ଇସ୍ରୋର ୧୮୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ : ଯୋଗ୍ୟତା ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋରେ ଖାଲି ପଡ଼ିଥିବା ୧୮୨ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୬ ମାର୍ଚ୍ଚ ୨୦୨୦ ମଧ୍ୟରେ ଆବେଦନ କରନ୍ତୁ। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ ୧୮୨। ଏଥିରେ ଟେକ୍ନିସିଆନ୍‌, ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ହିନ୍ଦୀ ଟାଇପିଷ୍ଟ, ଫାୟାର୍‌ ମ୍ୟାନ୍‌, ଲାଇଟ୍‌ ଭେହିକ୍‌ଲ୍‌ ଡ୍ରାଇଭର୍‌ ପରି ପଦବୀ ରହିଛି। ଯୋଗ୍ୟତା ଏହିସବୁ […]

isrooo

Puspanjali Panda
  • Published: Monday, 17 February 2020
  • , Updated: 18 February 2020, 11:37 AM IST

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋରେ ଖାଲି ପଡ଼ିଥିବା ୧୮୨ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୬ ମାର୍ଚ୍ଚ ୨୦୨୦ ମଧ୍ୟରେ ଆବେଦନ କରନ୍ତୁ।

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ ୧୮୨। ଏଥିରେ ଟେକ୍ନିସିଆନ୍‌, ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ହିନ୍ଦୀ ଟାଇପିଷ୍ଟ, ଫାୟାର୍‌ ମ୍ୟାନ୍‌, ଲାଇଟ୍‌ ଭେହିକ୍‌ଲ୍‌ ଡ୍ରାଇଭର୍‌ ପରି ପଦବୀ ରହିଛି।

ଯୋଗ୍ୟତା

ଏହିସବୁ ପଦ ପାଇଁ ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌ ପଢ଼ିଥିବା ଆବେଦନକାରୀ ଆବେଦନ କରିପାରିବେ। ପଦକୁ ନେଇ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।

ବୟସସୀମା

- ସମସ୍ତ ପଦ ପାଇଁ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ଅତି କମ୍‌ରେ ୧୮ ବର୍ଷ ହୋଇଥିବା ଆବଶ୍ୟକ।

- ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ୍‌, ଲାଇବ୍ରେରୀ ଆସିଷ୍ଟାଣ୍ଟ, ଟେକ୍ନିସିଆନ୍‌, ଡ୍ରାପ୍ଟସ୍‌ମ୍ୟାନ୍‌, କୁକ୍‌ ଓ ଡ୍ରାଇଭର୍ ପଦ ପାଇଁ ସର୍ବାଧିକ ବୟସ ୩୫ ବର୍ଷ ରହିଛି।

- ହିନ୍ଦୀ ଟାଇପିଷ୍ଟ, କେଟରିଙ୍ଗ ଆଟେଣ୍ଡାଣ୍ଟ୍‌ ପାଇଁ ସର୍ବାଧିକ ବୟସ ୨୬ ବର୍ଷ ଏବଂ ଫାୟାର୍‌ ମ୍ୟାନ୍‌ ପଦ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ରହିଛି।

ଆବେଦନ ଶୁଳ୍କ ୨୫୦ ଟଙ୍କା ରହିଛି। ଲିଖିତ ପରୀକ୍ଷା ଓ ଦକ୍ଷତା ପରୀକ୍ଷା ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ। ଅଧିକ ସୂଚନା ପାଇଁ www.isro.gov.in ଅଫିସିଆଲ୍‌ ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Related story