Advertisment

ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ଇସ୍ରୋର ନିଯୁକ୍ତି ସୁଯୋଗ, ମିଳିବ ୬୯ ହଜାରରୁ ଅଧିକ ବେତନ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍‌ପେଣ୍ଟର୍‌, କେମିକାଲ୍‌, ଇଲେକ୍‌ଟ୍ରିସିଆନ୍‌ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍‌ ୱେବସାଇଟ୍‌ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ କରିପାରିବେ। ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ଉପଯୁକ୍ତ ଆବେଦନକାରୀ ଚୟନ କରାଯିବ। ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୬୯ […]

author-image
Puspanjali Panda
ମାଟ୍ରିକ୍‌ ପାସ୍‌ ପିଲାଙ୍କ ପାଇଁ ଇସ୍ରୋର ନିଯୁକ୍ତି ସୁଯୋଗ, ମିଳିବ ୬୯ ହଜାରରୁ ଅଧିକ ବେତନ

isro

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍‌ପେଣ୍ଟର୍‌, କେମିକାଲ୍‌, ଇଲେକ୍‌ଟ୍ରିସିଆନ୍‌ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍‌ ୱେବସାଇଟ୍‌ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ କରିପାରିବେ।

Advertisment

ଲିଖିତ ଓ ମୌଖିକ ପରୀକ୍ଷା ଜରିଆରେ ଉପଯୁକ୍ତ ଆବେଦନକାରୀ ଚୟନ କରାଯିବ। ପରୀକ୍ଷା ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ୬୯ ହଜାରରୁ ଅଧିକ ବେତନ ମିଳିବ ବୋଲି ସୂଚନା ମିଳିଛି।

ଇସ୍ରୋର ଖାଲି ପଡ଼ିଥିବା ପଦବୀ ସଂଖ୍ୟା-୯୦

କାର୍‌ପେଣ୍ଟର୍‌-୧

କେମିକାଲ୍‌-୧୧

ଇଲେକ୍‌ଟ୍ରିସିଆନ୍‌- ୧୦

ଇଲେକ୍ଟ୍ରୋନିକ୍‌ ମେକାନିକ୍‌- ୧୫

ଫିଟର୍‌-୩୬

ଇନ୍‌ଷ୍ଟ୍ରୁମେଣ୍ଟ୍‌ ମେକାନିକ୍‌- ୨

ପମ୍ପ୍‌ ଅପରେଟର୍‌ କମ୍‌ ମେକାନିକ୍‌- ୬

ରେଫ୍ରିଜେରେସନ୍ ଆଣ୍ଡ୍‌ ଏୟାର୍‌ କଣ୍ଡିସନିଂ-୫

ବଏଲର୍‌ ଆଟେଣ୍ଡାଣ୍ଟ୍‌- ୨

ମେକାନିକାଲ୍‌- ୨

ଶିକ୍ଷାଗତ ଯୋଗ୍ୟତା

ଆବେଦକ ପାଖରେ SSC/ SSLC ବା ମାଟ୍ରିକ୍‌ ପାସ୍‌ ସାର୍ଟିଫିକେଟ୍‌ ଥିବା ସହିତ ପଦବୀ ଅନୁସାରେ ସର୍ବାଧିକ ୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ।

Advertisment

ବୟସସୀମା

ସର୍ବନିମ୍ନ ବୟସ- ୧୮ ବର୍ଷ

ସର୍ବାଧିକ ବୟସ-୩୫ ବର୍ଷ