ୍ତ ଇଞ୍ଜିନିୟରିଂ ବିଭାଗରେ ୩ ବର୍ଷର ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବେ ବା ଆଇଟିଆ ପରେ ୨ ବର୍ଷିର ଲାଟେରାଲ ଏଣ୍ଟ୍ରି ଦ୍ୱାରା ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବେ।

ଟେକ୍ନିକାଲ ଆଟେଣ୍ଡାଣ୍ଟ: ଦଶମ ପାସ୍ କରିବା ସହିତ ଯେକୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଜ୍ଞପ୍ତିରେ ଦିଆଯାଇଥିବା ବିଭାଗରେ ଆଇଟିଆଇ କରିଥିବେ।

ଦରମା
ମେକାନିକାଲ, ଇଲେକ୍ଟ୍ରିକାଲ, ଟିଆଣ୍ଡଆଇ ଓ ଅପରେସନ ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପଦ ଗ୍ରେଡ୍ IVରେ ଆସୁଛି। ଆଉ ସେମାନଙ୍କ ପେ’ ସ୍କେଲ୍‌ ୧୫ ହଜାରରୁ ୧ ଲକ୍ଷ ୫ ହଜାର ରହିଛି। ସେହିପରି ଟେକ୍ଟିକାଲ୍ ଆଟେଣ୍ଡାଣ୍ଡ ପଦ ଗ୍ରେଡ୍ Iରେ ଆସୁଛି। ସେମାନଙ୍କ ପେ’ ସ୍କେଲ୍‌ ୨୩ ହଜାରରୁ ୭୮ ହଜାର ମଧ୍ୟରେ ରହିଛି।

ଆବେଦନ ଫି’
ଯୋଗ୍ୟ ଆଶାୟୀମାନେ ଆଇଓସିଏଲ୍‌ ପାଇପଲାଇନ୍‌ସର ରିକ୍ର୍ୟୁଟମେଣ୍ଟ ପୋର୍ଟାଲ https://plapps.indianoil.in/କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସାଧାରଣ ବର୍ଗ, ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି’ ବାବଦକୁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗମାନେ କୌଣସି ଆବେଦନ ଫି’ ଦେବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe