Advertisment

MBA ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ, ଇସ୍ରୋର ୨୪ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ତଥା ଇସ୍ରୋରେ ଚାକିରି କରିବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇସ୍ରୋ ତା’ର ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜରି କରିଛି। ଇଚ୍ଛୁକ ବ୍ୟକ୍ତି ଆଜିଠାରୁ ହିଁ ଆବେଦନ କିପାରିବେ। ମୋଟ ପଦବୀ-୨୪ ଆଡମିନିଷ୍ଟ୍ରେଟିଭ ଅଫିସର-୬ ଆକାଉଣ୍ଟସ୍‌ ଅଫିସର-୬ ପର୍ଚେଜ ଆଣ୍ଡ ଷ୍ଟୋର ଅଫିସର-୧୨ ଶିକ୍ଷାଗତ ଯୋଗ୍ୟତା ଆଡମିନିଷ୍ଟ୍ରେଟିଭ ଅଫିସର: ISRO ରେ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ […]

ଅଦ୍ୟତନ ହୋଇଛି
MBA ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ, ଇସ୍ରୋର ୨୪ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି

ISRO

Advertisment

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ତଥା ଇସ୍ରୋରେ ଚାକିରି କରିବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇସ୍ରୋ ତା'ର ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜରି କରିଛି। ଇଚ୍ଛୁକ ବ୍ୟକ୍ତି ଆଜିଠାରୁ ହିଁ ଆବେଦନ କିପାରିବେ।

Advertisment

ମୋଟ ପଦବୀ-୨୪

ଆଡମିନିଷ୍ଟ୍ରେଟିଭ ଅଫିସର-୬

ଆକାଉଣ୍ଟସ୍‌ ଅଫିସର-୬

ପର୍ଚେଜ ଆଣ୍ଡ ଷ୍ଟୋର ଅଫିସର-୧୨

ଶିକ୍ଷାଗତ ଯୋଗ୍ୟତା

ଆଡମିନିଷ୍ଟ୍ରେଟିଭ ଅଫିସର: ISRO ରେ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଏମବିଏ କରିଥିବା ଆବଶ୍ୟକ ଏବଂ ସୁପରଭାଇଜର ପଦରେ ୧ ବର୍ଷର ଅଭିଜ୍ଞତା କିମ୍ବା ପୋଷ୍ଟ ଗ୍ରାଜୁଏଟ୍ ସହିତ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। କିମ୍ବା ସ୍ନାତକୋତ୍ତରରେ ୫ ବର୍ଷର ଅଭିଜ୍ଞତା ରହିବା ଉଚିତ ଅବଶ୍ୟକ।

ଆକାଉଣ୍ଟସ୍‌ ଅଫିସର: ଏଥିପାଇଁ, ପ୍ରାର୍ଥୀମାନେ ACA / FCA କିମ୍ବା AICWA / FICWA କିମ୍ବା MBA କିମ୍ବା M.Com ସହିତ ୧ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ। ଯଦି ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା B.Com./BBA/BBM ରହିଛି ତେବେ ତାଙ୍କର ପର୍ଯ୍ୟବେକ୍ଷକ କ୍ଷମତାରେ ୨ ବର୍ଷର ଅଭିଜ୍ଞତ ଥିବା ଆବ୍ୟଶକ।

Advertisment

ପର୍ଚେଜ ଆଣ୍ଡ ଷ୍ଟୋର ଅଫିସର: ଏଥିପାଇଁ ପ୍ରାର୍ଥୀଙ୍କୁ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ମ୍ୟାନେଜମେଣ୍ଟରେ MBA ଡିଗ୍ରୀ ଓ ସୁପରଭାଇଜରରେ ଏକ ବର୍ଷର ଅଭିଜ୍ଞତା କିମ୍ବା ସାମଗ୍ରୀ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର କରିଥିବା ଉଚିତ।

କିଭଳି କରିବେ ଆବେଦନ

ଇସ୍ରୋର ଅଫିସିଆଲ ୱେବସାଇଟ୍‌କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ସେଥିରେ ଆବେଦନ କରିପାରିବେ। ଆସନ୍ତା ଏପ୍ରିଲ ୨୧ ତାରିଖ ଆବେଦନର ଶେଷ ତାରିଖ ରହିଛି।

ISRO Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe